ଭୁବନେଶ୍ୱର,୯।୬: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର କନ୍ଧମାଳ ଲୋକ ସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଇ ଆଉ ରାଜନୀତି କରିବେ ନାହିଁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଅଚ୍ୟୁତଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
୨୦୧୯ ରେ ସେ ବିଜେଡି ଟିକେଟରେ କନ୍ଧମାଳ ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ଭାଜପା ଓଡ଼ିଶାରୁ ୨୦ ଆସନରେ ବିଜୟୀ ହୋଇଥିଲା। ଏଥିରେ କନ୍ଧମାଳ ଆସନ ମଧ୍ୟ ସାମିଲ ଅଛି। ତେବେ ରାଜନୀତି ଛାଡିଲେ ମଧ୍ୟ ସମାଜ ସେବା ଜାରି ରଖିବେ ବୋଲି ଅଚ୍ୟୁତ କହିଛନ୍ତି।
ଅଚ୍ୟୁତ ୨୦୧୮ ରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜୁ ଜନତା ଦଳରେ ଯୋଗଦେବା ପରେ ସେହି ବର୍ଷ ବିଜେଡି ତାଙ୍କୁ ରାଜ୍ୟ ସଭା ପଠାଇଥିଲା। ୨୦୧୯ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକ ସଭା ପ୍ରାର୍ଥୀ ଭାବରେ ପାଖାପଖି ଏକ ଲକ୍ଷ ଭୋଟରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ୧୭ତମ ଲୋକ ସଭାର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।


