Posted inଜାତୀୟ

ଶିନ୍ଦେଙ୍କୁ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଲେ ଆଦିତ୍ୟ…

ମୁମ୍ବାଇ,୪।୨ : ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜଣେ ଅଣ-ସାମ୍ବିଧାନିକ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ଶିନ୍ଦେଙ୍କୁ ବିଧାନସଭା ନିର୍ବାଚନରେ ଲଢ଼େଇ ପାଇଁ ଆହ୍ବାନ ଦେଇଛନ୍ତି। ମୁଁ ମୋ ଆସନରୁ ଇସ୍ତଫା ଦେବି ଏବଂ ଶିନ୍ଦେ ମଧ୍ୟ ନିଜ ଆସନ ଇସ୍ତଫା ଦିଅନ୍ତୁ। ଏହାପରେ ମୁଁ ତାଙ୍କ ସହିତ ଓ୍ବର୍ଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି ବୋଲି ଆଦିତ୍ୟ କହିିଛନ୍ତି।
ମୁଁ ସେମାନଙ୍କୁ ଏକ ଚ୍ୟାଲେଞ୍ଜ ଦେଉଛି। ମୁଁ ଯେଉଁଆଡେ ଯାଉଛି ମୁଁ ଏହା କହୁଛି। ରାଜ୍ୟର ପରିବେଶ ଗୈରିକ ହେବାରେ ଲାଗିଛି। ଶିନ୍ଦେଙ୍କ ସହିତ ଥିବା ୧୩ ଦେଶଦ୍ରୋହୀ ଏମ୍‌ପି ଏବଂ ୪୦ ଦେଶଦ୍ରୋହୀ ବିଧାୟକ ଇସ୍ତଫା ଦେବା ଉଚିତ। ସେମାନେ କିପରି ପୁନର୍ବାର ଜିତିବେ ତାହା ଦେଖାଯିବ।
ସମସ୍ତ ପ୍ରଶାସନିକ କ୍ଷମତା ଅବା ଟଙ୍କାର ପ୍ରୟୋଗ କଲେ ମଧ୍ୟ ଜଣେ ପ୍ରକୃତ ଶିବ ସୈନିକଙ୍କୁ କିଣି ପାରିବେ ନାହିଁ ବୋଲି ଆଦିତ୍ୟ କହିଛନ୍ତି।
ମୁଁ ଅନୁଭବ କରୁଛି ଯେ ମୁମ୍ବାଇରେ ଏକଛତ୍ରବାଦୀ ଶାସନ ଚାଲିଛି। ଗୋଟିଏ ବର୍ଷ ବିତିଗଲାଣି, କିନ୍ତୁ ସେମାନେ ବିଏମସି ପାଇଁ ନିର୍ବାଚନ କରୁନାହାଁନ୍ତି। ସେମାନେ ଜଣେ ପ୍ରଶାସକ ନିଯୁକ୍ତ କରିଛନ୍ତି ଏବଂ ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଉଛନ୍ତି। ଆମେ ପ୍ରସ୍ତୁତ ଏବଂ ବିଏମସି ନିର୍ବାଚନରେ ଜିତିବୁ।
ବିଲଡର, କଣ୍ଟ୍ରାକ୍ଟର ଏବଂ ଦେଶଦ୍ରୋହୀଙ୍କ ପକେଟକୁ ଟଙ୍କା ଯାଉଛି। ସଡକ ପ୍ରକଳ୍ପ ପାଇଁ ସେମାନେ କେବଳ ପାଞ୍ଚଜଣ କଣ୍ଟ୍ରାକ୍ଟରଙ୍କୁ ଚୟନ କରିଛନ୍ତି। ମୁଁ ଏହି ପ୍ରଶ୍ନ ଉଠାଇବା ପରେ ଟିକସଦାତାଙ୍କ ୪୫୦ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ଆଶା କରୁଛି।

ଉଦ୍ଧବଙ୍କ ସମର୍ଥକ କର୍ପୋରେଟର ଓ୍ବର୍ଲିର ସନ୍ତୋଷ କରାତ ଭାଜପାରେ ଯୋଗଦେବା ପରେ ଆଦିତ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିଏମସି ନିର୍ବାଚନ ପୂର୍ବରୁ ଶାସକ ଦଳରେ ଯୋଗଦେବା ପାଇଁ କରାତଙ୍କ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ କରାତ କହିଛନ୍ତି ଯେ ସେ ଶିନ୍ଦେଙ୍କ ଦଳରେ ଯୋଗ ଦେଇ ଉପଯୁକ୍ତ ନିଷ୍ପତ୍ତି ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri