ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀ ଅମିତ ଶାହଙ୍କୁ ଲେଖିଲେ ଏମିତି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଥିବା ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ରିୟା କିଛି ମିନିଟ୍‌ ପୂର୍ବରୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତଙ୍କ ଏକ ଚିତ୍ର ଶେୟାର କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସାହାଯ୍ୟ ଲୋଡିଛନ୍ତି।

ରିୟା ଚକ୍ରବର୍ତ୍ତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ସମ୍ମାନିୟ ଅମିତ ଶାହ ସାର୍‌, ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏକ ମାସରୁ ଅଧିକ ଦିନ ହେବ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି। ମୋର ସରକାର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତଥାପି ନ୍ୟାୟ ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରନ୍ତୁ। ମୁଁ କେବଳ ଜାଣିବାକୁ ଚାହୁଁଛି ଏଭଳି ପଦକ୍ଷେପ ନେବାକୁ ସୁଶାନ୍ତଙ୍କୁ କିଏ ଚାପ ପକାଇଛି।

ପୂର୍ବରୁ ସୋସିଆଲ ମିଡ଼ିଆ ପୋଷ୍ଟଗୁଡିକରେ ରିୟା ଯେଉଁମାନେ ବଳାତ୍କାର ଓ ହତ୍ୟା ଧମକ ଦେଉଛନ୍ତି ରିୟା ସେମାନଙ୍କୁ ଏକ ବର୍ଗରେ ଭାଗ କରିଛନ୍ତି, ସେ କହିଛନ୍ତି ‘ମୋ ବିରୋଧରେ ସବୁ ପ୍ରକାର ଅଭିଯୋଗ କରାଯାଇଥିଲା, ମୁଁ ଚୁପ ରହିଲି … ମୋତେ ହତ୍ୟାକାରୀ କୁହାଯାଉଥିଲା, ମୁଁ ଚୁପ ରହିଲି … ଲଜ୍ଜାରେ ଚୁପ ରହିଲି …’। ଆପଣଙ୍କୁ କହିବାର କିଏ ଅଧିକାର ଦେଲା ଯଦି ମୁଁ ଆତ୍ମହତ୍ୟା ନ କରେ, ତେବେ ମୋତେ ବଳାତ୍କାର ଓ ହତ୍ୟା କରାଯିବ। ତୁମେ ଯାହା କହିଛ ତାହାର ଗମ୍ଭୀରତା ଭାବ? ଆଇନ ଅନୁଯାୟୀ ଏହା ଏକ ଅପରାଧ। ମୁଁ ପୁଣିଥରେ କହୁଛି ଯେ ଏପରି ବିଷାକ୍ତ ଓ ଅତ୍ୟାଚାରର ଶିକାର କାହାକୁ ହେବାକୁ ନ ପଡୁ।

Share