Categories: ବାଣିଜ୍ୟ

ରିଲାଏନ୍ସ ରିଟେଲରେ ୫୫୩୧ କୋଟି ନିବେଶ କଲା ଆଡିଆ

ମୁମ୍ବାଇ:ଆବୁଧାବି ଇନ୍‌ଭେଷ୍ଟମେଣ୍ଟ ଅଥରିଟି(ଆଡିଆ) ରିଲାଏନ୍ସ ରିଟେଲରେ ନିବେଶ ଲାଗି ଆଗେଇ ଆସିଛି। ଏହି କମ୍ପାନୀ ୫,୫୧୩ କୋଟି ନିବେଶ କରିବ। ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ରିଟେଲରେ ୮ ନିବେଶ ଆସିଥିବା ବେଳେ ପ୍ରାୟ ୩୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ ହୋଇଛି। ଏଥିରେ ୭ ଜଣ ନିବେଶକ ନିବେଶ କରିଛନ୍ତି। ନୂଆ ନିବେଶ ଦ୍ୱାରା ଆଡିଆ ରିଲାଏନ୍ସ ରିଟେଲରେ ୧.୨୦% ଇକ୍ୱିଟି ଅଂଶଧନ ହାସଲ କରିବ। ଏହି ନିବେଶ ଭାରତର ନ୍ୟୁ କମର୍ସ ବିଜ୍‌ନେସ ମଡେଲକୁ ଆହୁରି ବିକଶିତ କରିବା ଦିଗରେ ସହାୟକ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି। ରିଟେଲ ବିଜ୍‌ନେସ କ୍ଷେତ୍ରରେ ରିଲାଏନ୍ସ ଏକ ପ୍ରମୁଖ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛି। କମ୍ପାନୀର ଦୃଢ଼ ଅଭିବୃଦ୍ଧିକୁ ଧ୍ୟାନରେ ରଖି ନିବେଶ କରିବାକୁ ଆଗେଇ ଆସିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଚ୍‌.ଏସ୍‌. ଅଲଦାହେରି କହିଛନ୍ତି।

Share