ଏସ୍‌ଏଚ୍‌ଜିକୁ ଠକିଦେଲା ପ୍ରଶାସନ

ସେମିଳିଗୁଡା/ସୁନାବେଡା, ୨୭ା୨(ସ୍ବ.ପ୍ର.):ଆନ୍ଧ୍ରପ୍ରଦେଶ ସରକାର, ଓଡିଶାର ସୀମାନ୍ତବର୍ତ୍ତୀ କୋଟିଆକୁ ନେଇ ବହୁ ବାଦ ବିବାଦ ପରେ ଓଡିଶା ସରକାର କୋଟିଆ ଅଞ୍ଚଳର ଆଦିବାସୀଙ୍କ ବିକାଶ ପାଇଁ କେତେକ ଯୋଜନା କରିଥିଲେ। ଏଠାକାର ଜଳବାୟୁ ଅନୁସାରେ ଉକ୍ତ ଅଞ୍ଚଳରେ ଷ୍ଟ୍ରବେରି ଚାଷ କରାଯାଇଥିଲା। କୃଷି ବିଭାଗର ଅଧିକାରୀମାନେ ଅଞ୍ଚଳ ପରିଦର୍ଶନ କରି ପ୍ରାୟ ୩ ଏକର ଜମି ଚିହ୍ନଟ କରିଥିଲେ। ଏଥିପାଇଁ କାଣ୍ଟି ପଞ୍ଚାୟତର ଉପରକାଣ୍ଟି ଡଙ୍ଗର ମାଳିକୁ ଏସଏଚଜି ମାଧ୍ୟମରେ ଜମି ସମତୁଲ ଓ ବେଡ଼ ବନାଇବାକୁ କହିଥିଲେ। ଗତ ଦୁଇ ମାସ ତଳେ ତତ୍କାଳୀନ ବିଡ଼ିଓ, ଆଇଟିଡ଼ିଏ, କୃଷି, ଉଦ୍ୟାନ, ଓଏଲଏମ ଓ ଏପିଓ ଅଧକାରୀଙ୍କ ନିର୍ଦ୍ଦେଶମୁତାବକ ଲକ୍ଷଧିକ ଟଙ୍କା ଖର୍ଚ୍ଚ କରି ଟ୍ରାକ୍ଟର ଓ କିଛି ଲୋକଙ୍କୁ ପାରିଶ୍ରମିକ ଦେଇ ଏସଏଚଜି ସଦସ୍ୟମାନେ ସବୁ କାମ କରିଥିଲେ। ମାତ୍ର ଏତେ ସବୁକାମ ପଇଁ ସମ୍ପୃକ୍ତ ଏସଏଚଜିକୁ ପ୍ରଶାସନ ପାରିଶ୍ରମିକ ଏବଂ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଦେଇ ନ ଥିବା ବୋଲି ଏସଏଚଜି ସଭାନେତ୍ରୀ ମାରିୟମ ସାଆନ୍ତା,ସମ୍ପାଦିକା ମାରତା ସାଆନ୍ତା କହିଛନ୍ତି। ପ୍ରଶାସନ ଆମକୁ ସ୍ବାବଲମ୍ବୀ କରିବା ଆଳରେ ଠକିଦେଲା ବୋଲି ଉଭୟେ ପ୍ରକାଶ କରିଛନ୍ତି। କୋଟିଆ ଅଞ୍ଚଳର ଏସଏଚଜିକୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ ସ୍ବଚ୍ଛଳ କରିବାକୁ ଜିଲା ପ୍ରଶାସନ ସହଯୋଗରେ ଆଇଟିଡ଼ିଏ ଷ୍ଟ୍ରବେରି ଚାଷ ପାଇଁ ଗତ ବର୍ଷ କୋଟିଆ ପଞ୍ଚାୟତ ଡୋଳିଆମ୍ବା ଗ୍ରାମକୁ ଚୟନ କରି ଷ୍ଟ୍ରବେରି ଚାଷ ଲାଗି ଉପକରଣ ଏବଂ ଚାରା ଯୋଗାଇ ଦେଇଥିଲା। ଚଳିତ ବର୍ଷ ସେହି କୋଟିଆ ଅଞ୍ଚଳର ଆଉ କିଛି ଗ୍ରାମକୁ ଷ୍ଟ୍ରବେରି ଚାଷ ପାଇଁ ଚିହ୍ନଟ କରାଯାଇ ପଟ୍ଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତ ଓ ଗାଲିଗବଦରରେ ଚାଷ ମଧ୍ୟ ଆରମ୍ଭ ହୋଇଥିଲା। ଏସମ୍ପର୍କରେ କୋରାପୁଟ ଆଇଟିଡିଏ ଅଧିକାରୀ ଏସଏନ ମହାନ୍ତିଙ୍କୁ ପଚାରିବାରୁ ସେ ଉପରକାଣ୍ଟିରେ ଷ୍ଟ୍ରବେରି ଚାଷ ବିଷୟରେ ଜାଣି ନ ଥିବା କହି କୋଟିଆ ଅଞ୍ଚଳର କିଛି ଗ୍ରାମ ଏବଂ ପଟ୍ଟାଙ୍ଗି ବ୍ଲକ ନୂଆଗାଁର ଗାଲି ଗବଦର ତଦାରଖ ଦାୟିତ୍ୱରେ ଥିବା କହିଥିଲେ। ସେମିଳିଗୁଡା ବ୍ଲକ ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପଚାରିବା ଲାଗି ତାଙ୍କୁ ଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri