ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଗିରଫ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀ ମଙ୍ଗଳବାର ଗିରଫ ହୋଇଛନ୍ତି। ମୁମ୍ବାଇର ଓସିୱାରା ପୋଲିସ ଆଦିଲ ଖାନଙ୍କୁ ଗିରଫ କରିଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ, ରାଖି ଆଦିଲଙ୍କ ବିରୋଧରେ ଓସିୱାରା ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରିଥିଲେ। ଅଭିନେତ୍ରୀଙ୍କ ଅଭିଯୋଗ ପରେ ଆଦିଲ ଖାନଙ୍କୁ ପୋଲିସ ଗିରଫ କରିଛି। ଏହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ।

ଏହାପୂର୍ବରୁ ରାଖୀ ଆଦିଲ ଖାନ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ରାଖୀ କହିଥିଲେ ଯେ, ଆଦିଲଙ୍କ କାରଣରୁ ତାଙ୍କ ମାଙ୍କର ମୃତ୍ୟୁ ଘଟିଛି। ଏଥିସହ ଅଭିନେତ୍ରୀ ଆଦିଲଙ୍କ ବିରୋଧରେ ୧ କୋଟି ଟଙ୍କା ସହ ଘରୁ ଜିନିଷ ଚୋରି କରି ପଳାଇବା ଭଳି ଅଭିଯୋଗ ଆଣିଥିଲେ।

Share