Posted inଜାତୀୟ

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି। ଉକ୍ତ ରାୟ ବିରୋଧରେ ଅପିଲ କରିବାକୁ କେରଳ ସରକାର ସୋମବାର ଘୋଷଣା କରିଛନ୍ତି। ରାଜ୍ୟ ଆଇନମନ୍ତ୍ରୀ ପି. ରାଜୀଭ କହିଛନ୍ତି, ସରକାର ପୀଡ଼ିତାଙ୍କ ପଛରେ ଦୃଢ଼ ଭାବେ ଛିଡ଼ାହେବେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଇବା ଲାଗି ସମସ୍ତ ଆବଶ୍ୟକ ଆଇନଗତ ପଦକ୍ଷେପ ନେବେ। ମୁଖ୍ୟ ଅଭିଯୁକ୍ତ ସୁନୀଲ ଏନ୍‌.ଏସ୍‌ ଓରଫ୍‌ ପୁଲସାର ସୁନିଙ୍କ ସମେତ ପ୍ରଥମରୁ ଷଷ୍ଠ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀସାବ୍ୟସ୍ତ କରିଥିବାବେଳେ ଉପଯୁକ୍ତ ପ୍ରମାଣ ଅଭାବରୁ ୭ମରୁ ୧୧ତମ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଦିଲୀପ ଏହି ମାମଲାରେ ଅଷ୍ଟମ ଅଭିଯୁକ୍ତ ଥିଲେ। ରାୟ ପ୍ରକାଶ ପାଇବା ପରେ ଦିଲୀପ କହିଛନ୍ତି, ତାଙ୍କୁ ବଦନାମ କରିବା ସହ କ୍ୟାରିୟର ନଷ୍ଟ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ଥିଲା।
ସୂଚନାଯୋଗ୍ୟ, ୨୦୧୭ ଫେବୃଆରୀ ୧୭ରେ ମାଲୟାଲମ ଚଳଚ୍ଚିତ୍ର ଶିଳ୍ପର ଜଣେ ଖ୍ୟାତନାମା ଅଭିନେତ୍ରୀଙ୍କୁ କେରଳର କୋଚି ନିକଟରେ ଅପହରଣ କରିନିଆଯାଇ ଚଳନ୍ତା କାର୍‌ରେ ବଳାତ୍କାର କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ୨୦ ବର୍ଷୀୟ ଅଭିନେତ୍ରୀ ବିଳମ୍ବିତ ରାତିରେ ଥ୍ରିସୁରରୁ କୋଚି ଫେରୁଥିବାବେଳେ ଗୋଟିଏ ଗାଡ଼ି ତାଙ୍କ କାର୍‌କୁ ପିଛା କରିଥିଲା। ୨ ଜଣ ବ୍ୟକ୍ତି ତାଙ୍କ କାର୍‌ରେ ପ୍ରବେଶ କରି ଡ୍ରାଇଭରଙ୍କୁ ଧମକ ଦେବା ସହ କୋଚି ଅଭିମୁଖେ ଚଲାଇବାକୁ କହିଥିଲେ। ଅଭିନେତ୍ରୀଙ୍କୁ କାର୍‌ରେ ୨ ଘଣ୍ଟା ପଣବନ୍ଦୀ ରଖାଯାଇ ଯୌନ ନିର୍ଯାତନା ଦିଆଯାଇଥିଲା। ଅପରାଧୀମାନେ ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌ କରିବା ପାଇଁ ତାଙ୍କ ଫଟୋ ନେଇଥିଲେ। ପୀଡ଼ିତା ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ଘରେ ପହଞ୍ଚତ୍ବା ପରେ ସେ ପୋଲିସକୁ ଜଣାଇଥିଲେ। ପୋଲିସ ତଦନ୍ତ କରି ଦିଲୀପଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଦିଲୀପ ଅପରାଧର ମାଷ୍ଟରମାଇଣ୍ଡ ଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri