ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି ଅନ୍ଲାଇନ ମାର୍କେଟପ୍ଲେସ୍ ଆମାଜନ ବିଜ୍ନେସ୍ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏକ ଉତ୍ସର୍ଗୀକୃତ କର୍ପୋରେଟ୍ ଗିଫ୍ଟିଙ୍ଗ୍ ଷ୍ଟୋର୍ ଆମାଜନ ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ କେବଳ ୧୦ ଦିନରେ ୧୩୪% ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ ମୋଟ ଅର୍ଡରରେ ୯୫% ଓ କ୍ରୟ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ୧୦୭% ବୃଦ୍ଧି ଦେଖିବାକୁ ମିଳିଛି। ଏକ ବିସ୍ତୃତ ଶୃଙ୍ଖଳାର ଉପହାର ବିକଳ୍ପ ସହ ୮୫୦୦ ରୁ ଅଧିକ ଜିଏସ୍ଟି-ସକ୍ଷମ ଉପତ୍ାଦ ଅନ୍ତର୍ଭୁକ୍ତ ଥିବା ଏହି ଷ୍ଟୋରରେ ଲୋକପ୍ରିୟ ଉପହାର ସାମଗ୍ରୀ ଭାବେ ମିକ୍ସର ଗ୍ରାଇଣ୍ଡର ଓ ଜୁସ୍ର ୫.୫ଗୁଣ ଅଭିବୃଦ୍ଧି ହାସଲ କରିଥିବା ବେଳେ କୁକର ଭଳି ଅନ୍ୟ କିଚେନୱେୟାର ୩ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଆମାଜନ ବିଜ୍ନେସ୍ର ନିର୍ଦ୍ଦେଶକ ସୁଚିତ ସୁବାଷ କହିଛନ୍ତି, ଚଳିତ ପାର୍ବଣ ଋତୁରେ ଆମର କର୍ପୋରେଟ ଗିଫ୍ଟିଙ୍ଗ୍ ଷ୍ଟୋରର ଉଲ୍ଲେଖନୀୟ ଅଭିବୃଦ୍ଧି ସହ ଭାରତରେ ଇ-କ୍ରୟର ଦ୍ରୁତ ଗ୍ରହଣୀୟତାକୁ ହାଇଲାଇଟ୍ କରୁଛି। ଏହି ବୃଦ୍ଧି ଅନ୍ଲାଇନ ଗିଫ୍ଟିଙ୍ଗ୍ର ସୁବିଧା ଓ ଆଧୁନିକ ବ୍ୟବସାୟଗୁଡିକର ବିକଶିତ ଆବଶ୍ୟକତାକୁ ପ୍ରତିଫଳନ କରୁଛି। ଏପରିକି ଆମେ ଆମାଜନ ବିଜ୍ନେସ୍କୁ ଏକ ଅନ୍ଲାଇନ ବି୨ବି ମାର୍କେଟପ୍ଲେସ୍ରେ ପରିଣତ କରିବାକୁ ସକ୍ଷମ ହୋଇଛୁ,ଯାହା ଭୌଗୋଳିକ ପ୍ରତିବନ୍ଧକକୁ ଦୂରକରିବା ସହ ସେଲରମାନଙ୍କୁ ଦେଶର କୋଣ ଅନୁକୋଣରେ ଗ୍ରାହକଙ୍କ ସହ ସଂଯୋଗ କରୁଛି ଏବଂ ଦେଶର ୧୦୦% ପିନ୍କୋଡ୍ରେ ସେବା ପ୍ରଦାନ କରୁଛି। ଚଳିତ ପାର୍ବଣ ଋତୁରେ ହେଡ୍ଫୋନ୍ ସବୁଠାରୁ ଲୋକପ୍ରିୟ ଟେକ୍ ଗିଫ୍ଟିଂ ସାମଗ୍ରୀ ଭାବେ ଉଭା ହୋଇଛି, ଯାହା ଗତ ବର୍ଷ ତୁଳନାରେ ୬% ବୃଦ୍ଧି ହାସଲ କରିଛି। ସେହିପରି ୨.୫ ଗୁଣ ବୃଦ୍ଧି ସହ ଲାପ୍ଟପ୍ ବ୍ୟାଗ୍ ଆଉ ଏକ ସର୍ବାଧିକ ବିକ୍ରି ବର୍ଗରେ ପରିଣତ ହୋଇଛି। ସ୍ନାକ୍ସ ଓ ସ୍ବିଟ୍ ଗିଫ୍ଟ ହାମ୍ପର ଅନ୍ୟତମ ଲୋକପ୍ରିୟ ବର୍ଗ ହୋଇଥିବାବେଳେ ଚକୋଲେଟ୍ ୧.୭ ଗୁଣ ବୃଦ୍ଧି ସହ ସର୍ବାଧିକ ଉପହାର ଦିଆଯାଉଥିବା ବର୍ଗରେ ପରିଣତ ହୋଇଛି। ସେହିପରି ଡ୍ରାଏ ଫ୍ରୁଟ୍ ହାମ୍ପର ୩.୭ ଗୁଣ ବୃଦ୍ଧି ହାସଲ କରିଥିବା ବେଳେ ଟି ଓ କଫି ହାମ୍ପର ବର୍ଗ ୨ଗୁଣ ବୃଦ୍ଧି ହାସଲ କରିଛି। ଚଳିତ ପାର୍ବଣ ଋତୁରେ ଆମାଜନ ବିଜ୍ନେସ୍ କେରଳରୁ ଜମ୍ମୁ-କଶ୍ମୀର ଓ ଗୁଜରାଟରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ସେଲର ଓ କର୍ପୋରେଟଗୁଡିକ ମଧ୍ୟରେ ସଂଯୋଗକୁ ସୁଗମ କରିଛି।
ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….
ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…
ବିଏମ୍ସିର ଚେତାବନୀ, ଓମଫେଡ୍ ବୁଥରେ ଗୁଟ୍ଖା ବିକିଲେ…
ଭୁବନେଶ୍ୱର,୨୮ା୧: ଗୁଟ୍ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟ୍ଖା ବିକିଲେ ଆକ୍ସନ…
ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…
ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…
ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍
ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…
ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା
ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…
ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା
ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…
ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ…
ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…
ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା
ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…
Archives

