Posted inଫୁରସତ

ଏପରି କମେଣ୍ଟ ଦେବାରୁ ମହିଳାଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ୍‌

ଫେସବୁକ୍‌ ହେଉଛି ଏକ ମାଧ୍ୟମ, ଯେଉଁଠାରେ ଲୋକମାନେ ନିଜ ଭାବନାକୁ ସାରା ବିଶ୍ୱରେ ବାଣ୍ଟିଥାନ୍ତି। ଏହା ଏପରି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେଉଁଠାରେ ଜଣେ ବ୍ୟକ୍ତି ଦୁନିଆର ଯେକୌଣସି କୋଣରେ ବସି ନିଜର ମତାମତ ଦେଇପାରିବ। ଲୋକଙ୍କ ମଧ୍ୟରେ ଫେସ୍‌ବୁକର ବ୍ୟବହାର ଯେତିକି ବୃଦ୍ଧି ପାଇଛି ଫେସ୍‌ବୁକ ମଧ୍ୟ ଏହାର ନିୟମକୁ କଡ଼ାକଡ଼ି କରିଛି। ଏହି ନିୟମଗୁଡିକ ଏତେ କଠୋର ଯେ, ୟୁଜରମାନଙ୍କର ସାମାନ୍ୟ ଅସାବଧାନତା ଯୋଗୁ କମ୍ପାନୀକୁ କ୍ଷତି ସହିବାକୁ ପଡ଼େ। ଏପରି ପରିସ୍ଥିତିରେ, ଯଦି ଆପଣ ଫେସବୁକ୍‌ର ନିୟମିତ ୟୁଜର ଅଟନ୍ତି, ତେବେ ବର୍ତ୍ତମାନ ସାବଧାନ ହେବାର ସମୟ ଆସିଛି। ଅନ୍ୟଥା ଏକ ଛୋଟ ଭୁଲ ଆପଣଙ୍କ ଆକାଉଣ୍ଟକ ବନ୍ଦ କରିଦେଇପାରେ ଫେସବୁକ୍‌। ଏମିତି ଏକ ମାମଲା ସାମ୍ନାକୁ ଆସିଛ, ଯେଉଁଠାରେ ଜଣେ ମହିଳାଙ୍କ ଛୋଟ ଭୁଲ ହେତୁ ତାଙ୍କୁ ଫେସ୍‌ବୁକ୍‌ ବ୍ଲକ କରି ଦିଆଯାଇଛି। କାରଣ ଜାଣିଲେ ହସିହସି ଗଡ଼ିବେ।

କ୍ଲେୟାର ଶାର୍ପ ନାମକ ଜଣେ ମହିଳା ନିଜ ଟୁଇଟର ଆକାଉଣ୍ଟରେ କହିଛନ୍ତି, ସେ ତାଙ୍କ ଫଟୋ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ମହିଳା ନିଜକୁ ଆଳୁ ସହିତ ତୁଳନା କରିଥିଲେ। ଏହି ଫେସ୍‌ବୁକ୍‌ ପରେ ତାଙ୍କୁ ୧ ମାସ ପାଇଁ ବାରଣ କରାଯାଇଛି। କ୍ଲେୟାର ନିଜ ଫଟୋରେ ଆଳୁ ପରି ଦେଖାଯାଉଥିବା ବିଷୟରେ ଲେଖିଥିଲେ। ଫେସ୍‌ବୁକ ଅନୁମାନ କରିଥିଲା ଯେ ସେ କାହାକୁ ପରିହାସ କରୁଛନ୍ତି। ଏହା ପରେ ଆକାଉଣ୍ଟ ବ୍ଲକ କରିଥିଲା ଫେସ୍‌ବୁକ୍‌। ଏହା ପରେ କ୍ଲେୟାର ତାଙ୍କ ଟୁଇଟର ପେଜ୍‌ରେ ଫେସବୁକ୍‌ ଦେଇଥିବା ଉତ୍ତରର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି।

କ୍ଲେୟାର ତାଙ୍କ ସ୍ପଷ୍ଟୀକରଣରେ ଫେସବୁକକୁ କହିଛନ୍ତି, ସେ କେବଳ ନିଜ ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ ସେ ପିନ୍ଧିଥିବା ଡ୍ରେସ୍‌ରେ ସେ ଆଳୁ ପରି ଦେଖାଯାଉଥିଲେ। ଅନ୍ୟ କାହାକୁ ଏପରି କଥା କହି ନ ଥିଲେ ଯାହା କାହାକୁ ଆଘାତ ଦେବ।

ସୂଚନାଯୋଗ୍ୟ, ବର୍ତ୍ତମାନ ଫେସ୍‌ବୁକ୍‌ର ନୂତନ ନିୟମ ଏତେ କଠୋର ହୋଇଛି ଯେ, ଯଦି ତୁମର ପୋଷ୍ଟ କିମ୍ବା ମନ୍ତବ୍ୟ କାହାର ଭାବନାକୁ ଆଘାତ କରେ, ତେବେ ଆଇଡି ତୁରନ୍ତ ବ୍ଲକ କିମ୍ବା ନିଷିଦ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri