Posted inUncategorized

ପୁରୁଣାରୁ ବାହାରିପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୬ା୧୨: ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛି ଅନୁଗୋଳ ଜିଲା ପ୍ରଶାସନ। ବିଭିନ୍ନ ନିଷ୍ପତ୍ତି, ନିର୍ଦ୍ଦେଶ, ଟୁଇଟ୍‌ ଆଦିକୁ ସେଥିରେ ଘଣ୍ଟାକୁ ଘଣ୍ଟା ପୋଷ୍ଟ କରାଯାଉଛି। ଲୋକେ ଦେଉଥିବା ଲାଇକ୍‌ ଓ ମତାମତ ଉପରେ ମଧ୍ୟ ନଜର ରଖାଯାଉଛି। ହେଲେ ଜିଲାର ଅଫିସିଆଲ୍‌ େଓବ୍‌ସାଇଟ୍‌ ଥିଲେ ମଧ୍ୟ ଏସବୁକୁ ଅପ୍‌ଲୋଡ୍‌ କରାଯାଉ ନାହିଁ। ଏପରି କି ମାସ ମାସ ଧରି ଏହି ସରକାରୀ ଓ୍ବେବ୍‌ସାଇଟ୍‌ ଅପ୍‌ଡେଟ୍‌ ହେଉନାହିଁ। ଫଳରେ ଦୀର୍ଘଦିନ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ତଥ୍ୟ ରହୁଥିବାରୁ ଏ ନେଇ ବିଭ୍ରାନ୍ତରେ ପଡ଼ୁଛନ୍ତି ଲୋକେ। ପୁରୁଣା ତଥ୍ୟରୁ ପ୍ରଶାସନ ବାହାରିପାରୁ ନ ଥିବାରୁ ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲା ପ୍ରଶାସନର ଏହି ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କ ସମ୍ପର୍କରେ ତଥ୍ୟ ରହୁଛି। ସେମାନଙ୍କ ଟେଲିଫୋନ ନମ୍ବର ଦିଆଯାଉଛି। ଜିଲାର ଇତିହାସ, ଭୌଗୋଳିକ ଅବସ୍ଥିତି, ବ୍ଲକ, ତହସିଲ, ଉପଖଣ୍ଡ, ଜନସଂଖ୍ୟା, ଥାନା ସହ କଳା, ସଂସ୍କୃତି, ପର୍ଯ୍ୟଟନ ଓ ଧର୍ମାନୁଷ୍ଠାନ ଆଦି ସମ୍ପର୍କିତ ସୂଚନା ଦିଆଯାଉଛି। ସେହିପରି ଜିଲାରେ କେତୋଟି ସରକାରୀ ଓ ବେସରକାରୀ ଶିଳ୍ପାଞ୍ଚଳ ରହିଛି ତାହା ମଧ୍ୟ ଲୋକେ ଯେପରି ଜାଣିପାରିବେ ସେ ନେଇ ଉଲ୍ଲେଖ କରାଯାଉଛି। କିନ୍ତୁ ଏହାକୁ ନିୟମିତ ଭାବେ ଅପ୍‌ଡେଟ୍‌ କରାଯାଉନାହିଁ। ଫଳରେ ବିଭାଗୀୟ ଅଧିକାରୀଙ୍କ ବଦଳି, ଅବସର ପରେ ବି ଓ୍ବେବ୍‌ସାଇଟ୍‌ରେ ଖୋଜିଲେ ସେହି ପୁରୁଣା ତଥ୍ୟ ଦେଖିବାକୁ ମିଳୁଛି। ଟେଲିଫୋନ ନମ୍ବର ବଦଳାଯାଉ ନ ଥିବାବେଳେ ଅଫିସିଆଲ ଅର୍ଡର ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଉନାହିଁ। ଏପରି କି ଆଗାମୀ ଦିନରେ ଜିଲାରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଉନାହିଁ। ରେଭିନ୍ୟୁ ଇ-ଗଭର୍ଣ୍ଣାନ୍ସ୍‌ ଚେକ୍‌ଲିଷ୍ଟ ୨୦୧୮ ମସିହାରୁ ଅପ୍‌ଡେଟ୍‌ ହୋଇନାହିଁ। ଜିଲା ୱେସାଇଟ୍‌ରେ ଥିବା ବିଜ୍ଞାପନ ସ୍ଥାନ ମଧ୍ୟ ଖାଲି ପଡ଼ିଛି। ଜିଲାରେ ଥିବା ଚିକିତ୍ସାଳୟ ଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ଏଥିରେ ପ୍ରଦାନ କରାଯାଉନାହିଁ। ଗତ ଅକ୍ଟୋବର ୭ରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବସର ନେଇଛନ୍ତି। ହେଲେ ଏବେ ବି ତାଙ୍କ ନାମ ୱେବସାଇଟ୍‌ରେ ରହିଛି। ବୃତ୍ତି ଛାଡ଼ିଥିବା ଓ ପରଲୋକ ଗମନ କରିଥିବା ସତ୍ତ୍ୱେ କେତେଜଣ ଖବରଦାତାଙ୍କ ନାମ ତାଲିକାରେ ଦର୍ଶାଯାଇଛି। ଜିଲାରେ ୨୪ଟି ଥାନା ରହିଥିବାବେଳେ ତାହାକୁ ୨୩ ବୋଲି ସ୍ଥାନିତ କରାଯାଇଛି। ଜିଲାରେ ନ୍ୟାୟିକ ବ୍ୟବସ୍ଥା ବା କୋର୍ଟ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ତାହା ଅପ୍‌ଡେଟ୍‌ ହୋଇନାହିଁ। ଗତ ଜୁନ୍‌ ୯ରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଜିଲା ପରିଷଦ କାର୍ଯ୍ୟାଳୟ ଭାବେ ଘୋଷଣା କରାଯାଇଛି। ହେଲେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀଙ୍କ ଯୋଗାଯୋଗ ନମ୍ବର ଏହି ୱେବସାଇଟ୍‌ରେ ଲେଖାଯାଇଛି। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ପ୍ରଶାସନର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଠିକ୍‌ ତଥ୍ୟ ରଖିବାକୁ ଦାବି ହୋଇଛି।

ଅଧିକାରୀ ଦାୟିତ୍ୱ ସମ୍ପନ୍ନ ହୁଅନ୍ତୁ
ଅନୁଗୋଳ ଜିଲାର ସରକାରୀ ୱେବ୍‌ସାଇଟ୍‌ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ଠିକ୍‌ ଭାବେ ଅପ୍‌ଡେଟ୍‌ କରାଯିବା ନିହାତି ଜରୁରୀ। କାରଣ ଏଥିରେ ଜିଲାର ବିଭିନ୍ନ ତଥ୍ୟ ରହୁଛି। ଲୋକମାନେ ଯଦି ଏଥିରୁ ଭୁଲ୍‌ ତଥ୍ୟ ପାଇବେ, ତା’ହେଲେ ନିଶ୍ଚିତ ଭାବେ ଏହା ପ୍ରଶାସନର ତ୍ରୁଟି। ତେଣୁ ପ୍ରତ୍ୟେକ ଦିନ ଯେପରି ଏହା ଅପ୍‌ଡେଟ୍‌ ହୋଇପାରିବ, ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଦାୟିତ୍ୱବାନ ହେବା ଉଚିତ।
-ହେମନ୍ତ ଦାସ, ପୂର୍ବତନ ପ୍ରଶାସକ

ଜିଲା ମୁଖପତ୍ରରେ ଅସମ୍ପୂର୍ଣ୍ଣ ତଥ୍ୟ ରଖା ନ ଯାଉ
ସରକାରୀ ଓ୍ବେବସାଇଟ୍‌ ହେଉଛି ଜିଲାର ମୁଖପତ୍ର। ଡିଜିଟାଲ ଯୁଗରେ ଲୋକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚାଇବା ପ୍ରଶାସନର ଗୁରୁଦାୟିତ୍ୱ ହେବା ଉଚିତ। ଏହାଦ୍ୱାରା ସାଧାରଣ ଲୋକମାନେ ଏଥିରୁ ଆବଶ୍ୟକ ତଥ୍ୟ ପାଇପାରିବେ। ଏହା ଅପଡେଟ୍‌ କରା ନ ଯିବା ଅର୍ଥ, ଜିଲାର ଅସମ୍ପୂର୍ଣ୍ଣ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚୁଛି। ଯଥାଶୀଘ୍ର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
– ଶାନ୍ତନୁ କୁମାର ସର, ଅବସରପ୍ରାପ୍ତ ଅଧ୍ୟାପକ

ସର୍ଚ୍ଚ କଲେ ମିଳୁଛି ପୁରୁଣା ସୂଚନା
ଅନୁଗୋଳ ଜିଲାର ବହୁ ଲୋକ ରାଜ୍ୟ ବାହାରେ ରହୁଛନ୍ତି। ସେମାନେ ନିଜ ଜିଲା ସମ୍ପର୍କରେ ଟିକିନିଖି ତଥ୍ୟ ପାଇବାକୁ ନିୟମିତ ପ୍ରଶାସନର ଅଫିସିଆଲ ଓ୍ବେବସାଇଟ୍‌ ସର୍ଚ୍ଚ କରୁଛନ୍ତି। ହେଲେ ଓ୍ବେବସାଇଟ୍‌ ଅପଡେଟ୍‌ କରାଯାଉ ନ ଥିବାରୁ ପୁରୁଣା ତଥ୍ୟ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ବିଷୟରେ ଜିଲା ପ୍ରଶାସନ ଚିନ୍ତା କରିବାର ଆବଶ୍ୟକତା ରହିଛି।
– ଟିଟିଲି ସାହୁ, ରାଜ୍ୟ ବାହାରେ ରହୁଥିବା ଅନୁଗୋଳର ଯୁବତୀ

 


Enter your email to get our daily news in your inbox.

All Right Reserved By Dharitri.Com

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri