ଏସ୍‌ଏଚ୍‌ଜିକୁ ଠକିଦେଲା ପ୍ରଶାସନ

ସେମିଳିଗୁଡା/ସୁନାବେଡା, ୨୭ା୨(ସ୍ବ.ପ୍ର.):ଆନ୍ଧ୍ରପ୍ରଦେଶ ସରକାର, ଓଡିଶାର ସୀମାନ୍ତବର୍ତ୍ତୀ କୋଟିଆକୁ ନେଇ ବହୁ ବାଦ ବିବାଦ ପରେ ଓଡିଶା ସରକାର କୋଟିଆ ଅଞ୍ଚଳର ଆଦିବାସୀଙ୍କ ବିକାଶ ପାଇଁ କେତେକ ଯୋଜନା କରିଥିଲେ। ଏଠାକାର ଜଳବାୟୁ ଅନୁସାରେ ଉକ୍ତ ଅଞ୍ଚଳରେ ଷ୍ଟ୍ରବେରି ଚାଷ କରାଯାଇଥିଲା। କୃଷି ବିଭାଗର ଅଧିକାରୀମାନେ ଅଞ୍ଚଳ ପରିଦର୍ଶନ କରି ପ୍ରାୟ ୩ ଏକର ଜମି ଚିହ୍ନଟ କରିଥିଲେ। ଏଥିପାଇଁ କାଣ୍ଟି ପଞ୍ଚାୟତର ଉପରକାଣ୍ଟି ଡଙ୍ଗର ମାଳିକୁ ଏସଏଚଜି ମାଧ୍ୟମରେ ଜମି ସମତୁଲ ଓ ବେଡ଼ ବନାଇବାକୁ କହିଥିଲେ। ଗତ ଦୁଇ ମାସ ତଳେ ତତ୍କାଳୀନ ବିଡ଼ିଓ, ଆଇଟିଡ଼ିଏ, କୃଷି, ଉଦ୍ୟାନ, ଓଏଲଏମ ଓ ଏପିଓ ଅଧକାରୀଙ୍କ ନିର୍ଦ୍ଦେଶମୁତାବକ ଲକ୍ଷଧିକ ଟଙ୍କା ଖର୍ଚ୍ଚ କରି ଟ୍ରାକ୍ଟର ଓ କିଛି ଲୋକଙ୍କୁ ପାରିଶ୍ରମିକ ଦେଇ ଏସଏଚଜି ସଦସ୍ୟମାନେ ସବୁ କାମ କରିଥିଲେ। ମାତ୍ର ଏତେ ସବୁକାମ ପଇଁ ସମ୍ପୃକ୍ତ ଏସଏଚଜିକୁ ପ୍ରଶାସନ ପାରିଶ୍ରମିକ ଏବଂ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଦେଇ ନ ଥିବା ବୋଲି ଏସଏଚଜି ସଭାନେତ୍ରୀ ମାରିୟମ ସାଆନ୍ତା,ସମ୍ପାଦିକା ମାରତା ସାଆନ୍ତା କହିଛନ୍ତି। ପ୍ରଶାସନ ଆମକୁ ସ୍ବାବଲମ୍ବୀ କରିବା ଆଳରେ ଠକିଦେଲା ବୋଲି ଉଭୟେ ପ୍ରକାଶ କରିଛନ୍ତି। କୋଟିଆ ଅଞ୍ଚଳର ଏସଏଚଜିକୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ ସ୍ବଚ୍ଛଳ କରିବାକୁ ଜିଲା ପ୍ରଶାସନ ସହଯୋଗରେ ଆଇଟିଡ଼ିଏ ଷ୍ଟ୍ରବେରି ଚାଷ ପାଇଁ ଗତ ବର୍ଷ କୋଟିଆ ପଞ୍ଚାୟତ ଡୋଳିଆମ୍ବା ଗ୍ରାମକୁ ଚୟନ କରି ଷ୍ଟ୍ରବେରି ଚାଷ ଲାଗି ଉପକରଣ ଏବଂ ଚାରା ଯୋଗାଇ ଦେଇଥିଲା। ଚଳିତ ବର୍ଷ ସେହି କୋଟିଆ ଅଞ୍ଚଳର ଆଉ କିଛି ଗ୍ରାମକୁ ଷ୍ଟ୍ରବେରି ଚାଷ ପାଇଁ ଚିହ୍ନଟ କରାଯାଇ ପଟ୍ଟାଙ୍ଗି ବ୍ଲକର ନୂଆଗାଁ ପଞ୍ଚାୟତ ଓ ଗାଲିଗବଦରରେ ଚାଷ ମଧ୍ୟ ଆରମ୍ଭ ହୋଇଥିଲା। ଏସମ୍ପର୍କରେ କୋରାପୁଟ ଆଇଟିଡିଏ ଅଧିକାରୀ ଏସଏନ ମହାନ୍ତିଙ୍କୁ ପଚାରିବାରୁ ସେ ଉପରକାଣ୍ଟିରେ ଷ୍ଟ୍ରବେରି ଚାଷ ବିଷୟରେ ଜାଣି ନ ଥିବା କହି କୋଟିଆ ଅଞ୍ଚଳର କିଛି ଗ୍ରାମ ଏବଂ ପଟ୍ଟାଙ୍ଗି ବ୍ଲକ ନୂଆଗାଁର ଗାଲି ଗବଦର ତଦାରଖ ଦାୟିତ୍ୱରେ ଥିବା କହିଥିଲେ। ସେମିଳିଗୁଡା ବ୍ଲକ ବିଡ଼ିଓ ସବ୍ୟସାଚୀ ବେହେରାଙ୍କୁ ପଚାରିବା ଲାଗି ତାଙ୍କୁ ଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri