ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବାର୍ଷିକୋଣା ଗ୍ରାମକୁ ଯାଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଡିଓଙ୍କ ଏଭଳି ଆକ୍ସନ ମୋଡ କାମକୁ ନେଇ ବିଭିନ୍ନ ବହାଳରେ ପ୍ରଶଂସା କରାଯାଉଥିବା ବେଳେ ଏହି ଅଞ୍ଚଳର ଯାହାବି ମୌଳିକ ସୁବିଧା ଅଛି ଆବଶ୍ୟକ ଅନୁସାରେ ଯଥାସମ୍ଭବ ଯୋଗାଇ ଦିଆଯିବା ଉଚିତ୍, ଖାଲି ଗସ୍ତ କଲେ ହେବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ଧରିତ୍ରୀ ଖବର କାଗଜ ରେ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବାର୍ଷିକୋଣା ଗ୍ରାମ ସମେତ ଭଟାପଡ଼ା, ଗମ୍ଭାରିଗୁଡ଼ା, ମୁଣ୍ଡିଘାଟିରେ ବସବାସ କରୁଥିବା ପ୍ରାୟ ୫୦ରୁ ୬୦ ପରିବାରଙ୍କ ପାଇଁ ବ୍ଲକ ସଦର ମହକୁମା ଯିବାକୁ ହେଲେ ପ୍ରାୟ ୧୫ କି.ମି. ଚାଲିଚାଲି ଯାଇଥାନ୍ତି l ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ, ସାସ୍ଥ୍ୟ ସେବା ଅପହଞ୍ଚ । ରାସ୍ତା ସମସ୍ୟା ଯୋଗୁ ରୋଗୀ, ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ କେନାଲ ରାସ୍ତା ପର୍ଯ୍ୟନ୍ତ ନେବାକୁ ପଡିଥାଏ। ସେଠାରୁ ଆମ୍ବୁଲାନ୍ସ ସେବା ମିଳିଥାଏ। ପାନୀୟ ଜଳ ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କୁ ମିଳେ ନାହିଁ। ଗ୍ରାମରେ ବିଦ୍ୟାଳୟ ଥିଲେ ବି ଠିକ ଭାବରେ ପିଲାଙ୍କ ପାଠପଢ଼ା ହୁଏ ନାହିଁ। ଏବଂ ଏହି ବାର୍ଷିକୋଣା ଗ୍ରାମର ୩ଟି ପଡ଼ା ପାଇଁ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ଆମ ଧରିତ୍ରୀ ମାଧ୍ୟମରେ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନରାମ ସୱରେନ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ ପଣ୍ଡା, ଗ୍ରାମ୍ୟ ଗୃହ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂରଞ୍ଜନ ସାହୁ, ପିଇଓ ସୁଶାନ୍ତ ମାଝୀ, ଜିଆରଏସ ବୈକୁଣ୍ଠ ଦିଶାରୀ, ପୂର୍ବତନ ସରପଞ୍ଚ ବିକ୍ରମ ମାଝୀଙ୍କୁ ଧରି ଉକ୍ତ ଗାଁକୁ ଯାଇ ପହଞ୍ଚିଥିଲେ। ପରେ ବିଡିଓ ଗ୍ରାମ ଲୋକଙ୍କ ସହ ଆଲୋଚନା କରି ନରେଗା ମାଧ୍ୟମରେ ରାସ୍ତା ମରାମତି କରାଯିବା ସହ ଚେକ ଡ୍ୟାମ ନିର୍ମାଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ କହିଲେ କି ଯେହେତୁ ଏହି ଅଞ୍ଚଳ ଆମ ବ୍ଲକର ଗୋଟେ ପଞ୍ଚାୟତ ସତ ହେଲେ ଏହା ଭୌଗଳିକ କୋଣରୁ ଆମ ବ୍ଲକରେ ଜଉ ନାହିଁ, ଏହା ଜୁନାଗଡ଼ ବ୍ଲକ ଅଧୀନରେ ଯାଉଛି ଏଣୁ ଆମେ ଆମ ପଞ୍ଚାୟତ ସ୍ତରରେ ଯାହା କରିବା କଥା ଯାହା ସରକାରୀ ଯୋଜନା ଯୋଗାଇଦେବା ସହ ଉକ୍ତ ଗ୍ରାମକୁ ପାନୀୟଜଳର କୌଣସି ଅସୁବିଧା ହେଉନାହିଁ ବସୁଧାରୁ ପାଣି ଯୋଗାଇ ଦିଆ ଯାଉଛି, ଏବଂ ଯେହେତୁ ଉକ୍ତ ଗ୍ରାମରେ ପିଲାଙ୍କ ଶିକ୍ଷା କାମ ଅଛି ଆମକୁ ୨୦ରୁ ଊର୍ଦ୍ଧ୍ୱ ଛୁଆ ହେଲେ ହିଁ ଆମେ ମିନି ଅଙ୍ଗନୱାଡ଼ି କେନ୍ଦ୍ର କରିପାରିବୁ କିନ୍ତୁ ତଥାପି  ଆମେ ସର୍ଭେ କରି ଆଗାମୀ ଦିନରେ କରାଯିବ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ୟକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri