Categories: ବାଣିଜ୍ୟ

ଆଦାନୀର ଅଷ୍ଟ୍ରେଲିଆ ପ୍ରକଳ୍ପକୁ ଋଣ ନ ଦେବା ଲାଗି ଏସ୍‌ବିଆଇକୁ ଚେତାବନୀ

ଭୁବନେଶ୍ୱର,୨୯ା୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଚେତାବନୀ ଦେଇଛି ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ‘ଆମୁଣ୍ଡି’। ଏହି ସଂସ୍ଥାର କହିବା କଥା ଯେ, ଅଷ୍ଟ୍ରେଲିଆରେ ଥିବା ଆଦାନୀର କୋଇଲା ଖଣିକୁ ଷ୍ଟେଟ୍‌ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଉଥିବା ଜାଣିବା ପରେ ବ୍ୟାଙ୍କକୁ ଏହି ଚେତାବନୀ ଦେଇଛି ଆମୁଣ୍ଡି। ସଂସ୍ଥାର କହିବା ଅନୁସାରେ ଯଦି ଏସ୍‌ବିଆଇ ଆଗାମୀ ଦିନରେ ଏଭଳି ପାଣ୍ଠି ଆଦାନୀକୁ ଯୋଗାଏ ତେବେ ସେ ତା’ର ଲେଣ୍ଡରର୍ସ ଗ୍ରୀନ୍‌ ବଣ୍ଡ୍‌ ଫଣ୍ଡରୁ ଏସ୍‌ବିଆଇକୁ ବହିଷ୍କାର କରିବ। ଆମୁଣ୍ଡି ପ୍ଲାନେଟ୍‌ ଏମର୍ଜିଂ ଗ୍ରୀନ୍‌ ୱାନ୍‌ ପାଣ୍ଠିରେ ଏହି ବଣ୍ଡ୍‌ ରଖିଥିବା ଆମୁଣ୍ଡି, ଅଷ୍ଟ୍ରେଲିଆରେ କାର୍ମାଇକେଲ୍‌ ଥର୍ମାଲ କୋଇଲା ଖଣିକୁ ଆର୍ଥିକ ସହାୟତା ଯୋଗାଉଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହି ସପ୍ତାହରେ ଜାଣିବାକୁ ପାଇଛି। ସାରା ବିଶ୍ବରେ ଏବେ ଗ୍ଲୋବାଲ ଓ୍ବାର୍ମିଂ ବିରୋଧରେ ମୁକାବିଲା ଜୋର୍‌ଦାର ହେଉଛି। ତେବେ ଅଷ୍ଟ୍ରେଲିଆରେ ଉକ୍ତ କୋଇଲା ଖଣିରୁ ଉତ୍ପାଦନ ହେଉଥିବା କାର୍ମାଇକେଲ ସମ୍ଭାବ୍ୟ କାର୍ବନ ନିର୍ଗତ ହେବାର ଭୟ ରହିଛି । ପୂର୍ବରୁ ମଧ୍ୟ ପରିବେଶବିତ୍‌ମାନେ ଉକ୍ତ ଖଣିରୁ ବିଷାକ୍ତ ଗ୍ୟାସ୍‌ ବାହାରୁଥିବା ନେଇ ଚେତାବନୀ ଦେଇ ସାରିଛନ୍ତି । ଏ ନେଇ ଇନ୍‌ଷ୍ଟିଚ୍ୟୁଶନାଲ ଆଣ୍ଡ କର୍ପୋରେଟ କ୍ଲାଏଣ୍ଟ ଡିଭିଜନ ଆଣ୍ଡ ଇଏସ୍‌ଜିର ନିର୍ଦ୍ଦେଶକ ଜିନ୍‌ ଜ୍ୟାକ୍‌ ବାରବେରିସ କହିଛନ୍ତି, ସମ୍ପତ୍ତି ପରିଚାଳକ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ସହ ଗୁରୁବାର ସୁଦ୍ଧା ଚିଠିର ଉତ୍ତର ରଖିବାକୁ କୁହାଯାଇଛି। ଆମୁଣ୍ଡି ପାଣ୍ଠି ହେଉଛି ଏକ ସଂସ୍ଥା ଯାହାକି ମାର୍କେଟରେ ଗ୍ରୀନ୍‌ ବଣ୍ଡ ପରିଚାଳନା କରେ ଏବଂ ପରିବେଶ ଅନୁକୂଳ ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରିଥାଏ। ସେ ଆହୁରି କହିଛନ୍ତି, ଆମେ ଭାବୁଛୁ ଯେ ଏସ୍‌ବିଆଇ ଆଦାନୀର ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରିବା ଉଚିତ ନୁହେଁ। ଏହା ସେମାନଙ୍କର ନିଷ୍ପତ୍ତି, କିନ୍ତୁ ଶେଷରେ ଆମେ ଏହା ସ୍ପଷ୍ଟ କରିଛୁ ଯେ ଯଦି ସେମାନେ ଏହା କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ତୁରନ୍ତ ଏସ୍‌ବିଆଇରୁ ଆମ ପାଣ୍ଠି ପ୍ରତ୍ୟାହାର କରିନେବୁ।

Share