ଲଳିତାଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ

ନୂଆପଡ଼ା ଅଫିସ, ୮ା୬: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ପଞ୍ଚାୟତ କାଶିପଲା ଗାଁ ଲଳିତା ଶବରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ମା’ଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛନ୍ତି ଝିଅ, ପୁଅ ସମ୍ପର୍କିତ ଏକ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତପତ୍ରତା ଦେଖାଇଛି।
ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଲଳିତାଙ୍କୁ ଭର୍ତ୍ତି କରାଯାଇଛି। ଲଳିତା ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଅନେକ ପ୍ରକାର ରୋଗରେ ପୀଡିତ ହୋଇଥିଲେ। ତାଙ୍କ ଚିକିତ୍ସା ପାଇଁ ତାଙ୍କ ସ୍ବାମୀ ରପୁସିଂ ଶବର (୫୦) ଜିଲା ତଥା ଜିଲା ବାହାର ଡାକ୍ତରଖାନା ଯାଇ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଲଳିତାଙ୍କୁ ବଞ୍ଚାଇବା ପାଇଁ ଜମି, ଗହଣା ସବୁ ବନ୍ଧକ ରଖି ସାରିଲେଣି। ମୁଁ ଜଣେ ଗରିବ ଆଦିବାସୀ ଶ୍ରେଣୀର ଲୋକ। ଦିନମଜୁରି କରି ପରିବାରର ୬ଜଣ ସଦସ୍ୟ ବହୁତ କଷ୍ଟରେ ଚଳୁଥିଲୁ। ଟଙ୍କା ଅଭାବରୁ ଝିଅପୁଅଙ୍କୁ ଅଧିକ ପଢାଇ ପାରିଲି ନାହିଁ। ପରିବାର କୁଲିମଜୁରୀ କରି ଚଳିବା ସହ ଯାହା ଘରେ ଥିଲା, ତାହା ସବୁ ସ୍ତ୍ରୀଙ୍କ ପାଇଁ ଖର୍ଚ୍ଚ ହେଲା। ଟଙ୍କା ଅଭାବରୁ ଝିଅ ଓ ପୁଅକୁ ହାଇଦ୍ରାବାଦ ଇଟା ତିଆରି କରିବା ପାଇଁ ପଠାଇ ଦେଇଛି। ସେମାନେ ଟଙ୍କା ଧରି ଆସିଲେ ଅନ୍ୟ କେଉଁଠି ଚିକିତ୍ସା ପାଇଁ ନେବୁ ବୋଲି ଲଳିତାଙ୍କ ସ୍ବାମୀ ରୁପସିଂ ଶବର କହିଛନ୍ତି। ଝିଅପୁଅର ଆସିବା ବାଟକୁ ଅନାଇ ବସିଥିଲି। ହେଲେ ଧରିତ୍ରୀ ଖବରରେ ଲଳିତାଙ୍କ ବିଷୟରେ ଖବର ପ୍ରକାଶ ହେବା ପରେ ଜିଲା ପ୍ରଶାସନ ଆମ ଦୁଃଖ ଜାଣି ପାରି ମୋ ସ୍ତ୍ରୀଙ୍କୁ ଆଣି ଚିକିତ୍ସା କରୁଛନ୍ତି। ଜଗନ୍ନାଥ ମୋ ସ୍ତ୍ରୀଙ୍କୁ ଶୀଘ୍ର ଭଲ କରନ୍ତୁ। ଦୁଃଖ ଶୁଣିଥିବା ଜିଲା ପ୍ରଶାସନ, ଧରିତ୍ରୀକୁ ମୋର କୋଟି କୋଟି ଧନ୍ୟବାଦ ବୋଲି ପ୍ରଶଂସା କରୁଛନ୍ତି ଲଳିତାଙ୍କ ସ୍ବାମୀ ରୁପସିଂ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri