କଶ୍ମୀରରେ ହନିମୁନ ମନାଉଛନ୍ତି ଆଦିତ୍ୟ-ଶ୍ୱେତା

ମୁମ୍ବାଇ: ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ ପରେ ଏବେ ହନିମୁନ ପାଳନ କରିବାକୁ ବାହାରି ପଡିଛନ୍ତି । ପତ୍ନୀ ଶ୍ୱେତାଙ୍କୁ ସାଙ୍ଗରେ ଧରି କଶ୍ମୀରର ମନଲୋଭା ପରିବେଶରେ ପବଳ ଥଣ୍ଡାରେ ଟ୍ରିପ୍‌ର ମଜା ନେଉଛନ୍ତି ଏହି ନବ ଦମ୍ପତି । ଏବେ ସୋସିଆଲ ମିଡିଆରେ ସେମାନଙ୍କ ହନିମୁନର ପ୍ରଥମ ଫଟୋ ଦେଖିବାକୁ ମିଳିଛି । ନିଜେ ଆଦିତ୍ୟ ଶ୍ୱେତାଙ୍କ ସହ ଏହି ଫଟୋ ଶେୟାର କରିଛନ୍ତି । ଇନଷ୍ଟାଗ୍ରାମର ଏହି ଫଟୋ ଏବେ ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଏହି ଫଟୋ ସହ ଆଦିତ୍ୟ ଲେଖିଛନ୍ତି ପୃଥିବୀର ସ୍ୱର୍ଗକୁ ମୁଁ ପ୍ରଥମ ଥର ଆସିଛି । କଶ୍ମୀର ଭଳି ସୁନ୍ଦରସ୍ଥାନ ବୁଲିବାର ସୁଯୋଗ କେବେ ମୋତେ ମିଳି ନ ଥିଲା ଏବେ ହନିମୁନରେ ଆମେ କଶ୍ମୀର ଆସିଛୁ । ପ୍ରଶଂସକ ଏହି ନବଦମ୍ପତିଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରୁଥିବା ବେଳେ କମେଣ୍ଟ ମଧ୍ୟ ଦେଉଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୧ରେ ଆଦିତ୍ୟ-ଶ୍ୱେତା ବିବାହ କରିଥିଲେ । କରୋନା ଯୋଗୁ ଖୁବ୍ କମ୍ ଅତିଥିଙ୍କୁ ନେଇ ଏହି ବିବାହ ସମ୍ପନ୍ନ କରାଯାଇଥିଲା ।

Share