ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି । ସେହିଭଳି ସବୁ ସ୍ଥାନରେ ଭୋଜିଭାତର ଆସର ଜମୁଥିବାରୁ ଦର୍ଶନୀୟ ସ୍ଥାନ ସବୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହେଉଥିବାର ଦେଖାଯାଉଛି । ସେହି ସବୁରୁ କିପରି ଦର୍ଶନୀୟ ସ୍ଥାନକୁ ସୁରକ୍ଷା ଦିଆଯିବା ସହ ତାକୁ ଲୋକଲୋଚନକୁ ଅଣାଯାଇ ଲୋକଙ୍କ ମନରେ ପରିବେଶ ସ୍ୱଚ୍ଛତାକୁ ନେଇ ଏକ ଆନ୍ଦୋଳନ ସୃଷ୍ଟି କରାଯାଇପାରିବ, ସେହି କଥା ଚିନ୍ତା କରି ଆଜି ଅର୍ଥାତ୍ ରବିବାର ସକାଳ ୧୦ ଘଟିକାରୁ ଦିବା ୩ ଘଟିକାଯାଏଁ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଡାକରା କ୍ରମେ ବିଭିନ୍ନ ବିଭାଗ ତଥା ବିଭିନ୍ନ ଅନୁଷ୍ଠାନର ସମାଜସେବୀ ଆଗେଇ ଆସିଥିଲେ । ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଏକ ନିଆରା ବାର୍ତ୍ତା ଦେଇଥିଲେ ।
ପୂର୍ବ ଯୋଜନା ମୁତାବକ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହାୟତାରେ ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ତଥା ଗୋପାଳପୁର ସ୍ଥିତ ଆଇ.ଆର.ଇ.ରେ କାର୍ଯ୍ୟରତ ମନୋରଞ୍ଜନ ବେହେରା ଓ ସମାଜସେବୀ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ବେଚ୍ଛାସେବୀ, ପାରଳାଖେମୁଣ୍ଡିସ୍ଥିତ ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ତଥା ଗାୟତ୍ରୀ ପରିବାରର ସନ୍ତୋଷ ଗନ୍ତାୟତଙ୍କ ନେତୃତ୍ୱରେ ଶତାଧିକ ସ୍ବେଚ୍ଛାସେବୀ ଆଜି ସକାଳେ ଖସଡ଼ା ଜଳପ୍ରପାତ ନିକଟରେ ଏକାଠି ହୋଇ ସଫେଇ କାର୍ଯ୍ୟ ଆରମ୍ଭ କରି ଜଳପ୍ରପାତ ନିକଟରେ ପଡିଥିବା ପ୍ଲାଷ୍ଟିକ ବୋତଲ ତଥା କାଚ ବୋତଲକୁ ସଫା କରିଥିଲେ।  ପରେ ଏହି ମହତ କାମରେ ସହଯୋଗର ହାତ ବଢାଇଥିଲେ ଗଜପତି ଜିଲ୍ଲାର ଖଣି ଅଧିକାରୀ ଦିପେନ ପରିଡ଼ା, କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ କୁମାର ମହନ୍ତ ଓ ମୋହନା ଥାନା ତଥା ଚନ୍ଦ୍ରଗିରି ଫାଣ୍ଡିର ଥାନାଧିକାରୀ ଇନ୍ସପେକ୍ଟର ବସନ୍ତ ସେଠୀ ଓ ସବ-ଇନ୍ସପେକ୍ଟର ସୁନୀଲ କୁମାର ସେଠୀ ଓ ବିଭାଗୀୟ କର୍ମଚାରୀ।

ସମସ୍ତଙ୍କ ସହାୟତାରେ ଆଜିର ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ଶେଷ ହେବା ସହ ଉପସ୍ଥିତ ସମସ୍ତ ପର୍ଯ୍ୟଟକଙ୍କୁ ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ନେଇ ସଚେତନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ. ରବି, ମାଧବ ସାସମଲ, ଶିବ ବେହେରା, ପି ଗଣେଶ ରେଡ୍ଡୀ, ମୋହନ ବେହେରା, ଦୟାନିଧି ସାହୁ, ବି ସାତେୟା, ସନାତନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳିତ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଦିଗପହଣ୍ଡିରେ ମାତିଛି ପାଗଳା କୁକର, ଲୋକେ ଆତଙ୍କିତ

ଦିଗପହଣ୍ଡି, ୧୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପାଗଳା କୁକୁର କାମୁଡିବା ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି। ଦିଗପହଣ୍ଡି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri