ବେଆଇନ କୋଠା ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୭।୧୨:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିନା ପ୍ଲାନ ଆପ୍ରୁଭାଲରେ ସହର ମଧ୍ୟରେ ଶତାଧିକ କୋଠା ଗଢିଉଠିଛି। ଏଥିମଧ୍ୟରେ ସପିଂ ମଲ, ଆପାର୍ଟମେଣ୍ଟ୍‌, ହୋଟେଲ ଭଳି ବଡ଼ ବଡ଼ କୋଠା ରହିଛି। ଅନେକସ୍ଥାନରେ ପାର୍କିଂ ସ୍ଥଳ ନ ଥିବା ଦେଖିବାକୁ ମିଳିଛି। ବିଇଏମ୍‌ସି ଆପ୍ରୁଭାଲ ନିୟମକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରାଯାଇଛି। ଏପରିକି ସହରର ଆବାସିକ ସ୍ଥାନରେ ବହୁ ତାଲା ବିଶିଷ୍ଟ ବାଣିଜି୍ୟକ କୋଠା ଗଢି ଉଠିଛି। ବର୍ତ୍ତମାନ ଏଭଳି ବେଆଇନ କୋଠା ନିର୍ମାଣ ନେଇ ବିଇଏମ୍‌ସିର ଦୃଷ୍ଟି ଗୋଚର ହେବା ପରେ ବିଏମଇସି ଆକ୍ସନ ମୁଡ଼ରେ ପଦକ୍ଷେପ ଗ୍ରହଣ କରିଛି। ଏ ନେଇ ବହୁ ବଡ଼ ବଡ଼ ଆପାର୍ଟମେଣ୍ଟ୍‌, ଶପିଂ ମଲ ଓ ହୋଟେଲ ମାଲିକଙ୍କ ମଧ୍ୟରେ ଛନକା ପଶିଛି। ନିଗମ ପକ୍ଷରୁ ଏଭଳି ବହୁ ବେଆଇନ କୋଠା ତାଲିକା ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ପ୍ରାୟ ୧୫୦ରୁ ଅଧିକ କୋଠା ମାଲିକଙ୍କୁ ନୋଟିସ କରାଯାଇଛି। ୧୫ ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କମିଶନର ଜେ.ସୋନାଲ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ବିଇଏମ୍‌ସି ରାଜସ୍ବ କ୍ଷତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କୋଠା ନିର୍ମାଣ ଆପ୍ରୁଭାଲ ସଂଖ୍ୟା କମ ରହିଥିବା ସମୀକ୍ଷାରେ ଜଣାପଡିଥିଲା। ନିଗମ କମିଶନର ଓ ବରିଷ୍ଠ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିନା ଅନୁମତିରେ ନିର୍ମିତ ହୋଇଥିବା କୋଠାକୁ ଚିହ୍ନଟ କରିଥିଲେ। ଏମାନଙ୍କ ମଧ୍ୟରୁ ଅନେକ କୋଠା ମାଲିକ ବିନା ଅକ୍ୟୁପେସନ ସାର୍ଟିଫିକେଟ ନେଇ ନ ଥିବା ଜଣାପଡିଥିଲା, ଯାହାକି ଓଡିଶା ଡେଭଲପମେଣ୍ଟ୍‌ ଅଥୋରିଟି ଆକ୍ଟର ବିଭିନ୍ନ ଧାରାକୁ ଉଲ୍ଲଘନ କରାଯାଉଥିବା କମିଶନର କହିଛନ୍ତି। କୋଠା ମାଲିକ କିଭଳି ଓ କେଉଁ ଆଧାରରେ ଏଭଳି କୋଠା ନିର୍ମାଣ କଲେ ଉତ୍ତର ରଖିବେ। ୧୫ ଦିନ ମଧ୍ୟରେ କୌଣସି ଉତ୍ତର ନ ଦେଲେ ବେଆଇନ କୋଠା ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ଏ ନେଇ ନିଗମ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳ, ତହସିଲଦାର, ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଅବଗତ କରାଯାଇଥିବା କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri