ବେଆଇନ କୋଠା ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୭।୧୨:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିନା ପ୍ଲାନ ଆପ୍ରୁଭାଲରେ ସହର ମଧ୍ୟରେ ଶତାଧିକ କୋଠା ଗଢିଉଠିଛି। ଏଥିମଧ୍ୟରେ ସପିଂ ମଲ, ଆପାର୍ଟମେଣ୍ଟ୍‌, ହୋଟେଲ ଭଳି ବଡ଼ ବଡ଼ କୋଠା ରହିଛି। ଅନେକସ୍ଥାନରେ ପାର୍କିଂ ସ୍ଥଳ ନ ଥିବା ଦେଖିବାକୁ ମିଳିଛି। ବିଇଏମ୍‌ସି ଆପ୍ରୁଭାଲ ନିୟମକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରାଯାଇଛି। ଏପରିକି ସହରର ଆବାସିକ ସ୍ଥାନରେ ବହୁ ତାଲା ବିଶିଷ୍ଟ ବାଣିଜି୍ୟକ କୋଠା ଗଢି ଉଠିଛି। ବର୍ତ୍ତମାନ ଏଭଳି ବେଆଇନ କୋଠା ନିର୍ମାଣ ନେଇ ବିଇଏମ୍‌ସିର ଦୃଷ୍ଟି ଗୋଚର ହେବା ପରେ ବିଏମଇସି ଆକ୍ସନ ମୁଡ଼ରେ ପଦକ୍ଷେପ ଗ୍ରହଣ କରିଛି। ଏ ନେଇ ବହୁ ବଡ଼ ବଡ଼ ଆପାର୍ଟମେଣ୍ଟ୍‌, ଶପିଂ ମଲ ଓ ହୋଟେଲ ମାଲିକଙ୍କ ମଧ୍ୟରେ ଛନକା ପଶିଛି। ନିଗମ ପକ୍ଷରୁ ଏଭଳି ବହୁ ବେଆଇନ କୋଠା ତାଲିକା ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ପ୍ରାୟ ୧୫୦ରୁ ଅଧିକ କୋଠା ମାଲିକଙ୍କୁ ନୋଟିସ କରାଯାଇଛି। ୧୫ ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କମିଶନର ଜେ.ସୋନାଲ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ବିଇଏମ୍‌ସି ରାଜସ୍ବ କ୍ଷତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କୋଠା ନିର୍ମାଣ ଆପ୍ରୁଭାଲ ସଂଖ୍ୟା କମ ରହିଥିବା ସମୀକ୍ଷାରେ ଜଣାପଡିଥିଲା। ନିଗମ କମିଶନର ଓ ବରିଷ୍ଠ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିନା ଅନୁମତିରେ ନିର୍ମିତ ହୋଇଥିବା କୋଠାକୁ ଚିହ୍ନଟ କରିଥିଲେ। ଏମାନଙ୍କ ମଧ୍ୟରୁ ଅନେକ କୋଠା ମାଲିକ ବିନା ଅକ୍ୟୁପେସନ ସାର୍ଟିଫିକେଟ ନେଇ ନ ଥିବା ଜଣାପଡିଥିଲା, ଯାହାକି ଓଡିଶା ଡେଭଲପମେଣ୍ଟ୍‌ ଅଥୋରିଟି ଆକ୍ଟର ବିଭିନ୍ନ ଧାରାକୁ ଉଲ୍ଲଘନ କରାଯାଉଥିବା କମିଶନର କହିଛନ୍ତି। କୋଠା ମାଲିକ କିଭଳି ଓ କେଉଁ ଆଧାରରେ ଏଭଳି କୋଠା ନିର୍ମାଣ କଲେ ଉତ୍ତର ରଖିବେ। ୧୫ ଦିନ ମଧ୍ୟରେ କୌଣସି ଉତ୍ତର ନ ଦେଲେ ବେଆଇନ କୋଠା ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ଏ ନେଇ ନିଗମ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳ, ତହସିଲଦାର, ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଅବଗତ କରାଯାଇଥିବା କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri