ଅଧାପନ୍ତରିଆ ବିକାଶ କାର୍ଯ୍ୟ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଲକ୍‌ଡାଉନ୍‌ ସକାଶେ ବନ୍ଦ ଥିବା ରାସ୍ତା ମରାମତି, ଡ୍ରେନ୍‌ ନିର୍ମାଣ ସହ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ଏବେ ପୁନଃ ଆରମ୍ଭ ହୋଇଛି। ତେବେ ବର୍ଷାରେ ତରବରିଆ ଭାବେ ଚାଲିଥିବା କାର୍ଯ୍ୟର ଗୁଣବତ୍ତାକୁ ନେଇ ସବୁଠି ଅଭିଯୋଗ ଉଠୁଛି। ବିଏମ୍‌ସିଠାରୁ ଟେଣ୍ଡର ନେଇଥିବା ସଂସ୍ଥାଗୁଡ଼ିକ କରୋନା ଓ ବର୍ଷା ବାହାନାରେ ଶୀଘ୍ର କାର୍ଯ୍ୟ ସାରିବାକୁ ଉଦ୍ୟମ କରୁଛନ୍ତି। ଫଳରେ ଲକ୍ଷ୍ମୀସାଗରରୁ ଝାରପଡ଼ା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସ୍ବେରେଜ କାମ, ନୟାପଲ୍ଲୀ ଅଞ୍ଚଳରେ ଡ୍ରେନ୍‌ କାମ, ପଟିଆ ଅଞ୍ଚଳରେ ରାସ୍ତା କାମ ନିମ୍ନମାନର ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସହରର ଆଉ କିଛି ସ୍ଥାନରେ ତୀବ୍ର ବିରୋଧ ଯୋଗୁ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତବର୍ଷ ଜାନୁୟାରୀ ୧୫ରେ ମେୟର ଓ କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଛି। ଏବେ ସବୁ ଦାୟିତ୍ୱ ବିଏମ୍‌ସି ଅଧିକାରୀଙ୍କ ହାତରେ ରହିଛି। କରୋନା କଟକଣା ପାଇଁ ଲୋକଙ୍କ ଅଭିଯୋଗ ବିଏମ୍‌ସିରେ ପହଞ୍ଚତ୍ପାରୁ ନ ଥିବାବେଳେ କହିବାକୁ ମଧ୍ୟ କୌଣସି ଜନପ୍ରତିନିଧି ନାହାନ୍ତି। ଫଳରେ ଅଧିକାରୀ ଓ ଠିକାଦାରଙ୍କ ମର୍ଜିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଥିବା ଜଣାପଡିଛି।
ବିଏମ୍‌ସି ଡ୍ରେନେଜ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପଡ଼ି ରହିଥିବା କାର୍ଯ୍ୟକୁ ଠିକ୍‌ ଭାବେ ଶୀଘ୍ର ସାରିବାକୁ କଣ୍ଟ୍ରାକ୍ଟରମାନଙ୍କୁ ତାଗିଦ୍‌ କରାଯାଇଛି। ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ମୁଖ୍ୟଯନ୍ତ୍ରୀ ଦେବସୁନ୍ଦର ମହାପାତ୍ର କହିଛନ୍ତି, ବିଏମ୍‌ସି ଇଞ୍ଜିନିୟରିଂ ସେଲ୍‌ର ବହୁ କର୍ମଚାରୀ ଭୁବନେଶ୍ୱରର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିଲେ। ଫଳରେ କେତେଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେଣୁ ଉକ୍ତ ସେଲ୍‌କୁ କିଛିଦିନ ଯାଏ ବନ୍ଦ କରାଯାଇଥିଲା। ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। କରୋନା ପାଇଁ ସମସ୍ତେ ବ୍ୟସ୍ତ ରହୁଥିବାରୁ ସହରରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଇତିମଧ୍ୟରେ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରକୁ ଆସିଲେଣି। ବନ୍ଦଥିବା ସମସ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। କିପରି ଠିକ୍‌ ଭାବେ ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri