Posted inଜାତୀୟ

କରାଚୀରେ ଟ୍ରେନିଂ ନେଇଥିଲେ ଅଭିଯୁକ୍ତ

ଜୟପୁର, ୩୦ା୬: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟାଲାଲ ତେଲି(୪୮)ଙ୍କ ବୀଭତ୍ସ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)କୁ ଦିଆଯାଇଛି। ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ପାଇବା ପରେ ଏନ୍‌ଆଇଏ ବୁଧବାର ଘଟଣାର ଯାଞ୍ଚ ଆରମ୍ଭ କରିବା ସହ ଉଭୟଙ୍କ ନାଁରେ ଆତଙ୍କବାଦ ନିରୋଧୀ ବେଆଇନ କାର୍ଯ୍ୟକଳାପ ଆଇନ (ୟୁଏପିଏ) ବଳରେ ମାମଲା ରୁଜୁ କରିଛି। ଏଥିସହ ରାଜସ୍ଥାନ ପୋଲିସ ଦ୍ୱାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଏବଂ ଏନ୍‌ଆଇଏ ଦୁଇ ଅଭିଯୁକ୍ତ ମହମ୍ମଦ ରିଆଜ୍‌ ଏବଂ ଗୋସ୍‌ ମହମ୍ମଦଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି।

କରାଚୀରେ ଥିବା ସୁନ୍ନି ଇସ୍‌ଲାମୀୟ ସଙ୍ଗଠନ ଦାଓ୍ବତ୍‌-ଇ-ଇସ୍‌ଲାମୀ ସହ ଅଭିଯୁକ୍ତ ଜଡ଼ିତ ଥିବା ଜଣାପଡ଼ିଛି। ଦ୍ୱାଓ୍ବତ-ଇ-ଇସ୍‌ଲାମୀର ପାକ୍‌ର ବରେଲ୍‌ଭି ପାନ୍‌-ଇସ୍‌ଲାମିକ ତେହରିକ୍‌-ଇ-ଲବାଇକ୍‌ କଠୋରପନ୍ଥୀ ସଙ୍ଗଠନ ସହ ଲିଙ୍କ୍‌ ରହିଛି। ରିଆଜ୍‌ ଅନ୍‌ସାରୀ ଉକ୍ତ ସୁନ୍ନି ଇସ୍‌ଲାମୀୟ ସଙ୍ଗଠନ ସହ ଯୋଗାଯୋଗରେ ଥିଲେ। ୨୦୧୪-୧୫ରେ ଅଭିଯୁକ୍ତ କରାଚୀ ଯାଇଥିଲେ ବୋଲି ଡିଜିପି ଏମ୍‌. ଏଲ୍‌. ଲାଥର କହିଛନ୍ତି। ସେଠାରେ ସେମାନେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ତାଲିମ ନେଇଥିଲେ। ଘଟଣାରେ ବୁଧବାର ଆଉ ୩ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ୮ରୁ ୧୦ ଫୋନ୍‌ ନମ୍ବରରେ ଅଧିକାଂଶ ସମୟ କଥା ହେଉଥିଲେ। ସେହିପରି ଗୋସ୍‌ ମହମ୍ମଦ ଦୁଇଥର ନେପାଳ ଯାଇ କେତେକ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କରେ ଥିଲେ। ଦୁବାଇରେ ମଧ୍ୟ ତାଙ୍କର ଯୋଗାଯୋଗ ଥିଲା। କହ୍ନେୟାଲାଲଙ୍କୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର କେତେକ ଭିଡିଓ ଶେୟାର କରିଥିଲେ ବୋଲି ଏସ୍‌ଆଇଟି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଦାଓ୍ବତ୍‌-ଇ-ଇସ୍‌ଲାମୀ ପାକିସ୍ତାନର ଏକ ଧର୍ମୀୟ ସଙ୍ଗଠନ। ଏହା ପ୍ରଫେଟ ମହମ୍ମଦଙ୍କ ବାର୍ତ୍ତା ପ୍ରସାର କରିଥାଏ ବୋଲି ଦାବି କରେ।

ଇସ୍‌ଲାମ ଉପରେ ଏହି ସଙ୍ଗଠନ ଅନ୍‌ଲାଇନ୍‌ କୋର୍ସ ଦେବା ସହ ଏହାର ଏକ ଟେଲିଭିଜନ ଚ୍ୟାନେଲ ରହିଛି। ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ମଧ୍ୟମରେ ସଙ୍ଗଠନ ଲୋକଙ୍କୁ ଇସ୍‌ଲାମ ଧର୍ମ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଥାଏ। ଦରଜି କହ୍ନେୟଲାଲଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଏହି ସଙ୍ଗଠନ ସହ ଲିଙ୍କ୍‌ ଥିବା ପଦାକୁ ଆସିବା ପରେ ଏହା ଉପରେ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଏହି ସଙ୍ଗଠନର ସଦସ୍ୟମାନେ କାନପୁରରେ ସକ୍ରିୟ ଅଛନ୍ତି। ଦିଲ୍ଲୀ ଓ ମୁମ୍ବାଇରେ ସେମାନଙ୍କର ଏକ ଅଫିସ୍‌ ରହିଥିବା ଡିଜିପି ଲାଥର ସୂଚନା ଦେଇଛନ୍ତି। ଘଟଣାରେ ସୀମାପାର୍‌ ଆତଙ୍କବାଦ ଉପରେ ମଧ୍ୟ ତଦନ୍ତ କରାଯାଉଛି।

ଅଭିଯୁକ୍ତଙ୍କ ଫୋନ୍‌ ଓ ଅନ୍ୟ ଡିଜିଟାଲ ମାଧ୍ୟମରେ ଏ ଦିଗରେ ଯାଞ୍ଚ ଚାଲିଥିବା ସେ କହିଛନ୍ତି। ପ୍ରକାଶ ଯେ, ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ଯୋଗୁ ଗୋସ୍‌ ଏବଂ ରିୟାଜ୍‌ ଦରଜି କହ୍ପେୟାଲାଲଙ୍କୁ ତାଙ୍କ ଦୋକାନରେ ପଶି ମୁଣ୍ଡକାଟ କରିଥିଲେ। ଏହାର ଏକ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ ସହ ଅପରାଧ ସ୍ବୀକାର କରିଥିଲେ।

ହତ୍ୟାକାଣ୍ଡକୁ ନେଇ ରାଜନୀତି

ଉଦୟପୁର ଦରଜି କହ୍ନେୟାଲାଲଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ରାଜନୀତି ତେଜିଛି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଭାଜପା ସମାଲୋଚନା କରିଛି। ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଏଭଳି ମୁଣ୍ଡକାଟ ଘଟଣା ପାଇଁ ଗେହଲଟ୍‌ ସରକାରଙ୍କ ‘ତୁଷ୍ଟୀକରଣ ନୀତି’ ଦାୟୀ ବୋଲି ବରିଷ୍ଠ ଭାଜପା ନେତ୍ରୀ ବସୁନ୍ଧରା ରାଜେ କହିଛନ୍ତି। ଜଣେ ନିରୀହ ଯୁବକଙ୍କ ଏଭଳି ହତ୍ୟା ଏହା ସ୍ପଷ୍ଟ କରିଛି ଯେ, ଗେହଲଟ୍‌ ସରକାରଙ୍କ ଉତ୍ତେଜନା ସୃଷ୍ଟିକାରୀ ଓ ତୁଷ୍ଟୀକରଣ ନୀତି ଯୋଗୁ ଅପରାଧୀଙ୍କ ସାହସ ବଢ଼ୁଛି। ରାଜ୍ୟ ସରକାରଙ୍କ ଅବହେଳା ପାଇଁ ରାଜସ୍ଥାନରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇଛି ବୋଲି ବସୁନ୍ଧରା ରାଜେ କହିଛନ୍ତି।

ଭାଜପା ମୁଖପାତ୍ର ରାଜ୍ୟବର୍ଦ୍ଧନ ସିଂ ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିହିତ କରିବା ସହ ରାଜ୍ୟରେ ‘ଜିହାଦୀ’ ଘଟଣା ଥମିବାର ନାଁ ଧରୁନି ବୋଲି କହି ଗେହଲଟ୍‌ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସରେ ଅନ୍ତର୍ନ୍ଦ୍ୱନ୍ଦ୍ୱ ଯୋଗୁ ରାଜସ୍ଥାନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଦେଶରେ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଥିବାବେଳେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଏହା ଉପରେ ଚୁପ୍‌ କାହିଁକି ବୋଲି ଗେହଲଟ୍‌ କହିଥିଲେ।

ହତ୍ୟାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିନ୍ଦା କରିଛନ୍ତି। ଧର୍ମ ନାଁରେ ବର୍ବର କାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ରାହୁଲ କହିିଛନ୍ତି। ସଭ୍ୟ ସମାଜରେ ବର୍ବରତାର କୌଣସି ସ୍ଥାନ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ମଧ୍ୟ କହ୍ନେୟାଙ୍କ ହତ୍ୟାକୁ ନିନ୍ଦା କରିବା ସହ ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶରେ ହିଂସା ଓ କଠୋରପନ୍ଥୀ କାର୍ଯ୍ୟକୁ ପ୍ରଶୟ ମିଳିବା ଉଚିତ ନୁହେଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri