ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ପ୍ରଶାସନ ସଜାଗ

ଗଜପତି,୨୬ା୧୦(ଗିରିଧାରୀ ପରିଛା): ‘ସମ୍ଭାବ୍ୟ’ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳ କାକିନଡ଼ାଠାରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଜପତି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଯାହାକୁ ନେଇ ଜିଲା ପ୍ରଶାସନ ତତ୍ପର ହୋଇଛି, ଜିଲାରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଗୃହଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଜିଲାରେ ସମସ୍ତ ସରକାରୀ ଅଧିକାରୀଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ତଳିଆ ଅଞ୍ଚଳ ଓ ଜିଲାରେ ଥିବା ୧୩୯ଟି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଲୋକଙ୍କୁ ସଚେତନ ପାଇଁ ମାଇକ୍‌ ଜରିଆରେ ସଚେତନ କରାଯାଉଛି। ପ୍ରାଥମିକ ସ୍ତରରେ ଗର୍ଭବତୀ ମାଆମାନଙ୍କୁ ସମସ୍ତ ମାଆ ଗୃହ ଏବଂ ପ୍ରାଥମିକ ଚିକିତ୍ସାଳୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ। ପରବର୍ତ୍ତୀ ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପରିସ୍ଥିତିକୁ ଦେଖି ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ବ୍ଲକସ୍ତରୀୟ ଏବଂ ଜିଲାସ୍ତରୀୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତ ମୋବାଇଲ ସେବା ସଂସ୍ଥାମାନଙ୍କୁ ସତର୍କ କରାଯାଇଛି ଯେ, ଯେଭଳି ନେଟଓ୍ବର୍କ ସେବାରେ କୌଣସି ବ୍ୟାହତ ନ ହେବ। ସେହିପରି ବିଦ୍ୟୁତ୍‌ ବିଭାଗକୁ ମଧ୍ୟ ସତର୍କ କରାଯାଇଛି। ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାତ୍ୟା ଜନିତ କୌଣସି କ୍ଷୟକ୍ଷତି ହୁଏ କିମ୍ବା ଭୂସ୍ଖଳନ, ମାଟି ଧସିବା ଓ କୌଣସି କାରଣରୁ ରାସ୍ତା ଅବରୋଧ ହେଲେ ତୁରନ୍ତ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇଟି ଓଡ୍ରାଫ୍‌ ଟିମ୍‌ ଆସନ୍ତାକାଲି ସକାଳେ ସୁଦ୍ଧା ପାରଳାଖେମୁଣ୍ଡିରେ ଆସି ପହଞ୍ଚିବେ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଅକ୍ଟୋବର ୨ରେ ଯେଭଳି ଟିକିଏ ଅସାବଧାନତା ଲାଗି ତିନି ଜଣ ମୃତ୍ୟୁବରଣ କରିଥିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ନିଖୋଜ ଅଛନ୍ତି। ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ସେପଟେ ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଯେଭଳି କୌଣସି ବ୍ୟକ୍ତି ଅମାନିଆ ହୋଇ ପର୍ଯ୍ୟଟନସ୍ଥଳୀକୁ ପ୍ରବେଶ ନ କରିବେ ଏହି ସମସ୍ତ ଜିନିଷର ସମୀକ୍ଷା କରିଛନ୍ତି ଜିଲାପାଳ ମଧୁମିତା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri