ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବାର୍ଷିକୋଣା ଗ୍ରାମକୁ ଯାଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଡିଓଙ୍କ ଏଭଳି ଆକ୍ସନ ମୋଡ କାମକୁ ନେଇ ବିଭିନ୍ନ ବହାଳରେ ପ୍ରଶଂସା କରାଯାଉଥିବା ବେଳେ ଏହି ଅଞ୍ଚଳର ଯାହାବି ମୌଳିକ ସୁବିଧା ଅଛି ଆବଶ୍ୟକ ଅନୁସାରେ ଯଥାସମ୍ଭବ ଯୋଗାଇ ଦିଆଯିବା ଉଚିତ୍, ଖାଲି ଗସ୍ତ କଲେ ହେବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ଧରିତ୍ରୀ ଖବର କାଗଜ ରେ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବାର୍ଷିକୋଣା ଗ୍ରାମ ସମେତ ଭଟାପଡ଼ା, ଗମ୍ଭାରିଗୁଡ଼ା, ମୁଣ୍ଡିଘାଟିରେ ବସବାସ କରୁଥିବା ପ୍ରାୟ ୫୦ରୁ ୬୦ ପରିବାରଙ୍କ ପାଇଁ ବ୍ଲକ ସଦର ମହକୁମା ଯିବାକୁ ହେଲେ ପ୍ରାୟ ୧୫ କି.ମି. ଚାଲିଚାଲି ଯାଇଥାନ୍ତି l ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ, ସାସ୍ଥ୍ୟ ସେବା ଅପହଞ୍ଚ । ରାସ୍ତା ସମସ୍ୟା ଯୋଗୁ ରୋଗୀ, ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ କେନାଲ ରାସ୍ତା ପର୍ଯ୍ୟନ୍ତ ନେବାକୁ ପଡିଥାଏ। ସେଠାରୁ ଆମ୍ବୁଲାନ୍ସ ସେବା ମିଳିଥାଏ। ପାନୀୟ ଜଳ ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କୁ ମିଳେ ନାହିଁ। ଗ୍ରାମରେ ବିଦ୍ୟାଳୟ ଥିଲେ ବି ଠିକ ଭାବରେ ପିଲାଙ୍କ ପାଠପଢ଼ା ହୁଏ ନାହିଁ। ଏବଂ ଏହି ବାର୍ଷିକୋଣା ଗ୍ରାମର ୩ଟି ପଡ଼ା ପାଇଁ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ଆମ ଧରିତ୍ରୀ ମାଧ୍ୟମରେ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନରାମ ସୱରେନ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ ପଣ୍ଡା, ଗ୍ରାମ୍ୟ ଗୃହ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂରଞ୍ଜନ ସାହୁ, ପିଇଓ ସୁଶାନ୍ତ ମାଝୀ, ଜିଆରଏସ ବୈକୁଣ୍ଠ ଦିଶାରୀ, ପୂର୍ବତନ ସରପଞ୍ଚ ବିକ୍ରମ ମାଝୀଙ୍କୁ ଧରି ଉକ୍ତ ଗାଁକୁ ଯାଇ ପହଞ୍ଚିଥିଲେ। ପରେ ବିଡିଓ ଗ୍ରାମ ଲୋକଙ୍କ ସହ ଆଲୋଚନା କରି ନରେଗା ମାଧ୍ୟମରେ ରାସ୍ତା ମରାମତି କରାଯିବା ସହ ଚେକ ଡ୍ୟାମ ନିର୍ମାଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ କହିଲେ କି ଯେହେତୁ ଏହି ଅଞ୍ଚଳ ଆମ ବ୍ଲକର ଗୋଟେ ପଞ୍ଚାୟତ ସତ ହେଲେ ଏହା ଭୌଗଳିକ କୋଣରୁ ଆମ ବ୍ଲକରେ ଜଉ ନାହିଁ, ଏହା ଜୁନାଗଡ଼ ବ୍ଲକ ଅଧୀନରେ ଯାଉଛି ଏଣୁ ଆମେ ଆମ ପଞ୍ଚାୟତ ସ୍ତରରେ ଯାହା କରିବା କଥା ଯାହା ସରକାରୀ ଯୋଜନା ଯୋଗାଇଦେବା ସହ ଉକ୍ତ ଗ୍ରାମକୁ ପାନୀୟଜଳର କୌଣସି ଅସୁବିଧା ହେଉନାହିଁ ବସୁଧାରୁ ପାଣି ଯୋଗାଇ ଦିଆ ଯାଉଛି, ଏବଂ ଯେହେତୁ ଉକ୍ତ ଗ୍ରାମରେ ପିଲାଙ୍କ ଶିକ୍ଷା କାମ ଅଛି ଆମକୁ ୨୦ରୁ ଊର୍ଦ୍ଧ୍ୱ ଛୁଆ ହେଲେ ହିଁ ଆମେ ମିନି ଅଙ୍ଗନୱାଡ଼ି କେନ୍ଦ୍ର କରିପାରିବୁ କିନ୍ତୁ ତଥାପି  ଆମେ ସର୍ଭେ କରି ଆଗାମୀ ଦିନରେ କରାଯିବ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ୟକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri