ଗୁପ୍ତ କୋଠରିରେ ପଶିଲା ମହିଳା ପୋଲିସ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଲୁଟିବା ସହ ଚାକିରି ଓ ନାମଲେଖା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କୁ କମିଶନରେଟ ପୋଲିସ ଦ୍ୱିତୀୟଥର ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି। ୩ଦିନିଆ ରିମାଣ୍ଡର ଶନିବାର ଥିଲା ଦ୍ୱିତୀୟ ଦିବସ। ପଚରାଉଚରାବେଳେ ତାଙ୍କଠାରୁ ଆଉ କିଛି ଅଧିକ ତଥ୍ୟ ପୋଲିସ ପାଇଛି। ଅନ୍ୟପକ୍ଷରେ ଡାକ୍ତରୀ ପାଠ ନ ପଢ଼ି କ୍ଲିନିକ୍‌ ଖୋଲି ରୋଗୀ ଚିକିତ୍ସା ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛି। ସ୍ବତନ୍ତ୍ର ତଦନ୍ତ ପାଇଁ ଗଠିତ ହୋଇଥିବା ମହିଳା ପୋଲିସ ଟିମ୍‌ ପୂର୍ବାହ୍ନରେ ରମେଶଙ୍କ ଢେଙ୍କାନାଳ ଜିଲା କାମାକ୍ଷାନଗରସ୍ଥିତ ଘରେ ଥିବା କ୍ଲିନିକ୍‌ରେ ଚଢ଼ାଉ କରିଥିଲା। ତେବେ କ୍ଲିନିକ୍‌ରେ ଥିବା ସେହି ଚର୍ଚ୍ଚିତ ଭୂତଳ ଗୁପ୍ତ କୋଠରି ଭିତରକୁ ପୋଲିସ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ଏଥିସହ ପରିଚାଳନା ଦାୟିତ୍ୱରେ ଥିବା କେୟାର ଟେକରଙ୍କୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରି ତଥ୍ୟ ହାସଲ କରିଥିଲା। ପରେ କ୍ଲିନିକ୍‌ରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପୋଲିସ ଜବତ କରି ସାଙ୍ଗରେ ଆଣିଥିଲା। ସନ୍ଧ୍ୟାରେ ଉକ୍ତ ଟିମ୍‌ କଟକ ଜିଲା ବଡ଼ମ୍ବା ବ୍ଲକ ନରସିଂହପୁରରେ ରମେଶଙ୍କ ଆଉ ଏକ କ୍ଲିନିକ୍‌ରେ ଚଢ଼ାଉ କରିଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ସେଠାରେ ଯାଞ୍ଚ ଚଳାଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଥିଲା।ତେବେ କାମାକ୍ଷାନଗର କ୍ଲିନିକ୍‌ରେ ନକଲି ଡାକ୍ତର ଅସ୍ତ୍ରୋପଚାର କରୁଥିଲେ ବୋଲି ଅଭିଯୋଗ ଉଠିଥିଲା। ପୋଲିସ ଚଢ଼ାଉ କଥା ଶୁଣି ସେଠାରେ ପହଞ୍ଚତ୍ଥିବା ଜଣେ ବ୍ୟକ୍ତି ଗଣାମଧ୍ୟମକୁ କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ପେଟ କାଟିବାରୁ ରମେଶଙ୍କ ପାଖରେ ପରୀକ୍ଷା କରାଇଥିଲେ। ପେଟରେ ଘା ହୋଇଥିବା କହି ରମେଶ ଅସ୍ତ୍ରୋପଚାର କରାଇଥିଲେ। ଏହାର ୬ ଦିନ ପରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ସେ ଅଭିଯୋଗ କରିିଛନ୍ତି। ତେବେ ସେଠାରେ ଥିବା ଏକ ଜେରକ୍ସ ମେଶିନ୍‌ରେ ରମେଶ ଏକ୍ସ-ରେ କରୁଥିବା ଅଭିଯୋଗର ସତ୍ୟତା କେତେ ତାହାକୁ ଯାଞ୍ଚ କଲାପରେ ଜଣାପଡ଼ିବ ବୋଲି ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ରମେଶଙ୍କ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯାଇପାରେ। ଭାଇଙ୍କ ପ୍ରତାରଣା ଓ ଠକେଇ କେଳେଙ୍କାରିରେ ସମ୍ପୃକ୍ତି ଅଭିଯୋଗରେ ସେ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।
ରମେଶ ନିଜକୁ ଡାକ୍ତର କହି ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ଟଙ୍କା, ସୁନା ଓ ସମ୍ପତ୍ତି ହାତେଇବା ପରେ ଆଉଜଣଙ୍କୁ ବିବାହ କରି ସମାନ ଢଙ୍ଗରେ ଲୁଟୁଥିଲେ। ଏଥିରେ ତାଙ୍କୁ ଭଉଣୀ ରଶ୍ମିତା ଓ ଭିଣୋଇ ଗଣେଶ୍ୱର ବେହୁରା ସହଯୋଗ କରୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କ କଳାକାର୍‌ନାମା ପଦାକୁ ଆସିଥିଲା। ଏହାପରେ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବିତ ଚାଲିଛି। ଗତ ମଙ୍ଗଳବାର ପୋଲିସ କେନ୍ଦ୍ରାପଡ଼ା ଜିଲା ଈଶ୍ୱରପୁରରେ ଚଢ଼ାଉ କରି ଭଉଣୀ ରଶ୍ମିତାଙ୍କୁ ଗିରଫ କରିଥିବାବେଳେ ଭିଣୋଇ ଗଣେଶ୍ୱର ଖସି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri