ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିଲେ। କଟକ ଚଣ୍ଡିରୋଡ୍‌ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି। ମଲାଜହ୍ନ,ଅଦିନ ମେଘ ଥିଲା ତାଙ୍କର ଚର୍ଚ୍ଚିତ ଫିଲ୍ମ। ୬୦ ଦଶକରେ ଓଡ଼ିଆ ସିନେମାର ଆଗଧାଡ଼ି ଅଭିନେତ୍ରୀ ଥିଲେ ଝରଣା। ସେ ତାଙ୍କର ବଳିଷ୍ଠ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ତାଙ୍କ ପରଲୋକରେ ସମଗ୍ର ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।