ପ୍ରଶାସନିକ ଅବହେଳା: ଉଜୁଡ଼ିଲାଣି ପନିପରିବା ଚାଷ, ଦୁର୍ଦ୍ଦଶା ଭୋଗୁଛନ୍ତି ଟୁପାପଡ଼ାର ମିଶ୍ରିତ ଚାଷୀ

ଅତାବିରା, ୧୮।୫(ଯୁଧିଷ୍ଠିର ମହାପାତ୍ର): ଚାଷୀ କେତେ କଷ୍ଟକରି ଫସଲ ଉତ୍ପାଦନ କରୁଛି। ହେଲେ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ଅଦିନିଆ ଝଡବତାସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଫସଲ ଉଜୁଡି ଯାଉଛି। ଏପରି ଏକ ଘଟଣା ଶନିବାର ଦେଖିବାକୁ ମିଳିଛି ବରଗଡ଼ ଜିଲା ଅତାବିରା ବ୍ଲକ ଟୁପାପଡ଼ା ଗ୍ରାମରେ।
ଟୁପାପଡ଼ା ଗ୍ରାମର ଚାଷୀ ସନୁ ଭୁଏ। ବୟସ ୬୧ ବର୍ଷ। ତଥାପି ତାଙ୍କ ଚାଷ ନିଶା ସରି ନାହିଁ । ନିଜ ୪ ଏକର ଜମି ସହିତ ୩/୪ ଏକର ଜମି ଭାଗ ସୂତ୍ରରେ ସେ ଚାଷ କରନ୍ତି। ଧାନ ଚାଷ ସହ ଅଧ ଏକରରେ ପନିପରିବା ଚାଷ କରିଥିବା ବେଳେ ଆଉ ଗୋଟିଏ ଏକର ଜମିରେ ବିଗତ ୧୦ ବର୍ଷ ହେଲା ପୋଖରୀ ଖନନ କରି ମାଛ ଚାଷ କରୁଛନ୍ତି। ସନୁ ଏଠାରେ ଜଣେ ମିଶ୍ରିତ ଚାଷୀ ଭାବେ ମୁଣ୍ଡ ଝାଳ ତୁଣ୍ଡେ ମାରି ପରିବାର ପ୍ରତିପୋଷଣ କରନ୍ତି।
୩ ଝିଅଙ୍କୁ ବିବାହ କରିଦେବା ପରେ ସ୍ତ୍ରୀ ସୁଦେଶୀନା ଭୁଏ ଓ ଅବିବାହିତ ୨୩ ବର୍ଷୀୟ ପୁଅ ପୀତବାସ ଭୁଏଙ୍କୁ ନେଇ ତାଙ୍କ ପରିବାର। ସବୁ ଠିକଠାକ ଚାଲୁଥିଲା। କିନ୍ତୁ ଚଳିତବର୍ଷ ମାସ ମାସ ଧରି ବିଦ୍ୟୁତ୍‌ ସେବା ପ୍ରଭାବିତ ହେବାରୁ ସନୁ ଚାଷ ଜମି ପାଇଁ ବସାଇଥିବା ମୋଟର ପମ୍ପ ଚଳାଇପାରୁ ନାହାନ୍ତି। ଧାନ ଚାଷ ତ କଷ୍ଟେ ମଷ୍ଟେ ହୋଇ ଗଲା ହେଲେ ବର୍ତ୍ତମାନ ମୋଟର ପମ୍ପ ନ ଚାଲିବାରୁ ପନିପରିବା ଚାଷ ଜମିରେ ପାଣି ମଡ଼ାଇପାରୁ ନାହାନ୍ତି।  ଫଳରେ ୪୦ ଡିସିମିଲର ପୋଟଳ ଓ ୧୦ ଡିସିମିଲର ଲଙ୍କା ଚାଷ ସହ ଲଳିତା ଶାଗ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ଉଜୁଡି ଗଲାଣି। ଆଉ ଦିନେ ଦୁଇ ଦିନ ମଧ୍ୟରେ ବର୍ଷା କିମ୍ବା ବିଦ୍ୟୁତ୍‌ ସଂଯୋଗ ନ ହେଲେ ମୋଟର ପମ୍ପରୁ ପାଣି ଜମିକୁ ଯାଇପାରିବ ନାହିଁ। ଆଉ ଯାହା ବି ଫସଲ ବଞ୍ଚିଛି ତାହା ବି ଉଜୁଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସନୁ ଭୁଏ କହିଛନ୍ତି।
ଏ ନେଇ ବାରମ୍ବାର ବିଦ୍ୟୁତ୍‌ ବିଭାଗକୁ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତାଙ୍କ ମୋଟର ପମ୍ପ ବିଦ୍ୟୁତ୍‌ ସଂଯୋଗ ଥିବା ଟ୍ରାନ୍ସଫର୍ମର ଗତ ଜାନୁଆରୀ ମାସରୁ ଅଚଳ ହୋଇ ପଡ଼ି ରହିଛି l ସେଥିରୁ କେବଳ ଗୋଟାଏ ଫେଜ୍‌ ବିଦ୍ୟୁତ୍‌ ପାଖ ପଡ଼ାବାସୀଙ୍କ ଘରୋଇ ବ୍ୟବହାର ପାଇଁ ଦିଆଯାଇଛି। ଟ୍ରାନ୍ସଫର୍ମର ଅଚଳ ଯୋଗୁ ଟୁପାପଡ଼ାବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିପିଏଲ ଟ୍ରାନ୍ସଫର୍ମରରୁ ଖାଉଟିଙ୍କ ଆବଶ୍ୟକତା ମେଣ୍ଟାଯାଇ ପାରୁ ନାହିଁ ।ଫଳରେ ଗ୍ରାମବାସୀ ମଧ୍ୟ ଅତିଷ୍ଠ ହୋଇ ପଡ଼ିଲେଣି।
ଗ୍ରାମର କାଶୀ ବାବୁ କୁହନ୍ତି, ଦିନକୁ ୪ ଥର ବିଦ୍ୟୁତ୍‌ କାଟ ହେଉଛି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସେହିପରି ଗ୍ରାମର ରସିକ ମାଝୀ କୁହନ୍ତି, ପ୍ରବଳ ଗରମ ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍‌ କାଟ ହେଲେ ବହୁତ ଅସୁବିଧା ହେଉଛି। ବିଭାଗୀୟ ଅଧିକାରୀମାନେ ପ୍ରତିମାସ ବିଦ୍ୟୁତ୍‌ ବିଲ୍‌ ନେବାକୁ ଆସୁଛନ୍ତି, ନ ଦେଲେ ଚଳିବ ନାହିଁ ବୋଲି କହୁଛନ୍ତି, ହେଲେ ବିଦ୍ୟୁତ୍‌ ସେବା ଠିକ୍‌ ଭାବେ ଯୋଗାଇ ପାରୁନାହାନ୍ତି। ଏ ନେଇ ଅତାବିରା ବିଦ୍ୟୁତ ବିଭାଗ ଏସଡିଓ ରବିନାରାୟଣ ମହାନ୍ତିଙ୍କୁ ପଚାରିବାରୁ, ଟୁପାପଡ଼ା ସମସ୍ୟା ନେଇ ଆମେ ଜାଣିଛୁ । ତାଙ୍କର ଟ୍ରାନ୍ସଫର୍ମର ହୋଇଯାଇଛି। ଆମ ସେକ୍ସନାଲ ଅଫିସର ଛୁଟିରେ ଥିଲେ, ଏବେ ଆସିଗଲେଣି। ଆଜି କାଲି ମଧ୍ୟରେ ଟ୍ରାନ୍ସଫର୍ମର ବଦଳାଇ ଦେବୁ ବୋଲି ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri