ଗୁପ୍ତ କୋଠରିରେ ପଶିଲା ମହିଳା ପୋଲିସ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଲୁଟିବା ସହ ଚାକିରି ଓ ନାମଲେଖା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କୁ କମିଶନରେଟ ପୋଲିସ ଦ୍ୱିତୀୟଥର ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି। ୩ଦିନିଆ ରିମାଣ୍ଡର ଶନିବାର ଥିଲା ଦ୍ୱିତୀୟ ଦିବସ। ପଚରାଉଚରାବେଳେ ତାଙ୍କଠାରୁ ଆଉ କିଛି ଅଧିକ ତଥ୍ୟ ପୋଲିସ ପାଇଛି। ଅନ୍ୟପକ୍ଷରେ ଡାକ୍ତରୀ ପାଠ ନ ପଢ଼ି କ୍ଲିନିକ୍‌ ଖୋଲି ରୋଗୀ ଚିକିତ୍ସା ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛି। ସ୍ବତନ୍ତ୍ର ତଦନ୍ତ ପାଇଁ ଗଠିତ ହୋଇଥିବା ମହିଳା ପୋଲିସ ଟିମ୍‌ ପୂର୍ବାହ୍ନରେ ରମେଶଙ୍କ ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଘରେ ଥିବା କ୍ଲିନିକ୍‌ରେ ଚଢ଼ାଉ କରିଥିଲା। ତେବେ କ୍ଲିନିକ୍‌ରେ ଥିବା ସେହି ଚର୍ଚ୍ଚିତ ଭୂତଳ ଗୁପ୍ତ କୋଠରି ଭିତରକୁ ପୋଲିସ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ଏଥିସହ ପରିଚାଳନା ଦାୟିତ୍ୱରେ ଥିବା କେୟାର ଟେକରଙ୍କୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରି ତଥ୍ୟ ହାସଲ କରିଥିଲା। ପରେ କ୍ଲିନିକ୍‌ରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପୋଲିସ ଜବତ କରି ସାଙ୍ଗରେ ଆଣିଥିଲା। ସନ୍ଧ୍ୟାରେ ଉକ୍ତ ଟିମ୍‌ କଟକ ଜିଲା ବଡ଼ମ୍ବା ବ୍ଲକ ନରସିଂହପୁରରେ ରମେଶଙ୍କ ଆଉ ଏକ କ୍ଲିନିକ୍‌ରେ ଚଢ଼ାଉ କରିଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ସେଠାରେ ଯାଞ୍ଚ ଚଳାଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଥିଲା।ତେବେ କାମାକ୍ଷାନଗର କ୍ଲିନିକ୍‌ରେ ନକଲି ଡାକ୍ତର ଅସ୍ତ୍ରୋପଚାର କରୁଥିଲେ ବୋଲି ଅଭିଯୋଗ ଉଠିଥିଲା। ପୋଲିସ ଚଢ଼ାଉ କଥା ଶୁଣି ସେଠାରେ ପହଞ୍ଚତ୍ଥିବା ଜଣେ ବ୍ୟକ୍ତି ଗଣାମଧ୍ୟମକୁ କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ପେଟ କାଟିବାରୁ ରମେଶଙ୍କ ପାଖରେ ପରୀକ୍ଷା କରାଇଥିଲେ। ପେଟରେ ଘା ହୋଇଥିବା କହି ରମେଶ ଅସ୍ତ୍ରୋପଚାର କରାଇଥିଲେ। ଏହାର ୬ ଦିନ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ସେ ଅଭିଯୋଗ କରିିଛନ୍ତି। ତେବେ ସେଠାରେ ଥିବା ଏକ ଜେରକ୍ସ ମେଶିନ୍‌ରେ ରମେଶ ଏକ୍ସ-ରେ କରୁଥିବା ଅଭିଯୋଗର ସତ୍ୟତା କେତେ ତାହାକୁ ଯାଞ୍ଚ କଲାପରେ ଜଣାପଡ଼ିବ ବୋଲି ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ରମେଶଙ୍କ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯାଇପାରେ। ଭାଇଙ୍କ ପ୍ରତାରଣା ଓ ଠକେଇ କେଳେଙ୍କାରିରେ ସମ୍ପୃକ୍ତି ଅଭିଯୋଗରେ ସେ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।
ରମେଶ ନିଜକୁ ଡାକ୍ତର କହି ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ଟଙ୍କା, ସୁନା ଓ ସମ୍ପତ୍ତି ହାତେଇବା ପରେ ଆଉଜଣଙ୍କୁ ବିବାହ କରି ସମାନ ଢଙ୍ଗରେ ଲୁଟୁଥିଲେ। ଏଥିରେ ତାଙ୍କୁ ଭଉଣୀ ରଶ୍ମିତା ଓ ଭିଣୋଇ ଗଣେଶ୍ୱର ବେହୁରା ସହଯୋଗ କରୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କ କଳାକାର୍‌ନାମା ପଦାକୁ ଆସିଥିଲା। ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବିତ ଚାଲିଛି। ଗତ ମଙ୍ଗଳବାର ପୋଲିସ କେନ୍ଦ୍ରାପଡ଼ା ଜିଲା ଈଶ୍ୱରପୁରରେ ଚଢ଼ାଉ କରି ଭଉଣୀ ରଶ୍ମିତାଙ୍କୁ ଗିରଫ କରିଥିବାବେଳେ ଭିଣୋଇ ଗଣେଶ୍ୱର ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri