ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି ଅଘଟଣ ଘଟିଛି। ଘଟଣା ପରେ ଯାତ୍ରା ଦେଖୁଥିବା ଦର୍ଶକମାନେ ମଧ୍ୟ ଚିନ୍ତିତ ହୋଇଥିଲେ । ପିୟୁଷ ଅସୁସ୍ଥ ହେବାରୁ ନାଟକକୁ ଅଧାରୁ ବନ୍ଦ କରାଯାଇଥିଲା ।

ସିଂହବାହିନୀରେ ‘ଏଡା’ ନାଟକ ପରିବେଷଣ ବେଳେ ପୀୟୂଷ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କୁ ବିଳମ୍ବିତ ରାତ୍ରିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Share