Posted inଜାତୀୟ

ଆଦାନୀ, ପାଓ୍ବାର ଫିତା କାଟିଲେ

ଅହମ୍ମଦାବାଦ/ନୂଆଦିଲ୍ଲୀ,୨୫ା୯: ଜାତୀୟ ରାଜନୀତିକୁ ପୁଣି ସରଗରମ କରିଛି ଏକ ହାଇପ୍ରୋଫାଇଲ ମିଟିଂ। ଗୌତମ ଆଦାନୀ ଏବଂ ଶରଦ ପାଓ୍ବାର। ଜଣେ ଶାସକ ଭାଜପା ଆଡ଼କୁ ଢଳି ରହିଥିବା ବିଶିଷ୍ଟ ଶିଳ୍ପପତି ଓ ଅନ୍ୟ ଜଣେ ବିରୋଧୀ ମେଣ୍ଟର ପ୍ରବୀଣ ରାଜନେତା। ଉଭୟଙ୍କ ମଧ୍ୟରେ ବାରମ୍ବାର ସାକ୍ଷାତକୁ ନେଇ ରାଜନୈତିକ ବିଶ୍ଳେଷକମାନେ ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରୁ ନାହାନ୍ତି।

ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଶନିବାର ସକାଳେ ଗୁଜରାଟର ଅହମ୍ମଦାବାଦ ଏୟାରପୋର୍ଟରେ ବିମାନରୁ ଓହ୍ଲାଇବା ପରେ ଉଭୟ ବିରୋଧୀ ମେଣ୍ଟ ଓ ପାଓ୍ବାର କରିଡରରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଅହମ୍ମଦାବାଦ ଜିଲାର ଚାରଚାରଓ୍ବାଡିରେ ପାଓ୍ବାର ଫିତା କାଟି ଦେଶର ପ୍ରଥମ ଲାକ୍ଟୋଫେରିନ୍‌ ପ୍ଲାଣ୍ଟ ‘ଏକ୍ସିମ୍‌ପାଓ୍ବାର’ର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସ୍ଥଳରେ ତାଙ୍କ ସହ ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ଉପସ୍ଥିତ ଥିଲେ। ଏହାର ଫଟୋ ପାଓ୍ବାର ଶେୟାର କରିଥିଲେ। ପାଓ୍ବାର ଓ ତାଙ୍କ ସ୍ତ୍ରୀ ପ୍ରତିଭା ସେଠାରୁ ଆଦାନୀଙ୍କ ବାସଭବନକୁ ଯାଇଥିଲେ। ପରେ ଆଦାନୀ ପରିବାର ପାଓ୍ବାର ଦମ୍ପତିଙ୍କୁ ମଧ୍ୟାହ୍ନଭୋଜନରେ ଆପ୍ୟାୟିତ କରିଥିଲେ। ପାଓ୍ବାର ଓ ତାଙ୍କ ସ୍ତ୍ରୀ ସେଠାରୁ ରବିବାର ମୁମ୍ବାଇ ଫେରିଥିଲେ। ପୁଣେର ଜଣେ ଉଦ୍ୟୋକ୍ତାଙ୍କ କମ୍ପାନୀ ‘ଏକ୍ସିମ୍‌ପାଓ୍ବାର’ ଏହି ପ୍ରକଳ୍ପର ଉଦ୍‌ଘାଟନ ପାଇଁ ପାଓ୍ବାର ଓ ଆଦାନୀଙ୍କୁ ନିମନ୍ତ୍ରଣ କରିଥିଲା। ଏହା ହେଉଛି ବର୍ଷକ ମଧ୍ୟରେ ପାଓ୍ବାର-ଆଦାନୀଙ୍କ ତୃତୀୟ ସାକ୍ଷାତ। ଉଭୟଙ୍କ ଏହି ଭେଟକୁ ନେଇ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାଓ୍ବାଲା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶେହଜାଦ ସାମାଜିକ ଗଣମାଧ୍ୟମ ମଞ୍ଚ ଏକ୍ସ’ରେ ପାଓ୍ବାର-ଆଦାନୀଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ଇଣ୍ଡି ଆଲାଏନ୍ସରେ ରାହୁଲ କିମ୍ବା ତାଙ୍କ କଥାକୁ କେହି ଗମ୍ଭୀରତାର ସହ ନେଉନାହାନ୍ତି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏହା ହେଉଛି ରାହୁଲଙ୍କ ସୁବିଧାବାଦୀ ଓ ବ୍ଲାକ୍‌ମେଲିଂ ରାଜନୀତି। ଆଦାନୀଙ୍କଠାରୁ ରାହୁଲ ତାଙ୍କ ଦଳକୁ ଟଙ୍କା ଆଣିବା ପାଇଁ ବ୍ଲାକ୍‌ମେଲିଂ କରୁଛନ୍ତି। ସେଥିଲାଗି ସେ ଆଦାନୀଙ୍କ ନାମ ବାରମ୍ବାର ଧରୁଛନ୍ତି। କିନ୍ତୁ ତାଙ୍କ ସହଯୋଗୀ ପାଓ୍ବାର ଆଦାନୀଙ୍କ ଘରକୁ ଯାଉଛନ୍ତି। ଆଦାନୀଙ୍କୁ ପାଓ୍ବାର ଭେଟିଥିବାରୁ ରାହୁଲ ତାଙ୍କ ବିରୋଧରେ ମୁହଁ ଖୋଲିବେ କି ବୋଲି ବିଶ୍ୱଶର୍ମା ପ୍ରଶ୍ନ କରିଛନ୍ତି।
ଏପ୍ରିଲରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟକୁ ନେଇ ଜେପିସି ତଦନ୍ତ ଦାବିରେ ବିରୋଧୀ ଦଳଗୁଡ଼ିକ ସଂସଦକୁ ଅଚଳ କରିଦେଇଥିବାବେଳେ ପାଓ୍ବାର ଭିନ୍ନ ମତ ପୋଷଣ କରିଥିଲେ। ଗତ ଜୁନ୍‌ରେ ଆଦାନୀ ପାଓ୍ବାରଙ୍କୁ ମୁମ୍ବାଇ ବାସଭବନରେ ଭେଟିବା ପରେ ରାଜନୈତିକ ମହଲରେ ନାନା କଥା ଉଠିଥିଲା। ସମ୍ପ୍ରତି ଅର୍ଗାନାଇଜ୍‌ଡ କ୍ରାଇମ୍‌ କରପ୍‌ଶନ ରିପୋର୍ଟ ପ୍ରୋଜେକ୍ଟ (ଓସିସିଆର୍‌ପି) ପକ୍ଷରୁ ଆଦାନୀ ଗ୍ରୁପ୍‌ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଥିବାବେଳେ ସଦ୍ୟ ସାକ୍ଷାତ ପଛର କାରଣ ଜଣାପଡ଼ିନାହିଁ।

‘ଇଣ୍ଡିଆ’କୁ ଅଡ଼ୁଆ

ଗତ ଜାନୁୟାରୀ ୨୪ରେ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ର ଷ୍ଟକ୍ସ ଓ ଆକାଉଣ୍ଟ୍‌ସ ଅନିୟମିତତା ଉପରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ହଟଚମଟ ସୃଷ୍ଟିକାରୀ ବିସ୍ତୃତ ରିପୋର୍ଟ ପ୍ରଘଟ ହୋଇଥିଲା। ଫଳରେ ଏହି କମ୍ପାନୀର ଶେୟାର ମୂଲ୍ୟ ଅତି ତଳକୁ ଖସି ଆଦାନୀ ସାମ୍ରାଜ୍ୟ ଦୋହଲିଯାଇଥିଲା। ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ (ମୋଦାନୀ) ଥିବା ଦର୍ଶାଇ ସେତେବେଳେ ଯେଉଁ ବିରୋଧୀ ଦଳଗୁଡ଼ିକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଅଡ଼ିବସିଥିଲେ ସେମାନେ ଏବେ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନାମରେ ପରିଚିତ। ସେପ୍ଟେମ୍ବର ୧ରେ ଇଣ୍ଡିଆ ବ୍ଲକ୍‌ର ମୁମ୍ବାଇ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଆଦାନୀ ପ୍ରସଙ୍ଗ ଉଠିଲେ ପ୍ରଧାନମନ୍ତ୍ରୀ ଅତି ଅସ୍ବସ୍ତିକର ଅନୁଭବ କରିଥାଆନ୍ତି। ସଂଯୋଗବଶତଃ ସେହି ବୈଠକ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା। ଏବେ ଆଦାନୀଙ୍କ ସହ ପାଓ୍ବାରଙ୍କ ସମ୍ପର୍କକୁ ଏହି ବିରୋଧୀ ବ୍ଲକ୍‌ କେଉଁ ନାମ ଦେବ ଜାଣିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri