‘ଆମେ ଏସବୁ କିଭଳି ହେବାକୁ ଦେଉଛେ’

ବମ୍ବେ: ପାଲେଷ୍ଟାଇନ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଏହାପରଠାରୁ ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି, ଯାହାର ପରିଣାମସ୍ବରୂପ ଧ୍ୱଂସସ୍ତୁପରେ ପରିଣତ ହେଲାଣି ଗାଜା। ଏହାକୁ ନେଇ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱର ଅନେକ ଦେଶ ଚିନ୍ତା ବ୍ୟକ୍ତ କରିବା ସହ ଯୁଦ୍ଧ ବନ୍ଦ କରିବାକୁ ଅପିଲ କରୁଛନ୍ତି। ହେଲେ ହମାସକୁ ମୂଳପୋଛ ନ କରିବା ଯାଏ ଇସ୍ରାଏଲ ରୋକିବ ନାହିଁ ବୋଲି ସ୍ପଷ୍ଟ କରିଛି। ଫଳରେ ଦେଶକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏବେ ଭାରତର ସେଲିବ୍ରିଟିମାନେ ଯୁଦ୍ଧକୁ ନେଇ ନିଜର ମତ ରଖିବା ଆରମ୍ଭ କରିଛନ୍ତି।

ଫିଲ୍ମ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କିଲ ଖନ୍ନା ଏକ ସ୍କ୍ରିନଶଟ୍‌ ଶେୟାର କରି ଏକ ଦାବି କରିଛନ୍ତି। ଏହା ମୁତାବକ ୨୦୧୯ରେ ସାରା ବିଶ୍ୱରେ ହୋଇଥିବା ବିବାଦ ମଧ୍ୟରେ ଯେତିକି ଶିଶୁ ପ୍ରାଣ ହରାଇନାହାନ୍ତି, ତାଠାରୁ ଅଧିକ ଗାଜାରେ ଗତ ୩ ସପ୍ତାହ ମଧ୍ୟରେ ମୃତ୍ୟୁମୁଖରେ ପଡ଼ିଛନ୍ତି ବୋଲି ସେଥିରେ କୁହାଯାଇଛି। ଏହି ସଂଖ୍ୟା ‘ସେଭ୍‌ ଦ ଚିଲ୍ଡେନ୍‌’ ଏନ୍‌ଜିଓ ପକ୍ଷରୁ ଜାରି କରାଯାଇଛି। ଏହାକୁ ଶେୟାର କରି ଟ୍ବିଙ୍କିଲ୍‌ ଲେଖିଛନ୍ତି ‘ଆମେ ଏସବୁ କିଭଳି ହେବାକୁ ଦେଉଛେ’।

କହିରଖୁଛୁ, ଏଯାବତ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ରିପୋର୍ଟ ଅନୁଯାୟୀ ଗାଜାରୁ ୧୦୦୦ରୁ ଅଧିକ ଶିଶୁ ନିଖୋଜ ଅଛନ୍ତି। ସେମାନେ ବୋମା ବିସ୍ଫୋରଣରେ ଭାଙ୍ଗିପଡ଼ିଥିବା କୋଠା ତଳେ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏଯାବତ ଗାଜାରେ ପ୍ରାୟ ୮୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ପ୍ରାୟ ୪୦% ଶିଶୁ। ସେହିଭଳି ୬୦୦୦ରୁ ଅଧିକ ଶିଶୁ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri