ରଣବୀର କପୁରଙ୍କ ଠାରୁ ବି ଏହି ଅଭିନେତାଙ୍କୁ ହ୍ୟାଣ୍ଡସମ୍‌ ଭାବନ୍ତି ଆଲିଆ

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର ବି-ଟାଉନର ଚର୍ଚ୍ଚିତ ଲଭବାର୍ଡ। ଦୁହେଁ ଦୁହିଁଙ୍କୁ କେତେ ଭଲ ପାଆନ୍ତି ଏହାର ଉଦାହରଣ ବହୁଥର ଦେଖିବାକୁ ମିଳିସାରିଛି। ସାଧାରଣତଃ ଆଲିଆଙ୍କ ରଣବୀରଙ୍କ ପ୍ରତି କେତେ କ୍ରସ ରହିଛି, ତାହା କହିବା ଆବଶ୍ୟକ ନାହିଁ, ଏହା ସମସ୍ତେ ଜାଣନ୍ତି। ତେବେ ଏହାସତ୍ତ୍ୱେ ବି ଆଲିଆ ଏମିିତି କିଛି କରିିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଲିଆ ରରବୀରଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ହେଲେ ସେ ଆଉ ଜଣେ ଅଭିନେତାଙ୍କୁ ରଣବୀରଙ୍କ ଠାରୁ ହ୍ୟାଣ୍ଡସମ୍‌ ଭାବନ୍ତି। ନିକଟରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରେ ନେଗେଟିଭ୍‌ ଚରିତ୍ରରେ ନଜର ଆସୁଥିବା ଅଭିନେତା ଆଦିତ୍ୟ ସିଲ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ରଣବୀରଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଦୁଇ ଜଣ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଦିତ୍ୟଙ୍କ ଏହି ଫଟୋକୁ ବହୁ ଲାଇକ୍ସ୍‌ ଓ କମେଣ୍ଟ ମଧ୍ୟ ମିଳିଥିଲା। ଆଦିତ୍ୟଙ୍କୁ ଲୁକ୍ସକୁ ନେଇ ବହୁ ପ୍ରଶଂସକ ପ୍ରଶଂସା କରିଥିବା ବେଳେ ଜଣେ ୟୁଜର ନିଜ କମେଣ୍ଟରେ ଲେଖିଥିଲେ, ‘ମୋତେ ଲାଗୁଛି ଆଦିତ୍ୟ ରଣବୀରଙ୍କ ଠାରୁ ବହୁ ହ୍ୟାଣ୍ଡସମ୍‌’। ଆଉ ଏହି କମେଣ୍ଟକୁ ଆଲିଆ ମଧ୍ୟ ଲାଇକ୍‌ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ଆଲିଆ ମଧ୍ୟ ଆଦିତ୍ୟଙ୍କୁ ରଣବୀରଙ୍କ ଠାରୁ ବେଶୀ ହ୍ୟାଣ୍ଡସମ୍‌ ଭାବନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଷ୍ଟୁଡେଣ୍ଟ ଅଫ ଦ ଇୟର-୨ ଆସନ୍ତା ୧୦ରେ ପରଦାକୁ ଆସିବ। ଏହି ଫିଲ୍ମରେ ଟାଇଗର ଶ୍ରୋଫ, ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିସହ ଆଦିତ୍ୟ ସିଲ୍‌ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ।

Share