ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍ଙ୍କୁ ପୋଲିସ ଅଟକ ରଖିଛି। ଇମ୍ରାନ କ୍ରାନ୍ତି ମୈଦାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା। ଅନ୍ୟପକ୍ଷେ ମୁମ୍ବାଇ ପୋଲିସ ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରାୟ ୪ ଶହ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି।
ଏପରିକି କକ୍ରୋଚ ଜନତା ପାର୍ଟି (ସିଜେପି) ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପୂର୍ବରୁ ଦିଲ୍ଲୀର ମେଟ୍ରୋ ଷ୍ଟେଶନ ବନ୍ଦ କରାଯିବା ସହ ୬୧ ଟ୍ରେନ୍ ବାତିଲ କରାଯାଇଛି। ଦିଲ୍ଲୀ ପୋଲିସ ୨୩ ହଜାର ପୋଲିସକୁ ମୁତୟନ କରିଥିବା ସୂଚନା ମିଳିଛି।