ଅଭିନେତା ଶ୍ରୀତମ ଦାସଙ୍କ ମାତୃ ବିୟୋଗ

କଟକ ଅଫିସ,୨୬।୩: ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଶ୍ରୀତମ୍‌ ଦାସଙ୍କ ମା’ ସଂଯୁକ୍ତା ଦାସ(୭୪)ଙ୍କର ଶନିବାର ଅପରାହ୍ନ ପ୍ରାୟ ୫ଟା ୧୦ ମିନିଟ୍‌ରେ କଟକ କନିକା ଛକସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଶ୍ରୀତମ୍‌ ସୂଚନା ଦେଇଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ୩ ପୁତ୍ର ଗୌତମ, ଶ୍ରୀତମ୍‌, ପ୍ରୀତମ୍‌ ଉପସ୍ଥିତ ଥିଲେ। ମୃତ୍ୟୁ ଖବରପାଇ ବିଧାୟକ ମହମ୍ମଦ ମୋକିମ, ସିଏମ୍‌ସି ମେୟର ସୁବାସ ସିଂ, ଭାଜପା ନଗର ସଭାପତି ଲଲାଟେନ୍ଦୁ ବଡୁ, ସ୍ମୃତି ପଟ୍ଟନାୟକ, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ, ଉଷଶୀ ମିଶ୍ର, ପ୍ରଯୋଜକ ଆଶିଷ ସିହ୍ନା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚତ୍ ଶେଷଦର୍ଶନ କରିଥିଲେ। ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ଗୌତମ ମୁଖାଗ୍ନି ଦେଇଥିଲେ ।