ଆଦାର ପୁନାଓ୍ବାଲା: ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗ ବାଦଶାହ…

ନୂଆଦିଲ୍ଲୀ,୨୬।୫: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଦେଶର ସାଧାରଣ ଲୋକେ ପୂର୍ବରୁ ଏହି ଇନଷ୍ଟିଚ୍ୟୁଟ୍‌ ସମ୍ପର୍କରେ ଅବା ଏହାର କାମ ବିଷୟରେ ଅଜଣା ଥିଲେ। ମାତ୍ର କରୋନା ମହାମାରୀ ବିରୋଧରେ ଭାକ୍ସିନ୍‌ ପ୍ରସ୍ତୁତ କରୁଥିବା ଏହି ଇନଷ୍ଟିଚ୍ୟୁଟ୍‌ ବିଷୟରେ ଧୀରେଧୀରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ବ୍ରିଟେନ୍‌ର ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକା ସହଯୋଗରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ କୋଭିଶିଲ୍ଡ ଭାକ୍ସିିନ୍‌ ପ୍ରସ୍ତୁତ କରି ଇତିହାସ ରଚିଥିଲା। ଏହାର ସିଇଓ ଆଦାର ପୁନାଓ୍ବାଲା ଦେଶର ଅତି ପରିଚିତ ବ୍ୟକ୍ତିତ୍ୱ ପାଲଟିଗଲେ। ଭାରତରେ ବ୍ରିଟିଶ୍‌ ଶାସନ ସମୟରେ ଆଦାରଙ୍କ ବଂଶଧର ପୁଣେରେ ବସବାସ ଆରମ୍ଭ କରିଥିଲେ। ପୁଣେରେ ବାସ କରିବା ଯୋଗୁ ଆଦାରଙ୍କ ପରିବାର ସଦସ୍ୟଙ୍କ ନାମ ପଛରେ ପାର୍ସି ସମ୍ପ୍ରଦାୟଙ୍କ ପ୍ରଚଳିତ ଧାରା ଅନୁସାରେ ପୁନାଓ୍ବାଲା ଯୋଡ଼ି ହୋଇଯାଇଥିଲା। ଆଦାରଙ୍କ ପୂର୍ବଜ ପ୍ରଥମେ କନଷ୍ଟ୍ରକଶନ୍‌ କାରବାର କରୁଥିଲେ। ତେବେ ଏଥିରେ ଅଧିକ ଲାଭ ନ ହେବାରୁ ଘୋଡ଼ା ବେପାର ଆରମ୍ଭ କରିଥିଲେ। ରେସ୍‌ରେ ଦୌଡୁ ଥିବା ଘୋଡ଼ା ବେପାରୀ ଭାବେ ସେମାନେ ଖ୍ୟାତି ହାସଲ କଲେ। ଆଦାରଙ୍କ ବୁଢ଼ାବାପା ସୋଲି ପୁନାଓ୍ବାଲା ଘୋଡ଼ା ବେପାର ଆରମ୍ଭ କଲେ। ଘୋଡ଼ା ବେପାର ମାଧ୍ୟମରେ ଦେଶର ଉଦ୍ୟୋଗପତି ଏବଂ ବ୍ରିଟିଶ୍‌ ଅଧିକାରୀଙ୍କ ସହିତ ଆଦାରଙ୍କ ପୂର୍ବଜଙ୍କ ସମ୍ପର୍କ ବଢ଼ିବାରେ ଲାଗିଲା। ଆଦାରଙ୍କ ପିତା ସାୟରସ୍‌ ପୁନାଓ୍ବାଲା ଘୋଡା ବେପାର ସହିତ ଭାକ୍ସିନ୍‌ କାରବାର ପ୍ରତି ଆଗ୍ରହ ବଢ଼ାଇଥିଲେ। ସେତେବେଳେ ଭାରତରେ ଭାକ୍ସିନ୍‌ ତିଆରି କାର୍ଯ୍ୟ ସୀମିତ ଥିଲା ଦେଶରେ ଭାକ୍ସିନ୍‌ ତିଆରି ଦାୟିତ୍ୱ ମୁମ୍ବାଇର ହାଫକିନ୍‌ ଇନଷ୍ଟିଚ୍ୟୁଟ୍‌କୁ ପ୍ରଦାନ କରାଯାଇଥିଲା। ଫାର୍ମର ଯେଉଁ ଘୋଡା ବୁଢ଼ା ହୋଇ ଯାଉଥିଲେ ସେମାନଙ୍କୁ ସର୍ପ ଦଂଶନ ଏବଂ ଟିଟାନସ୍‌ ପ୍ରତିଷେଧକ ଟିକା ପ୍ରସ୍ତୁତି କାର୍ଯ୍ୟରେ ଲଗାଯାଉଥିଲା। ଭାକ୍ସିନ୍‌ କାରବାରର ଭବିଷ୍ୟତକୁ ଦୃଷ୍ଟିରେ ରଖି ୧୯୬୬ରେ ସାୟରସ୍‌ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ସ୍ଥାପନା କରିଥିଲେ। ଏଠାରେ କେତେକ ସଂକ୍ରାମକ ରୋଗ ଳାଗି ପ୍ରତିଷେଧକ ଟିକା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହାଫକିନ୍‌ ଇନଷ୍ଟିଚ୍ୟୁଟ୍‌ର ବହୁ ଗବେଷକ ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ଯୋଗଦେଲେ। ୧୯୭୧ରେ ମିଳିମିଳା ଏବଂ ପେରୋଟାଇଟିସ୍‌ ରୋଗର ପ୍ରତିଷେଧକ ଟିକା ପ୍ରସ୍ତୁତ କରି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅନ୍ତର୍ଜାତୀୟସ୍ତରରେ ପରିଚିତି ହାସଲ କଲା। ଏହାପରେ ପୋଲିଓ ଯିକା ପ୍ରସ୍ତୁତିରେ ସଫଳତା ମିଳିଥିଲା। ୨୦୦୧ରେ ଇଂଲଣ୍ଡ ପାଠପଢ଼ା ଶେଷ କରି ସେରମ୍‌ ଇନଷ୍ଟଚ୍ୟୁଟରେ ଯୋଗଦେଲେ। ଧୀରେଧୀରେ କାରବାର ୩୫ ଦେଶର ବୃଦ୍ଧି ପାଇ ୧୬୫ ଦେଶରେ ପହଞ୍ଚିଥିଲା। ୨୦୧୧ରେ ଆଦାର ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କରୋନା ସଂକ୍ରମର ସମୟରେ ୨୦୨୦ ମେ’ରେ ସେରମ୍‌ ଇନଷ୍ଟଚ୍ୟୁଟ୍‌ ଆଷ୍ଟ୍ରାଜେନିକା ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହାପରେ ଦେଶକୁ କୋଭିଶିଲ୍ଡ ଭାକ୍ସିନ୍‌ ମିଳିଥିଲା। ଫଳରେ ଆଦାର ପୁନାଓ୍ବାଲାଙ୍କ ପରିବାର ଏବେ ଘୋଡ଼ା ବେପାରୀରୁ ଭାକ୍ସିନ୍‌ ଉଦ୍ୟୋଗର ବାଦଶାହା ପାଲଟି ଯାଇଛନ୍ତି। ଖ୍ୟାତି ସହିତ ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କରିବାର ସୁରକ୍ଷା କବଚ ଭାବେ ଇତିହାସ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri