ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ

କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍‌ଏସ୍‌ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି।
ପ୍ରକାଶ ଯେ, କୁଚିଣ୍ଡା ତହସିଲ ଅଧୀନରେ ଥିବା ଗୋଛରା ପଞ୍ଚାୟତର ଜନକଡିହି, କୁଲେଇଗଡ ପଞ୍ଚାୟତର ବୁଢ଼ାରଜା ଓ କୁଟୁରାଚୁଆଁ ପଞ୍ଚାୟତର କିରାଶାସନଠାରେ ଆରଏସ୍‌ଏ କମ୍ପାନୀ ପ୍ରାୟ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ତିନୋଟି ବ୍ୟାରେଜ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ତିନିଗୋଟି ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ହଜାର ହଜାର ଟ୍ରିପ୍‌ ବାଲି ଜମା କରି ରଖିଛି। ସେହିପରି ଜନକଡିହିଠାରେ ବ୍ଲାଷ୍ଟିଂ କରି ପଥର ଫଟାଇବା ପରେ ଏହାକୁ ସରକାରଙ୍କଠାରେ ଜମା ନ କରି ଏକ ଅସ୍ଥାୟୀ କ୍ରଶର ଦ୍ୱାରା ଫଟାଇ ଗେଟି ପ୍ରସ୍ତୁତ କରି ନିର୍ମାଣ କାମରେ ବ୍ୟବହାର କରୁଛି। ବୁଢ଼ାରଜା ଠାରେ ମଧ୍ୟ କମ୍ପାନୀ ବ୍ଲାଷ୍ଟିଂ କରି ଫଟାଇଥିବା ପଥରକୁ କ୍ରଶର ସାହାଯ୍ୟରେ ଗେଟି ପ୍ରସ୍ତୁତ କରି ଜମା କରି ରଖିଛି। କିରାଶାସନଠାରେ ବ୍ୟାରେଜ ନିର୍ମାଣ ପାଇଁ କମ୍ପାନୀ ଲସାଠାରେ ମଧ୍ୟ ଶହ ଶହ ଟ୍ରିପ୍‌ ବାଲି ଓ ଗେଟି ଜମା କରି ରଖିଛି। କମ୍ପାନୀର ଏପରି ବେଆଇନ କାର୍ଯ୍ୟ ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ଏ ସମ୍ପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଉପଜିଲାପାଳ ବିଭୂତି ଭୂଷଣ ନାୟକ, ବିଡ଼ିଓ ନିରଞ୍ଜନ ସା ଏବଂ ସହକାରୀ ଜିଲାପାଳ ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ କମ୍ପାନୀ କାମ କରୁଥିବା ବୁଢ଼ାରଜା, ଲସା ଓ ଜନକଡ଼ିହିକୁ ଯାଇ ତଦନ୍ତ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରେ କମ୍ପାନୀ ବେଆଇନ କାର୍ଯ୍ୟ କରୁଥିବା, ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ବାମରା ତହସିଲଦାର ଏବଂ ବିଡ଼ିଓ, କୁଚିଣ୍ଡା ବିଡ଼ିଓ ଏବଂ ଜମନକିରା ତହସିଲଦାରଙ୍କୁ ନେଇ ଏକ ଚରିଜଣିଆ ଟିମ ଗଠନ କରି କମ୍ପାନୀର କାର୍ଯ୍ୟକଳାପ ସମ୍ପର୍କରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଏହି କମିଟି ତିନି ଦିନ ଭିତରେ ତାଙ୍କର ରିପୋର୍ଟ ଦେବେ। ଏହା ପରେ କମ୍ପାନୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ଗୁରୁବାର ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri