Categories: ବାଣିଜ୍ୟ

୧୫୦୦ ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବ ଆଦାନୀ

ନୂଆଦିଲ୍ଲୀ,୨୮।୩: ଆଦାନୀ ଗ୍ରୁପ୍‌ର ଆଦାନୀ ଟୋଟାଲ୍‌ ଗ୍ୟାସ୍‌ ଲିମିଟେଡ୍‌ (ଏଟିଜିଏଲ୍‌) ପକ୍ଷରୁ ସାରା ଦେଶରେ ୧୫୦୦ ଇଲେକ୍ଟ୍ରିକ୍‌ ଭେହିକିଲ୍‌(ଇଭି) ଚାର୍ଜିଂ ଷ୍ଟେଶନ୍‌ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଜରିଆରେ କମ୍ପାନୀ ନିଜ ନେଟ୍‌ଓ୍ବର୍କ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, କମ୍ପାନୀ ଅହମ୍ମଦାବାଦଠାରେ ନିଜର ଚାର୍ଜିଂ ଷ୍ଟେଶନ୍‌ ଆରମ୍ଭ କରିଛି। ଏଟିଜିଏଲ୍‌ ସୂଚନା ଅନୁସାରେ, ଏହି ଇଭି ଚାର୍ଜିଂ ଷ୍ଟେଶନ୍‌ଗୁଡ଼ିକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସୁବିଧା ଯୋଗାଇଦେବ ଏବଂ ଡିଡିଟାଲ୍‌ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ ହେବ। ଏଟିଜିଏଲ୍‌ ହେଉଛି ଦେଶର ଘରୋଇ କ୍ଷେତ୍ରରେ ସର୍ବବୃହତ୍‌ କମ୍ପ୍ରେସ୍‌ଡ ନ୍ୟାଚୁରାଲ୍‌ ଗ୍ୟାସ୍‌ (ସିଏନ୍‌ଜି) ଏବଂ ପାଇପ୍‌ଡ ନ୍ୟାଚୁରାଲ୍‌ ଗ୍ୟାସ୍‌ (ପିଏନ୍‌ଜି) ବିତରକ।

Share