ବଲିଉଡ ସହ ସାଉଥ୍‌ ଗୀତକୁ ତୁଳନା କରି ଟ୍ରୋଲ ହେଲେ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଆଜିକାଲି ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମିଶନ ମଜନୁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଅଭିନେତ୍ରୀ ତାଙ୍କ କୋ-ଷ୍ଟାର୍‌ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ପ୍ରମୋଶନରେ ଲାଗିପଡିଛନ୍ତି। ନିକଟରେ‘ମିଶନ ମଜନୁ’ର ଗୀତର ଉନ୍ମୋଚନ କାର୍ଯ୍ୟକ୍ରମରେ ରଶ୍ମିକା ବଲିଉଡ ଏବଂ ସାଉଥ୍‌ ଫିଲ୍ମର ଗୀତକୁ ନେଇ ତୁଳନା କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ କରାଯାଉଛି। ‘ମିଶନ ମଜନୁ’ ଗୀତ ଉନ୍ମୋଚନ ସମୟରେ ସେ କହିଥିଲେ କି, ମୁଁ ବଲିଉଡର ରୋମାଣ୍ଟିକ ଗୀତକୁ ପସନ୍ଦ କରୁଥିଲି। ଆଉ ରୋମାଣ୍ଟିକ ଗୀତ ଶୁଣି ଶୁଣି ବଡ ହୋଇଛି, ବଲିଉଡରେ ରୋମାଣ୍ଟିକ ଗୀତ ଥାଏ। ହେଲେ ସାଉଥ୍‌ରେ ମସାଲା, ଆଇଟମ ନମ୍ବର ଏବଂ ଡ୍ୟାନ୍ସ ନମ୍ବର ରହିଥାଏ। ବଲିଉଡ୍‌ରେ ଏହା ମୋର ପ୍ରଥମ ବଲିଉଡ ରୋମାଣ୍ଟିକ ଗୀତ। ଏହାକୁ ନେଇ ମୁଁ ବହୁତ ଉତ୍ସାହିତ କାରଣ ଏହା ବହୁତ ଭଲ।

ବଲିଉଡ ଏବଂ ସାଉଥ ଫିଲ୍ମର ଗୀତକୁ ନେଇ ତୁଳନା କରୁଥିବା ରଶ୍ମିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ଅଭିନେତ୍ରୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି। ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା କହିଛନ୍ତି ଯେ, ସମସ୍ତେ ବଲିଉଡର ରୋମାଣ୍ଟିକ ଗୀତ ଶୁଣି ବଡ ହୋଇଛନ୍ତି, କିନ୍ତୁ ସାଉଥ୍‌ ଫିଲ୍ମର୍‌ ଗୀତ ବିଷୟରେ ଏଭଳି କହିବା ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ସେଚେଲସ୍‌କୁ ଭାରତର ୧୭୫ ନିୟୁତ ଡଲାର ସହାୟତା

ନୂଆଦିଲ୍ଲୀ,୧୦ା୨: ସେଚେଲସ୍‌କୁ ୧୭୫ ନିୟୁତ ଡଲାର ଅର୍ଥ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ସୋମବାର ଘୋଷଣା କରିଛନ୍ତି। ଆଫ୍ରିକାର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ଏହି ଦ୍ୱୀପପୁଞ୍ଜ…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri