ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ

କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍‌ଏସ୍‌ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଛି।
ପ୍ରକାଶ ଯେ, କୁଚିଣ୍ଡା ତହସିଲ ଅଧୀନରେ ଥିବା ଗୋଛରା ପଞ୍ଚାୟତର ଜନକଡିହି, କୁଲେଇଗଡ ପଞ୍ଚାୟତର ବୁଢ଼ାରଜା ଓ କୁଟୁରାଚୁଆଁ ପଞ୍ଚାୟତର କିରାଶାସନଠାରେ ଆରଏସ୍‌ଏ କମ୍ପାନୀ ପ୍ରାୟ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ତିନୋଟି ବ୍ୟାରେଜ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ତିନିଗୋଟି ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ହଜାର ହଜାର ଟ୍ରିପ୍‌ ବାଲି ଜମା କରି ରଖିଛି। ସେହିପରି ଜନକଡିହିଠାରେ ବ୍ଲାଷ୍ଟିଂ କରି ପଥର ଫଟାଇବା ପରେ ଏହାକୁ ସରକାରଙ୍କଠାରେ ଜମା ନ କରି ଏକ ଅସ୍ଥାୟୀ କ୍ରଶର ଦ୍ୱାରା ଫଟାଇ ଗେଟି ପ୍ରସ୍ତୁତ କରି ନିର୍ମାଣ କାମରେ ବ୍ୟବହାର କରୁଛି। ବୁଢ଼ାରଜା ଠାରେ ମଧ୍ୟ କମ୍ପାନୀ ବ୍ଲାଷ୍ଟିଂ କରି ଫଟାଇଥିବା ପଥରକୁ କ୍ରଶର ସାହାଯ୍ୟରେ ଗେଟି ପ୍ରସ୍ତୁତ କରି ଜମା କରି ରଖିଛି। କିରାଶାସନଠାରେ ବ୍ୟାରେଜ ନିର୍ମାଣ ପାଇଁ କମ୍ପାନୀ ଲସାଠାରେ ମଧ୍ୟ ଶହ ଶହ ଟ୍ରିପ୍‌ ବାଲି ଓ ଗେଟି ଜମା କରି ରଖିଛି। କମ୍ପାନୀର ଏପରି ବେଆଇନ କାର୍ଯ୍ୟ ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ଏ ସମ୍ପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଉପଜିଲାପାଳ ବିଭୂତି ଭୂଷଣ ନାୟକ, ବିଡ଼ିଓ ନିରଞ୍ଜନ ସା ଏବଂ ସହକାରୀ ଜିଲାପାଳ ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ କମ୍ପାନୀ କାମ କରୁଥିବା ବୁଢ଼ାରଜା, ଲସା ଓ ଜନକଡ଼ିହିକୁ ଯାଇ ତଦନ୍ତ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରେ କମ୍ପାନୀ ବେଆଇନ କାର୍ଯ୍ୟ କରୁଥିବା, ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ବାମରା ତହସିଲଦାର ଏବଂ ବିଡ଼ିଓ, କୁଚିଣ୍ଡା ବିଡ଼ିଓ ଏବଂ ଜମନକିରା ତହସିଲଦାରଙ୍କୁ ନେଇ ଏକ ଚରିଜଣିଆ ଟିମ ଗଠନ କରି କମ୍ପାନୀର କାର୍ଯ୍ୟକଳାପ ସମ୍ପର୍କରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଏହି କମିଟି ତିନି ଦିନ ଭିତରେ ତାଙ୍କର ରିପୋର୍ଟ ଦେବେ। ଏହା ପରେ କମ୍ପାନୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ଗୁରୁବାର ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri