Posted inଖେଳ

୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଲେ ଅଦିତି

ମେଡେଲିନ୍‌, ୧୫।୬ (ପି.ଟି.): କଲମ୍ବିଆର ମେଡେଲିନଠାରେ ଅନୁଷ୍ଠିତ ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩ କ୍ୱାଲିଫିକେଶନରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିନ୍‌ଏଜର ଅଦିତି ସ୍ବାମୀ ୧୮ ବର୍ଷରୁ କମ୍‌ ବିଶ୍ୱରେକର୍ଡ ଭାଙ୍ଗିଛନ୍ତି। ଗତ ଡିସେମ୍ବରରେ ଶାରଜାରେ ଅନୁଷ୍ଠିତ ଏସିଆ କପ୍‌ ଲେଗ୍‌-୩ରେ ରୌପ୍ୟ ପଦକ ଜିତିଥିବା ୧୬ ବର୍ଷୀୟା ଅଦିତି ଏଠାରେ ସମ୍ଭାବ୍ୟ ୭୨୦ରୁ ୭୧୧ ପଏଣ୍ଟ ସ୍କୋର କରି କମ୍ପାଉଣ୍ଡ ମହିଳାଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଗତ ମେ’ରେ ଲିକୋ ଆରେଓଲା ୭୦୫ ପଏଣ୍ଟ ସହିତ ରେକର୍ଡର ଅଧିକାରୀ ଥିଲେ। ଅଦିତି ନିଜ ପ୍ରଥମ ବିଶ୍ୱକପ ସେସନରେ ଏହାଠାରୁ ଅଧିକ ସ୍କୋର କରି ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି।

ଆମେରିକା ପକ୍ଷରୁ ଆରେଓଲା ସିନିୟର ସ୍ତରରେ ପ୍ରଥମଥର ପାଇଁ ପ୍ରତିନିଧିତ୍ୱକରି ୯ମ ସ୍ଥାନରେ ରହିଛନ୍ତି। ”ମୁଁ ବହୁତ ଖୁସି ଏବଂ ଉଲ୍ଲସିତ। ମୁଁ ଏପରି ଶୁଟ୍‌ କରିପାରିବି ବୋଲି ଭାବି ନ ଥିଲି। ମୁଁ ବହୁତ ଖୁସି, କାରଣ ମୋତେ ଏବେ ମାତ୍ର ୧୬ ବର୍ଷ“ ବୋଲି ଅଦିତି ପ୍ରକାଶ କରିଛନ୍ତି। ସାଥି ଆର୍ଚର ତଥା ବିଶ୍ୱକପ୍‌ରେ ଏକାଧିକ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟୋତି ସୁରେଖା ଭେନାମ ଓ ଘରୋଇ ଫେଭରାଇଟ ସାରା ଲୋପେଜଙ୍କୁ ଅଦିତି ୭୨ ଆରୋ ୫୦ ମିଟର କ୍ୱାଲିଫିକେଶନରେ ପଛରେ ପକାଇ ଦେଇଥିଲେ। ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍‌ ଅଦିତି, ଜ୍ୟୋତି (୭୦୮) ଓ ପ୍ରନୀତ କୌର (୭୦୦) କ୍ୱାଲିଫିକେଶନରେ ଶୀର୍ଷରେ ରହିଥିଲେ ହେଁ ମାତ୍ର ୧ ପଏଣ୍ଟ ପାଇଁ କୋରିଆ (୨୧୨୦) କରିଥିବା ବିଶ୍ୱରେକର୍ଡଠାରୁ ପଛରେ ପଡ଼ି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri