ଓଠ ବିଗାଡ଼ିଦେଲା ଚେହେରା: ଅଭିନେତ୍ରୀଙ୍କୁ ପ୍ରଶଂସକ କହିଲେ ‘କ’ଣ ଥିଲ କ’ଣ ହେଲ’

ବମ୍ବେ: ୨୦୦୪ରେ ରିଲିଜ ହୋଇଥିଲା ଫିଲ୍ମ ‘ଟାରଜନ୍‌ ଦ ଓ୍ବଡର୍‌ କାର୍‌’। ଏଥିରେ ନିଜର ସୁନ୍ଦରତା ଏବଂ ଅଭିନୟ ଚାତୁରୀ ଯୋଗୁ କୋଟି କୋଟି ଦର୍ଶକଙ୍କ ମନ କିଣିଥିଲେ ଅଭିନେତ୍ରୀ ଆୟେଶା ଟାକିଆ। ଦିନେ ଯେଉଁ ରୂପକୁ ନେଇ ତାଙ୍କୁ ପ୍ରଶଂସା କରାଯାଉଥିଲା ଏବେ ସେଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ୁଛିି। କାରଣଟି ହେଉଛି ତାଙ୍କ ଓଠ। ପ୍ଲାଷ୍ଟିକ୍‌ ସର୍ଜରୀ ପରେ ଆୟେଶାଙ୍କ ଓଠ ତାଙ୍କ ଚେହେରାକୁ ବିଗାଡ଼ି ଦେଇଛି। ଏଥିପାଇଁ ପ୍ରଶଂସକମାନେ ତାଙ୍କର ମଜା ଉଡାଉଛନ୍ତି।

ନିକଟରେ ଆୟେଶା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ସେ ଦର୍ପଣ ସାମ୍ନାରେ ଛିଡ଼ା ହୋଇ ନିଜର ସେଲ୍‌ଫି ନେଉଥିବା ଦେଖାଯାଇଥିଲା। ପ୍ରଶଂସକମାନେ ଭିଡିଓକୁ ପସନ୍ଦ କରିବେ ବୋଲି ସେ ଆଶା ରଖିଥିଲେ। ହେଲେ ଓଲଟା ହୋଇଥିଲା। ଲୋକେ ତାଙ୍କର ମଜା ଉଡାଇବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। କେହି କେହି ତାଙ୍କୁ ‘କଣ ହୋଇଯାଇଛି ତୁମକୁ ମ୍ୟାଡାମ। କ’ଣ ଥିଲ? କ’ଣ ହୋଇଗଲ ବୋଲି କମେଣ୍ଟ ଦେଇଛନ୍ତି। ଏପରିକି ‘ ଏ ନିଜର ଚେହେରାକୁ ବିଗାଡ଼ି ଦେଲେ’ ବୋଲି ମଧ୍ୟ କହିଛନ୍ତି।

୨୦୧୭ରେ ଆୟେଶା ଏକ କାଫେର ଲଞ୍ଚ ଉତ୍ସବରେ ପହଞ୍ଚିଥିଲେ। ଏହି ସମୟରେ ସେ ଓଠର ସର୍ଜରୀ କରିଥିବା ଜଣାପଡ଼ିଥିଲା। ସେ ଭଲ ଦେଖାଯାଉ ନ ଥିଲେ। ସେତେବେଳେ ପ୍ରଶଂସକ ତାଙ୍କ ତୁଳନା କାଏଲି ଜେନେରଙ୍କ ସହ କରିଥିଲେ।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଆୟେଶା ଏବେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି। ୨୦୦୯ରେ ସେ ସମାଜବାଦୀ ପାର୍ଟି ନେତା ଅବୁ ଆଜମୀଙ୍କ ପୁଅ ଫରହାନ ଆଜମୀଙ୍କୁ ବିବାହ କରିଥିଲେ। ଏହାପରେ ସେ ଅଭିନୟରୁ ଦୂରେଇ ଯାଇଥିଲେ। ଉଭୟଙ୍କର ଏକ ୩ ବର୍ଷର ପୁଅ ମାଇକେଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri