Posted inଫୁରସତ

ଏପରି କମେଣ୍ଟ ଦେବାରୁ ମହିଳାଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ୍‌

ଫେସବୁକ୍‌ ହେଉଛି ଏକ ମାଧ୍ୟମ, ଯେଉଁଠାରେ ଲୋକମାନେ ନିଜ ଭାବନାକୁ ସାରା ବିଶ୍ୱରେ ବାଣ୍ଟିଥାନ୍ତି। ଏହା ଏପରି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେଉଁଠାରେ ଜଣେ ବ୍ୟକ୍ତି ଦୁନିଆର ଯେକୌଣସି କୋଣରେ ବସି ନିଜର ମତାମତ ଦେଇପାରିବ। ଲୋକଙ୍କ ମଧ୍ୟରେ ଫେସ୍‌ବୁକର ବ୍ୟବହାର ଯେତିକି ବୃଦ୍ଧି ପାଇଛି ଫେସ୍‌ବୁକ ମଧ୍ୟ ଏହାର ନିୟମକୁ କଡ଼ାକଡ଼ି କରିଛି। ଏହି ନିୟମଗୁଡିକ ଏତେ କଠୋର ଯେ, ୟୁଜରମାନଙ୍କର ସାମାନ୍ୟ ଅସାବଧାନତା ଯୋଗୁ କମ୍ପାନୀକୁ କ୍ଷତି ସହିବାକୁ ପଡ଼େ। ଏପରି ପରିସ୍ଥିତିରେ, ଯଦି ଆପଣ ଫେସବୁକ୍‌ର ନିୟମିତ ୟୁଜର ଅଟନ୍ତି, ତେବେ ବର୍ତ୍ତମାନ ସାବଧାନ ହେବାର ସମୟ ଆସିଛି। ଅନ୍ୟଥା ଏକ ଛୋଟ ଭୁଲ ଆପଣଙ୍କ ଆକାଉଣ୍ଟକ ବନ୍ଦ କରିଦେଇପାରେ ଫେସବୁକ୍‌। ଏମିତି ଏକ ମାମଲା ସାମ୍ନାକୁ ଆସିଛ, ଯେଉଁଠାରେ ଜଣେ ମହିଳାଙ୍କ ଛୋଟ ଭୁଲ ହେତୁ ତାଙ୍କୁ ଫେସ୍‌ବୁକ୍‌ ବ୍ଲକ କରି ଦିଆଯାଇଛି। କାରଣ ଜାଣିଲେ ହସିହସି ଗଡ଼ିବେ।

କ୍ଲେୟାର ଶାର୍ପ ନାମକ ଜଣେ ମହିଳା ନିଜ ଟୁଇଟର ଆକାଉଣ୍ଟରେ କହିଛନ୍ତି, ସେ ତାଙ୍କ ଫଟୋ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ମହିଳା ନିଜକୁ ଆଳୁ ସହିତ ତୁଳନା କରିଥିଲେ। ଏହି ଫେସ୍‌ବୁକ୍‌ ପରେ ତାଙ୍କୁ ୧ ମାସ ପାଇଁ ବାରଣ କରାଯାଇଛି। କ୍ଲେୟାର ନିଜ ଫଟୋରେ ଆଳୁ ପରି ଦେଖାଯାଉଥିବା ବିଷୟରେ ଲେଖିଥିଲେ। ଫେସ୍‌ବୁକ ଅନୁମାନ କରିଥିଲା ଯେ ସେ କାହାକୁ ପରିହାସ କରୁଛନ୍ତି। ଏହା ପରେ ଆକାଉଣ୍ଟ ବ୍ଲକ କରିଥିଲା ଫେସ୍‌ବୁକ୍‌। ଏହା ପରେ କ୍ଲେୟାର ତାଙ୍କ ଟୁଇଟର ପେଜ୍‌ରେ ଫେସବୁକ୍‌ ଦେଇଥିବା ଉତ୍ତରର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି।

କ୍ଲେୟାର ତାଙ୍କ ସ୍ପଷ୍ଟୀକରଣରେ ଫେସବୁକକୁ କହିଛନ୍ତି, ସେ କେବଳ ନିଜ ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ ସେ ପିନ୍ଧିଥିବା ଡ୍ରେସ୍‌ରେ ସେ ଆଳୁ ପରି ଦେଖାଯାଉଥିଲେ। ଅନ୍ୟ କାହାକୁ ଏପରି କଥା କହି ନ ଥିଲେ ଯାହା କାହାକୁ ଆଘାତ ଦେବ।

ସୂଚନାଯୋଗ୍ୟ, ବର୍ତ୍ତମାନ ଫେସ୍‌ବୁକ୍‌ର ନୂତନ ନିୟମ ଏତେ କଠୋର ହୋଇଛି ଯେ, ଯଦି ତୁମର ପୋଷ୍ଟ କିମ୍ବା ମନ୍ତବ୍ୟ କାହାର ଭାବନାକୁ ଆଘାତ କରେ, ତେବେ ଆଇଡି ତୁରନ୍ତ ବ୍ଲକ କିମ୍ବା ନିଷିଦ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri