୩ ବାଲ୍ୟବିବାହ ରୋକିଲା ପ୍ରଶାସନ, ୩ ନାବାଳିକା ଉଦ୍ଧାର

ପାପଡ଼ାହାଣ୍ଡି,୧୪।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ତିନୋଟି ସ୍ଥାନରେ ପ୍ରଶାସନ ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛି। ଏଥିସହ ୩ ନାବାଳିକାଙ୍କୁ ଉଦ୍ଧାର କରି ସଚେତନ କରାଯିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ପଞ୍ଚାୟତ ସଦର ମହକୁମାର ଜଣେ ନାବାଳକ ସହ କୋଷାଗୁମୁଡ଼ା ଅଞ୍ଚଳର ଜଣେ ବାଳିକାଙ୍କ ବିବାହ କରିବା ପାଇଁ ଡେଙ୍ଗାଗୁଡ଼ା ଗ୍ରାମକୁ ନିଆଯାଇଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ଦୁହିଁଙ୍କ ବିବାହ କରାଇବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା। ହେଲେ ନାବାଳିକାଙ୍କ ମାଆ, ବାପା ମା ଅବଗତ ନ ଥିଲେ। ବିଶେଷ ସୂତ୍ରରୁ ଖବର ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଶିଶୁ ବିକାଶ ଅଧିକାରୀ ଏସ୍‌. ଗୀତା, ସୁପରଭାଇଜର ସୁକୁମୋନି ବେହେରା, ବ୍ଲକ ସଂଯୋଜକ ଉତ୍ତମ କୁମାର ବେହେରା ଏବଂ ଅଙ୍ଗନଓ୍ବାଡି କର୍ମୀ ନାବାଳକଙ୍କ ଘରେ ପହଞ୍ଚି ବୁଝାଶୁଝା କରିଥିଲେ। ବାଲ୍ୟ ବିବାହ ଏକ ଅପରାଧ ବୋଲି କହିବା ସହ ରାଜିନାମା ଲେଖି ପରେ ନାବାଳିକା କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ସେହିପରି ପାପଡ଼ାହାଣ୍ଡି ବ୍ଲକ ଖୁଟବାଇ ପଞ୍ଚାୟତ ସଦର ମହକୁମାର ଜଣେ ନାବାଳିକା ସହ ଡାବୁଗାଁ ବ୍ଲକ ବଡ଼ଅଲମା ପଞ୍ଚାୟତ ଅନ୍ତର୍ଗତ ଚିକିଲିଆଗୁଡ଼ା ଗ୍ରାମର ନାବାଳକଙ୍କ ଖୁଟବାଇ ଗ୍ରାମରେ ବିବାହ କାର୍ଯ୍ୟକ୍ରମ ଜାରି ରହିଥିଲା। ଖବର ପାଇଁ ଶିଶୁ ବିକାଶ ଅଧିକାରୀ, ବ୍ଲକ ସଂଯୋଜକ ପହଞ୍ଚି ବୁଝାଶୁଝା କରି ବିବାହ ରୋକିବାରେ ସଫଳ ହୋଇଥିଲେ। ଉଭୟ ପରିବାର ବୁଝିବା ସହ ଘରକୁ ଚାଲିଯାଇଥିଲେ। ସେହିପରି ପାପଡ଼ାହାଣ୍ଡି ଗ୍ରାମର ବସଷ୍ଟାଣ୍ଡ ଛକ ସାହିର ନାବାଳକ ସହ ଜୟପୁର ଗ୍ରାମର ନାବାଳିକାଙ୍କ ବିବାହ କରିବା ପାଇଁ ପାପଡ଼ାହାଣ୍ଡି ଅଣାଯାଇଥିଲା। ଉଭୟ ଏକା ସହିତ କଲେଜରେ ପଢ଼ିବା ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଅଧିକାରୀମାନେ ପହଞ୍ଚି ବୁଝାଶୁଝା କରି ବିବାହକୁ ଅଟକାଇଥିଲେ। ଏଥିସହ ରାଜିନାମା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri