Categories: ବାଣିଜ୍ୟ

୮୪୨ କୋଟି ଟଙ୍କାର ଶେୟାର ବିକିଲେ ଆଦିତ୍ୟ ପୁରୀ

ନୂଆଦିଲ୍ଲୀ,୨୬।୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଆଦିତ୍ୟ ପୁରୀ ବ୍ୟାଙ୍କରେ ଥିବା ତାଙ୍କର ମୋଟ ଶେୟାର ମଧ୍ୟରୁ ୭.୪୨ ନିୟୁତ(୯୫%) ଶେୟାର ବିକ୍ରି କରି ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୮୪୨.୮୭ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ୧୯୯୪ରେ ସ୍ଥାପନ ହୋଇଥିବା ଏହି ବ୍ୟାଙ୍କର ଏମ୍‌ଡି ପଦବୀରେ ରହିବା ପରେ ପୁରୀ ଚଳିତବର୍ଷ ଅକ୍ଟୋବରରେ ଅବସର ନେବେ। ତାଙ୍କ ପରେ ବ୍ୟାଙ୍କର ମଙ୍ଗ କିଏ ଧରିବ ସେ ନେଇ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରିବା ଲାଗି ବ୍ୟାଙ୍କ ବୋର୍ଡ ପକ୍ଷରୁ ଏକ ୬ ଜଣିଆ କମିଟି ଗଠନ କରାଯାଇଥିଲା। ଏଚ୍‌ଡିଏଫ୍‌ସିକୁ ଦେଶର ସର୍ବବୃହତ୍‌ ଏବଂ ଅଧିକ ଭାଲ୍ୟୁଯୁକ୍ତ ବ୍ୟାଙ୍କ ଗଠନ କରିବା ଦିଗରେ ପୁରୀଙ୍କ ଯୋଗଦାନ ବେଶ୍‌ ପ୍ରଶଂସନୀୟ। ବ୍ୟାଙ୍କର ବଜାର ପୁଞ୍ଜୀକରଣ ବର୍ତ୍ତମାନ ୬.୧୪ ଲକ୍ଷ କୋଟି ଟଙ୍କା ରହିଛି। ଶୁକ୍ରବାର ବ୍ୟାଙ୍କର ଶେୟାର ମୂଲ୍ୟ ୧୧୧୮.୮୦ ଟଙ୍କା ରହିଥିଲା।

Share