Posted inଜାତୀୟ

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୧୪।୬:ପଶ୍ଚିମବଙ୍ଗର କଂଗ୍ରେସ ସଭାପତି ଆଧୀର ରଞ୍ଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି। ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫାରେ ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସହ ମେଣ୍ଟ ପାର୍ଟି ଆଲୋଚନା କରୁଥିବାବେଳେ ମୁଁ ଇସ୍ତଫା ଦେଇଥିଲି, କିନ୍ତୁ ମୋତେ ଅଟକାଇ ଦିଆଯାଇଥିଲା। ବର୍ତ୍ତମାନ ନିର୍ବାଚନ ସରିଛି ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ହାଇକମାଣ୍ଡ ତାଙ୍କୁ ଏହି ପଦରେ ରହିବାକୁ କହିଛନ୍ତି।

୨୦୧୯ରୁ ୨୦୧୪ପର୍ଯ୍ୟନ୍ତ ସେ ଲୋକ ସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ। ଚଳିତ ନିର୍ବାଚନରେ ସେ ପଶ୍ଚିମବଙ୍ଗର ବହରମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନ ତାଙ୍କୁ ୮୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ୟୁସୁଫ ପଠାନ ୫,୨୪,୫୧୬ ଭୋଟ ପାଇଥିବାବେଳେ ଆଧୀର ରଞ୍ଜନ ଚୌଧରୀ ୪,୩୯,୪୯୪ ଭୋଟ ପାଇଛନ୍ତି।

ପଶ୍ଚିମବଙ୍ଗ ରାଜନୀତିରେ ଆଧୀର ଚୌଧୁରୀ ଏକ ବଡ ଚେହେରା। ଏହା କେବଳ ଆଜିର କଥା ନୁହେଁ, ସେ ବିରୋଧୀ ଦଳର ନେତା ଭାବରେ ପଶ୍ଚିମବଙ୍ଗର ମମତା ସରକାରଙ୍କ ସହ ବର୍ଷ ବର୍ଷ ଧରି ଲଢୁଛନ୍ତି। ପାର୍ଟି ହାଇକମାଣ୍ଡ ସହିତ ଅଧିରଙ୍କ ମତଭେଦ ସାମ୍ନାକୁ ଆସିଥିଲା ଯେତେବେଳେ ପଶ୍ଚିମବଙ୍ଗ କଂଗ୍ରେସ ମମତା ବାନାର୍ଜୀଙ୍କ ଦଳ ସହ ଏକ ମେଣ୍ଟ ନେଇ ଆଲୋଚନା କରୁଥିଲା। ଅଧିର କେବେ ବି ଟିଏମସି ସହ ମେଣ୍ଟ ନେଇ ରାଜି ନ ଥିଲେ। ଏହାପରେ ବି ମମତା ପଛରେ ଇଣ୍ଡିଆ ସହ ମେଣ୍ଟ ନ କରିବାକୁ ସଫା ସଫା ମନା କରି ଦେଇଥିଲେ।

ସୂଚନାଥାଉ କି, ପଶ୍ଚିମବଙ୍ଗରେ ୪୦ଟି ଲୋକ ସଭା ଆସନ ରହିଛି। କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ କେବଳ ଗୋଟିଏ ଆସନ ଜିତି ପାରିଛି। ଏଥି ସହିତ ରାଜ୍ୟର ଶାସକ ଦଳ ଟିଏମସି ୨୯ଟି ଆସନ ଜିତିବାରେ ସଫଳ ହୋଇଛି। ଏଥିସହ ଭାଜପା ଆକାଉଣ୍ଟକୁ ମାତ୍ର ୧୨ଟି ଆସନ ଯାଇଛି। ଚଳିତ ନିର୍ବାଚନରେ ଟିଏମସି ଗତ ନିର୍ବାଚନ ତୁଳନାରେ ୭ଟି ଆସନ ଅଧିକ ମିଳିଥିବାବେଳେ କଂଗ୍ରେସ ଗୋଟିଏ ଆସନ ଓ ଭାଜପା ୬ଟି ଆସନ ହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri