୬ରେ ଅଟକିଛି ଆଦର୍ଶ ଗ୍ରାମ ଯୋଜନା

ଯାଜପୁର ଅଫିସ,୨।୪: ଆଦର୍ଶ ଗ୍ରାମ ଯୋଜନା ସାଧାରଣ ଲୋକଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ଜୀବନ ନିର୍ବାହର ଏକ ସର୍ବୋତ୍ତମ ଯୋଜନା। କେବଳ ସରକାରୀ ବିଭାଗ ବା ଦାୟିତ୍ୱ ନିର୍ବାହକାରୀ ସଂସ୍ଥା କୌଣସି ଅଞ୍ଚଳର ବିକାଶ ବା ଉନ୍ନୟନ କରିବା ସମ୍ଭବ ନୁହେଁ। ସେଥିପାଇଁ ସାଧାରଣ ଲୋକ ବିଶେଷକରି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ। ୨୦୧୬ ଅକ୍ଟୋବର ୨୪ରେ ଏଭଳି କିଛି ଆହ୍ବାନ ଦେଇ ଆଦର୍ଶ ଗ୍ରାମ ଯୋଜନା ଯାଜପୁର ଜିଲାରେ କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଧର୍ମଶାଳା ବ୍ଲକର ସୁନ୍ଦରିଆ, ଦଶରଥପୁର ବ୍ଲକର ମଙ୍ଗଳପୁର ଓ ଯାଜପୁର ବ୍ଲକର ଭୁବନେଶ୍ୱରପୁର, ଦ୍ୱିତୀୟ ପର୍ଯ୍ୟାୟରେ ଧର୍ମଶାଳା ବ୍ଲକର ଚକ୍ରଧରପୁର, ତୃତୀୟ ପର୍ଯ୍ୟାୟରେ ବଡ଼ଚଣା ବ୍ଲକର ସାମିଆ ଏବଂ ଚତୁର୍ଥ ପର୍ଯ୍ୟାୟରେ ଯାଜପୁର ସଦର ବ୍ଲକର ବେରୁଦା ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ଆଜକୁ ସାଢେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲାର ୬ଟି ଗଁାରେ ଆଦର୍ଶ ଗ୍ରାମ ଯୋଜନା ସୀମିତ ରହିଛି। ଯାଜପୁର ଜିଲା ଗଠନକୁ ଆଜି ୩୦ ବର୍ଷ ପୂରିଥିଲେ ହେଁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ଗ୍ରାମାଞ୍ଚଳ ସବୁ କ୍ଷେତ୍ରରେ ଅବହେଳିତ ଏବଂ ପଛୁଆ ହୋଇରହିଛି ବୋଲି ମତପ୍ରକାଶ ପାଇଛି।
ସାଧାରଣ ଲୋକଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତା ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ସମେତ ବିଦ୍ୟୁତ୍‌, କୃଷି, ବ୍ୟାଙ୍କିଙ୍ଗ୍‌, ଜୀବିକା, ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଦର୍ଶ ଗ୍ରାମର ପରିକଳ୍ପନା କରାଯାଇଛି। ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ନିଆଯାଇ ତାହାର ବେସିକ ଲାଇନ ସର୍ଭେ କାର୍ଯ୍ୟ ସମାପ୍ତ ସହ ଅନ୍ୟାନ୍ୟ ବିଭାଗର ବିବିଧ ଯୋଜନାକୁ ରୂପାୟନ କରାଯାଇଥିଲା। ସମ୍ପୂର୍ଣ୍ଣ ମଳମୁକ୍ତ ଗ୍ରାମ ଭାବେ ତାହାକୁ ଗଢ଼ିତୋଳିବାକୁ ପଦକ୍ଷେପ ନେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା। ସେହିପରି ଧର୍ମଶାଳା ବ୍ଲକର ସୁନ୍ଦରିଆ ଗ୍ରାମ ପଞ୍ଚାୟତ ଓ ଦଶରଥପୁର ବ୍ଲକର ମଙ୍ଗଳପୁର ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରାଯାଇଥିବାରୁ ତାହାର ବେସିକ୍‌ ଲାଇନ୍‌ ସର୍ଭେ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଜନା ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ତତ୍କାଳୀନ ଜିଲାପାଳ ରଞ୍ଜନ କୁମାର ଦାସ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଠାରେ ମଙ୍ଗଳପୁର ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଗ୍ରାମରେ ଗତ ପ୍ରାୟ ୧ ବର୍ଷ ହେଲା ବସୁଧା ଯୋଜନାରେ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଓଭର ହେଡ୍‌ ଟାଙ୍କି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏଯାଏ ସ୍ବଚ୍ଛ ପାନୀୟ ଜଳ ପାଇଁ ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ଦଶରଥପୁର ବ୍ଲକର ଥାଲକୁଡି ପଞ୍ଚାୟତରେ ନିର୍ମାଣ ହୋଇଥିବା ପ୍ରକଳ୍ପରୁ ଆଂଶିକ ଭାବେ ଜଳଯୋଗାଣ କରାଯାଉଛି। ପୁଣି ଅଧିକାଂଶ ସମୟରେ ଲୁଣିପାଣି ଆସୁଥିବାରୁ ତାହା ପାନୀୟ ଅନୁପଯୋଗୀ ହୋଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରାୟ ୪୦ ପ୍ରତିଶତ ଘରେ ଏଯାଏ ଶୌଚାଳୟ ନିର୍ମାଣ ହୋଇ ନ ଥିବାରୁ ସମ୍ପୃକ୍ତ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତିି। ଗ୍ରାମ ସଡ଼କ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଭଳି ଅନେକ ମୌଳିକ ସମସ୍ୟାରେ ଗ୍ରାମବାସୀ ରୁନ୍ଧି ହେଉଥିବାରୁ ଆଦର୍ଶ ଗ୍ରାମର ପରିକଳ୍ପନା ପରାହତ ହୋଇଥିବା ମତପ୍ରକାଶ ପାଇଛି। ଏହାବାଦ ଧର୍ମଶାଳା ବ୍ଲକର ଆଦର୍ଶ ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ତରଫରୁ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୧୭ ଅକ୍ଟୋବରରେ ସରକାରୀ ଭାବେ ୯୨୬ ପାଇଖାନା ନିର୍ମାଣ ହୋଇଥିବା କୁହାଯାଇଥିବାବେଳେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ୩ ସ୍ବୟଂସହାୟକ ଦଳ ମାଧ୍ୟମରେ ୫୫୪ ନିର୍ମାଣ ହୋଇଥିଲା। ଏଭଳି ତାଳମେଳ ରହୁ ନ ଥିବାରୁ ୩୭୨ଟି ପାଇଖାନାର ହିସାବ ମିଳି ନ ଥିଲା। ଏହାସହ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ନ ହୋଇ ସେଠାରେ ପାଳ ଭର୍ତ୍ତି କରାଯାଇଥିବା ଦେଖା ଯାଇଥିଲା। ଏନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଥିଲେ। ଏବେବି ସେହି ଗ୍ରାମ ବାହ୍ୟ ମଳମୁକ୍ତ ହୋଇପାରିନାହିଁ। ଏହାବାଦ୍‌ ଅନ୍ୟାନ୍ୟ ମୌଳିକ ସମସ୍ୟା ଏଠାରେ ଲାଗି ରହିଛି। ଏଭଳି ଭାବରେ ଜିଲାର ଅଧିକାଂଶ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ, ନୀରିହ ଓ ନିଷ୍ପେଷିତ ଲୋକଙ୍କ ଜୀବନଶୈଳୀର ପରିବର୍ତ୍ତନ ହୋଇ ପାରିନାହିଁ। ୪ଟି ପର୍ଯ୍ୟାୟରେ ମାତ୍ର ୬ଟି ଆଦର୍ଶ ଗ୍ରାମ ଗଠନରେ ସୀମିତ ଏବଂ ଏହାର ଉଦ୍ଦେଶ୍ୟ ପୂରଣ କରିବାରେ ପ୍ରଶାସନିକ ଅବହେଳା ୩୦ ବର୍ଷ ପୁରୁଣା ଜିଲାର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri