ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି ଅନ୍ଲାଇନ ମାର୍କେଟପ୍ଲେସ୍ ଆମାଜନ ବିଜ୍ନେସ୍ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏକ ଉତ୍ସର୍ଗୀକୃତ କର୍ପୋରେଟ୍ ଗିଫ୍ଟିଙ୍ଗ୍ ଷ୍ଟୋର୍ ଆମାଜନ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ କେବଳ ୧୦ ଦିନରେ ୧୩୪% ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ ମୋଟ ଅର୍ଡରରେ ୯୫% ଓ କ୍ରୟ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ୧୦୭% ବୃଦ୍ଧି ଦେଖିବାକୁ ମିଳିଛି। ଏକ ବିସ୍ତୃତ ଶୃଙ୍ଖଳାର ଉପହାର ବିକଳ୍ପ ସହ ୮୫୦୦ ରୁ ଅଧିକ ଜିଏସ୍ଟି-ସକ୍ଷମ ଉପତ୍ାଦ ଅନ୍ତର୍ଭୁକ୍ତ ଥିବା ଏହି ଷ୍ଟୋରରେ ଲୋକପ୍ରିୟ ଉପହାର ସାମଗ୍ରୀ ଭାବେ ମିକ୍ସର ଗ୍ରାଇଣ୍ଡର ଓ ଜୁସ୍ର ୫.୫ଗୁଣ ଅଭିବୃଦ୍ଧି ହାସଲ କରିଥିବା ବେଳେ କୁକର ଭଳି ଅନ୍ୟ କିଚେନୱେୟାର ୩ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଆମାଜନ ବିଜ୍ନେସ୍ର ନିର୍ଦ୍ଦେଶକ ସୁଚିତ ସୁବାଷ କହିଛନ୍ତି, ଚଳିତ ପାର୍ବଣ ଋତୁରେ ଆମର କର୍ପୋରେଟ ଗିଫ୍ଟିଙ୍ଗ୍ ଷ୍ଟୋରର ଉଲ୍ଲେଖନୀୟ ଅଭିବୃଦ୍ଧି ସହ ଭାରତରେ ଇ-କ୍ରୟର ଦ୍ରୁତ ଗ୍ରହଣୀୟତାକୁ ହାଇଲାଇଟ୍ କରୁଛି। ଏହି ବୃଦ୍ଧି ଅନ୍ଲାଇନ ଗିଫ୍ଟିଙ୍ଗ୍ର ସୁବିଧା ଓ ଆଧୁନିକ ବ୍ୟବସାୟଗୁଡିକର ବିକଶିତ ଆବଶ୍ୟକତାକୁ ପ୍ରତିଫଳନ କରୁଛି। ଏପରିକି ଆମେ ଆମାଜନ ବିଜ୍ନେସ୍କୁ ଏକ ଅନ୍ଲାଇନ ବି୨ବି ମାର୍କେଟପ୍ଲେସ୍ରେ ପରିଣତ କରିବାକୁ ସକ୍ଷମ ହୋଇଛୁ,ଯାହା ଭୌଗୋଳିକ ପ୍ରତିବନ୍ଧକକୁ ଦୂରକରିବା ସହ ସେଲରମାନଙ୍କୁ ଦେଶର କୋଣ ଅନୁକୋଣରେ ଗ୍ରାହକଙ୍କ ସହ ସଂଯୋଗ କରୁଛି ଏବଂ ଦେଶର ୧୦୦% ପିନ୍କୋଡ୍ରେ ସେବା ପ୍ରଦାନ କରୁଛି। ଚଳିତ ପାର୍ବଣ ଋତୁରେ ହେଡ୍ଫୋନ୍ ସବୁଠାରୁ ଲୋକପ୍ରିୟ ଟେକ୍ ଗିଫ୍ଟିଂ ସାମଗ୍ରୀ ଭାବେ ଉଭା ହୋଇଛି, ଯାହା ଗତ ବର୍ଷ ତୁଳନାରେ ୬% ବୃଦ୍ଧି ହାସଲ କରିଛି। ସେହିପରି ୨.୫ ଗୁଣ ବୃଦ୍ଧି ସହ ଲାପ୍ଟପ୍ ବ୍ୟାଗ୍ ଆଉ ଏକ ସର୍ବାଧିକ ବିକ୍ରି ବର୍ଗରେ ପରିଣତ ହୋଇଛି। ସ୍ନାକ୍ସ ଓ ସ୍ବିଟ୍ ଗିଫ୍ଟ ହାମ୍ପର ଅନ୍ୟତମ ଲୋକପ୍ରିୟ ବର୍ଗ ହୋଇଥିବାବେଳେ ଚକୋଲେଟ୍ ୧.୭ ଗୁଣ ବୃଦ୍ଧି ସହ ସର୍ବାଧିକ ଉପହାର ଦିଆଯାଉଥିବା ବର୍ଗରେ ପରିଣତ ହୋଇଛି। ସେହିପରି ଡ୍ରାଏ ଫ୍ରୁଟ୍ ହାମ୍ପର ୩.୭ ଗୁଣ ବୃଦ୍ଧି ହାସଲ କରିଥିବା ବେଳେ ଟି ଓ କଫି ହାମ୍ପର ବର୍ଗ ୨ଗୁଣ ବୃଦ୍ଧି ହାସଲ କରିଛି। ଚଳିତ ପାର୍ବଣ ଋତୁରେ ଆମାଜନ ବିଜ୍ନେସ୍ କେରଳରୁ ଜମ୍ମୁ-କଶ୍ମୀର ଓ ଗୁଜରାଟରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ସେଲର ଓ କର୍ପୋରେଟଗୁଡିକ ମଧ୍ୟରେ ସଂଯୋଗକୁ ସୁଗମ କରିଛି।
ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…
ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…
ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ
ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…
ପୁଣି କିମ୍ ଯଙ୍ଗ୍ ଉନ୍ ବିଜୟୀ
ପୋଙ୍ଗୟାଙ୍ଗ୍ ,୧୯ା୩: ଉତ୍ତର କୋରିଆ ଶାସକ କିମ୍ ଯଙ୍ଗ୍ ଉନ୍ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…
ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍ଟା ଓ ଗୋଜୋରେ ହେବ। ଉଦ୍ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…
ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ
ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…
ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ
ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…
IPL 2026 ପୂର୍ବରୁ CSKକୁ ବଡ଼ ଝଟ୍କା, ପୁରା ସିଜନ୍ରୁ ବାଦ୍ ପଡ଼ିଲେ ଘାତକ ବୋଲର୍…
ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…
କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ
ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…
Archives

