ଅଭିନେତ୍ରୀ ଲିପିକାଙ୍କ ସିକ୍ରେଟ୍‌, ଖଳନାୟିକା ଚରିତ୍ରକୁ ନେଇ ପରିଚିତ ହେଲେ ହେଁ ଭୁତକୁ ପ୍ରବଳ ଭୟ

ଖୁବ୍‌ କମ୍‌ ବୟସରେ ସେ ଆସିଥିଲେ ଅଭିନୟ ଜଗତକୁ । ଇଚ୍ଛା ଥିଲା ନାୟିକା ଦୌଡ଼ରେ ସାମିଲ ହେବାର। ହେଲେ ସାଜିଗଲେ ଖଳନାୟିକା । ଲୋକଙ୍କ ଗାଳିକୁ ସେ ନିଜ ଅଭିନୟ ଜୀବନର ସାର୍ଥକତା ମଣିଲେ । ସେ ହେଲେ ଅଭିନେତ୍ରୀ ଲିପିକା ପରିଡ଼ା। ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା ତାଙ୍କ ସମ୍ପର୍କରେ କିଛି…

ଆମ ଘର ଯାଜପୁରରେ। ଛୋଟବେଳେ ବାପା ଯାତ୍ରାରେ କାମ କରୁଥିବାରୁ ମୁଁ ଓ ମୋ ମା’ ବେଶି ସମୟ ମାମୁଘର ସୋରରେ ରହୁଥିଲୁ। ତେଣୁ ଗାଁ ପରିବେଶରେ ମୋର ବହୁତ ସମୟ ବିତିଛି। ଗାଁରେ ପର୍ବପର୍ବାଣି ପାଳନ କରିବାର ମଜା ଅଲଗା। ଖାସ୍‌କରି ରଜରେ ନୂଆଡ୍ରେସ୍‌ ପିନ୍ଧି, ଅଳତା ଲଗାଇ ଦୋଳି ଖେଳ ସାଙ୍ଗକୁ ଲୁଡୁ ଖେଳିବା, ପାନ ଓ ମୋ ପ୍ରିୟ ଚକୁଳି ପିଠା ଖାଇବା କଥା ଆଜି ବି ମୋର ମନେପଡ଼େ।

ପ୍ରେରଣା: ବାପା କ୍ଲାସିକାଲ ଡ୍ୟାନ୍ସର ଓ ସେ ଯାତ୍ରା ପାର୍ଟିରେ କାମ କରୁଥିଲେ। ସେ ହିଁ ମୋତେ କଳା ଜଗତକୁ ଆଣିଛନ୍ତି। ହେଲେ ଅଭିନୟ ପ୍ରତି ମୋର ପ୍ରଥମେ ରୁଚି ନ ଥିଲା। ନାଚ ପ୍ରତି ରୁଚି ଥିଲା। ୨-୩ ବର୍ଷ ବୟସରୁ ମୁଁ ନାଚିବା ଆରମ୍ଭ କରିଥିଲି। ବାପା ଥିଲେ ମୋ ପ୍ରଥମ ନୃତ୍ୟଗୁରୁ। ପଞ୍ଚମ ଶ୍ରେଣୀରୁ କ୍ଲାସିକାଲ ଡ୍ୟାନ୍ସ ସହ ଗୀତ ଶିଖିଲି। ବିଭିନ୍ନ ସ୍ଥାନରେ ଡ୍ୟାନ୍ସ ପରଫର୍ମ କରିବା ସହ ଗୀତ ଗାଉଥିଲି।

ଅଭିନୟରେ ପାଦ ଓ ସଂଘର୍ଷ: ନୃତ୍ୟରେ କ୍ୟାରିୟର କରିବି ବୋଲି ଭାବୁଥିବାରୁ ୨୦୧୭ରେ ଭୁବନେଶ୍ୱର ଆସି ନାଚ ଶିଖିଲି। ହେଲେ ହଠାତ୍‌ ମନକୁ ଆସିଲା ଯେ, ମୁଁ ନାଚି ପାରୁଛି ଗାଇ ବି ପାରୁଛି। ଅଭିନୟ କାହିଁକି କରିପାରିବିନି। ତେଣୁ ୨୦୧୯ରେ ‘ରଜ କୁଇନ୍‌’ରେ ଭାଗ ନେଲି। ଫାଇନାଲ ପୂର୍ବରୁ କିନ୍ତୁ କଟିଗଲି। ସେହି ବର୍ଷ ପୁଣି ‘ସିନେଷ୍ଟାର କି ଖୋଜ୍‌’ରେ ଅଡିଶନ୍‌ ଦେଲି। ସେଥିରେ ବି ସିଲେକ୍ଟ ହେଲି କିନ୍ତୁ କିଛି ପାର୍ସିଆଲିଟି ଯୋଗୁ ଅଧାରୁ କଟିଗଲି। ନିଷ୍ପତ୍ତି ନେଲି ଯେମିତି ହେଉ ଅଭିନୟରେ ପାରଙ୍ଗମ ହେବି। ମୋ ପାଇଁ ବାପା ଏକ ଆଇନା ଆଣିଲେ। ତା’ ସାମ୍‌ନାରେ ମୁଁ ଅଭ୍ୟାସ କରୁଥାଏ। ଏମିତିରେ ହଠାତ୍‌ ମୋତେ ଅଫର୍‌ ଆସିଲା ‘ହାପି ଏଣ୍ଡିଂ’ ସିନେମାରେ ଅଭିନୟ କରିବା ପାଇଁ। ‘ସିନେଷ୍ଟାର କି ଖୋଜ୍‌’ର ଅଡିଶନ୍‌ ବେଳେ ଦେଇଥିବା କଣ୍ଟାକ୍ଟ ନମ୍ବରରୁ ସେମାନେ ମୋତେ କଲ୍‌ କରିଥିଲେ। ବହୁତ ଖୁସିରେ ସେଥିରେ କାମ କଲି। ହେଲେ ଅଭିନୟରେ ବିଶେଷ ଦକ୍ଷତା ନ ଥିବାରୁ ଶୁଟିଂ ସମୟରେ ବହୁତ ଗାଳି ଶୁଣିଲି। ଏମିତି କି ମୋ ପାଇଁ ଅନେକ ଥର ଶୁଟିଂ ବନ୍ଦ ହୋଇଛି। କଞ୍ଚାଲଙ୍କାରେ ଫିଲ୍ମଟି ରିଲିଜ ହୋଇଥିଲା। ହେଲେ ଦୁର୍ଭାଗ୍ୟ ମୋ ପିଛା ଛାଡ଼ି ନ ଥିଲା। ପରେ ଦୁଇଟି ଚ୍ୟାନେଲର ଭଲ ଭଲ ସିରିୟଲରେ କାମ କରିବା ପାଇଁ ମୋତେ ଚୟନ କରାଯିବା ସହ ଏଗ୍ରିମେଣ୍ଟ ବି ହେଲା। ହେଲେ ଶେଷ ସମୟରେ ମୋତେ ବାହାର କରି ଅନ୍ୟକୁ ନିଆଗଲା।

ଖଳନାୟିକା ପାଇଁ ଅଫର୍‌: ବାରମ୍ବାର ରିଜେକ୍ସନ ଯୋଗୁ ମୁଁ ପୂରା ଭାଙ୍ଗି ପଡ଼ିଥିଲି। ଅଭିନୟ କରିବିନି ବୋଲି ଭାବିଲି। ହେଲେ ହଠାତ୍‌ ୬ ମାସ ପରେ ଜି’ ଚ୍ୟାନେଲରୁ କଲ୍‌ ଆସିଲା ‘ରହିଛି ରହିବି ତୋରି ପାଇଁ’ରେ ଅଳ୍ପ ଦିନ ଲାଗି ନେଗେଟିଭ କ୍ୟାରେକ୍ଟର କରିବାକୁ। କ’ଣ କରିବି ଭାବି ପାରିଲିନି। କାରଣ ମୋ ମନରେ ହିରୋଇନ୍‌ ହେବାର ଇଚ୍ଛା ଥିଲା। ସେକେଣ୍ଡ ଲିଡ୍‌ ପୁଣି ନେଗେଟିଭ୍‌ ରୋଲ କରିବାକୁ ପଛଘୁଞ୍ଚା ଦେଉଥିଲି। ହେଲେ ମୋତେ ସମସ୍ତେ ବୁଝାଇଲେ ଏଥିରେ ଭଲ କାମ କଲେ ଆଗକୁ ଲିଡ୍‌ ରୋଲ୍‌ କରିବାକୁ ସୁଯୋଗ ମିଳିବ। ତେଣୁ ସେଥିରେ କାମ କଲି। ୪-୫ ମାସ କାମ କରିବା ପରେ ‘ମୋ ପାଇଁ ତୁ ତୋ ପାଇଁ ମୁଁ’ରେ ପୁଣିଥରେ ନେଗେଟିଭ୍‌ ରୋଲ କରିବାକୁ ଅଫର୍‌ ଆସିଲା। ମନଲାଖି ଭୂମିକା ମିଳୁ ନ ଥିବାରୁ ମନ କଷ୍ଟ ହେଉଥିଲା। ତଥାପି ପ୍ରୀତି ଭୂମିକାରେ ଦେଢ଼ବର୍ଷ କାମ କଲି। ଲୋକେ କିନ୍ତୁ ମୋ ଚରିତ୍ରକୁ ବହୁତ ଭଲ ପାଇଲେ। ଫଳରେ ନେଗେଟିଭ୍‌ ଭୂମିକା କରିବାକୁ ଆଉ ଖରାପ ଲାଗିଲା ନାହିଁ। ଏହାପରେ ଗୋଟେ ପରେ ଗୋଟେ ନେଗେଟିଭ୍‌ ଭୂମିକାରେ କାମ କଲି। ‘ତୋ ଅଗଣାର ତୁଳସୀ ମୁଁ ’ର ସେକେଣ୍ଡ ଜେନେରେଶନ୍‌ରେ ‘ତମନ୍ନା’ ଭୂମିକାରେ କାମ କଲି। ଏହାପରେ ମୋତେ ‘ଝିଲ୍ଲୀ’ ସିରିୟଲର ଅଫର୍‌ ଆସିଲା। ସେଥିରେ ମୁଁ ‘ମାୟା’ ଚରିତ୍ରରେ ଅଭିନୟ କଲି। ଏହି ଚରିତ୍ର ମୋତେ ଘରେ ଘରେ ପରିଚିତ କରାଇଲା। ପରେ ହେଲା ବାହାଘର। ବାହାଘରର ଦୁଇ ମାସ ପରେ ତରଙ୍ଗର ‘ମୋ ଜେଜେଙ୍କ ଲଭ୍‌ ଷ୍ଟୋରୀ’ ପାଇଁ ଅଫର୍‌ ଆସିଲା। ପ୍ରଥମଥର ପାଇଁ ଲିଡ୍‌ କ୍ୟାରେକ୍ଟର ପୁଣି ପଜିଟିଭ ରୋଲ୍‌ କରିବାର ଅଫର୍‌ ପାଇ ବହୁତ ଖୁସି ଲାଗିଥିଲା।

ଶାଶୁଘରେ ସମସ୍ତେ ସପୋର୍ଟିଭ୍‌: ମୋର ଆରେଞ୍ଜ ମ୍ୟାରେଜ। ହେଲେ ମୋ ଶାଶୁଘରର ସମସ୍ତେ ବହୁତ ସପୋର୍ଟିଭ୍‌। ମୋ ଶାଶୁ ତ ମୋତେ ନେଇ ବହୁତ ଗର୍ବ କରନ୍ତି।

ଭଲ କୁକ୍‌: ମୋ ଶାଶୁ କୁହନ୍ତି ମୁଁ ଭଲ ରୋଷେଇ କରେ। ପ୍ରତିଦିନ ଯେମିତି ହେଲେ ଗୋଟେ ସ୍ପେଶାଲ ଡିଶ୍‌ କରେ। ରୋଷେଇକୁ ନେଇ ମୋର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି।

ଫିଟ୍‌ନେସ୍‌ ପାଇଁ: ଡ୍ୟାନ୍ସ କରେ। ଅଳ୍ପ କିନ୍ତୁ ବହୁତ ଥର ଖାଏ।

ବିଉଟି ପାଇଁ: ମୁଁ ଘରେ ଫ୍ରୁଟ୍‌ ଫେସିଆଲ କରେ। ଦରକାର ହେଲେ କେବେ କେବେ କ୍ଲିନିକ ଯାଇ ହାଇଡ୍ରା ଫେସିଆଲ କରାଏ।

ପ୍ରିୟ ଖାଦ୍ୟ: ଅରୁଆ ଭାତ, ଡାଲମା।

ପ୍ରିୟ ମଣିଷ: ମୁଁ ମୋ ନିଜକୁ ଭଲପାଇବା ସହ ବାପାଙ୍କୁ ବହୁତ ଭଲ ପାଏ।

ଦୁଃଖ ଲାଗେ: ଯେବେ ସବୁ ଠିକ୍‌ ଥାଇ ଶେଷ ମହୂର୍ତ୍ତରେ ମୋ ଜାଗାରେ ଆଉ କାହାକୁ ନିଆଯାଏ ସେତେବେଳେ ବହୁତ କଷ୍ଟ ଲାଗେ। ଏହାବାଦ୍‌ ଇଣ୍ଡଷ୍ଟ୍ରିରେ ଏବେ ବହୁତ ଜଣ ଅଛନ୍ତି ଯାହାଙ୍କୁ ମୁଁ ରେଫରେନ୍ସ ଦେଇ କାମ ଦେଇଛି। ହେଲେ ସେମାନେ ଏବେ ମୋତେ ପଚାରୁ ନାହାନ୍ତି। ଖାସ୍‌ କରି ଝିଅମାନେ ଅଧିକ ସ୍ବାର୍ଥପର। ସେମାନେ ଅନ୍ୟକୁ ଶିଡ଼ିଭାବେ ବ୍ୟବହାର କରନ୍ତି। କାମ ହାସଲ ପରେ ଭୁଲି ଯାଆନ୍ତି।

ଭୟ କରେ: ମୁଁ ବେଶି ଡରେ ଭୂତକୁ, ତା’ପରେ ମରିବାକୁ। ଭୂତକୁ ଡରେ କାରଣ ବିଶ୍ୱାସ ନ ହେଲେ ବି ଏହା ସତ ଯେ, ମୋ ଦେହରେ ଦୁଇ ଦୁଇ ଥର ଆତ୍ମା ପ୍ରବେଶ କରି ମୋତେ କାବୁ କରିନେଇଥିଲା। ପରେ ବାବାଙ୍କ ପାଖକୁ ଯାଇ ତାବିଜ ପିନ୍ଧି ଠିକ୍‌ ହୋଇଥିଲି। ଏହାବାଦ୍‌ ମୋତେ ମରଣକୁ ଡର ଲାଗେ। ସେଥିପାଇଁ ଗାଡ଼ି ଧୀରେ ଚଲାଏ, ଏକୁଟିଆ ବାହାରକୁ ଯାଏନା।

ଉଚ୍ଚଶିକ୍ଷା ପାଇଁ ଇଚ୍ଛା: ଏବେ ମୁଁ ଯୁକ୍ତ ୩ ଫାଇନାଲ ଇୟରରେ ପଢୁଛି। ଗ୍ରାଜୁଏଶନ୍‌ ପରେ ହାୟର ଷ୍ଟଡି କରିବାକୁ ଭାବିଛି।

ଅଭିନେତ୍ରୀ ନ ହୋଇଥିଲେ: ପାଠପଢ଼ାରେ ମନ ଦେଇ ଆଇଏଏସ୍‌ ଅଫିସର୍‌ ହେବାକୁ ଚେଷ୍ଟା କରିଥାନ୍ତି।

ଶେଷରେ: ଏବେ ତ ମୋର ବୟସ ବହୁତ କମ୍‌। ଆଗକୁ ଲମ୍ବା ବାଟ ପଡ଼ିଛି। କିଛି କରିଛି ଆହୁରି ଅନେକ କିଛି କରିବାକୁ ଅଛି।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri