ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ ଦିନ ପରେ ଐଶ୍ଚର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ବଲିଉଡର ଅଭିନେତ୍ରୀ ରେଖାଙ୍କ ବାନ୍ଦ୍ରା ଫ୍ଲାଟର ସିକ୍ୟୁରିଟୀ ଗାର୍ଡ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ଏହାପରେ ବଙ୍ଗଳାକୁ ସିଲ କରିଦିଆଯାଇଛି । ଏବେ ରେଖଶାଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି। ବଲିଉଡ ଅଭିନେତ୍ରୀ ରେଖାଙ୍କର ବଙ୍ଗଳା ବାହାରେ ଦୁଇ ଜଣ ସୁରକ୍ଷାକର୍ମୀ ମୃତୟନ ଥାନ୍ତି । ରେଖାଙ୍କର ଆଖପାଖର ଅଞ୍ଚଳକୁ ବିଏମସି ସାନିଟାଇଜ କରିଛି।

Share