ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି।

ଏହି ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେବାକୁ ମନା କରାଯାଇଛି। ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗରୁ ବାସନ୍ଦ କରାଯିବ। ଅର୍ଥାତ ଶ୍ରୀମନ୍ଦିର ରୋଷ କାର୍ଯ୍ୟରୁ ତାଙ୍କୁ ସବୁଦିନ ପାଇଁ ବାରଣ କରାଯିବ। ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ଦସ୍ତଖତରେ ସୂଚନା ଜାରି କରାଯାଇଛି।

ନିଉ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଶେଷ ହୋଇଛି l ଆସନ୍ତା ପବିତ୍ର ଅକ୍ଷୟ ତୃତୀୟାରେ ଏହି ନୂତନ ଜଗନ୍ନାଥ ମନ୍ଦିରରେ ଭଗବାନ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l

ମମତା ବାନାର୍ଜୀ ଡିସେମ୍ବର ୨୦, ୨୦୧ ୮ ମସିହାରେ ଦୀଘାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ବୋଲି ଉଚ୍ଚ ପ୍ରଶାସନିକ ବୈଠକରେ ଘୋଷଣା କରିଥିଲେ l ୨୦୨୨ ମସିହାରେ ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ବଙ୍ଗ ସରକାର ୨ ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରି ଖୁବଶୀଘ୍ର ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ l ୬୫ ଫୁଟ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ହିଡ଼କୋ ସଂସ୍ଥା ହାତକୁ ନେଇଥିବାବେଳେ ରାଜସ୍ଥାନର ନାମୀ ମାର୍ବଲ ପଥରରେ ଶ୍ରୀଜଗନ୍ନାଥ ମନ୍ଦିର ସହ ଆଠଟି ମନ୍ଦିର ନିର୍ମିତ ହୋଇଛି l ମେଘନାଦ ପ୍ରାଚେରୀ ଭଳି ପ୍ରଥମ ମନ୍ଦିରରେ ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଭଗବାନ ଶ୍ରୀ ଜଗନ୍ନାଥ ପଥରରେ ମୂର୍ତ୍ତି ରହିଥିବାବେଳେ ମନ୍ଦିରର ୪ ଦ୍ୱାର ସହ ୨ ୟ ମନ୍ଦିରରେ ମା’ ଲକ୍ଷ୍ମୀଙ୍କ ମନ୍ଦିର, ସମ୍ମୁଖ ଭାଗରେ ଗରୁଡ଼ ସ୍ତମ୍ଭ, ରୋଷେଇଶାଳ, ବିଶ୍ରାମଗାର ଓ ଅତିଥିଶାଳା ରହିଛି l ମନ୍ଦିର ପ୍ରାଚେରୀ ଦୀଘା – ବର୍ଡ଼ର ରାସ୍ତା ଦକ୍ଷିଣ ପଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅନ୍ୟ ଏକ ନୂତନ ପାର୍କ ନିର୍ମାଣ କରାଯାଇଛିl

ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ମୁଖ୍ୟ ସଚିବଙ୍କ ସହ ଜିଲା ମାଜିଷ୍ଟ୍ରେଟ, ଏସପି, ଇସ୍କନର ମୁଖ୍ୟ ସହ ୨ ୨ ଜଣିଆ କମିଟି ଗଠନ କରାଯାଇଥିବାବେଳେ ଇସ୍କନ ମନ୍ଦିରର ସମସ୍ତ ପରିଚାଳନା କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri