ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଗାଡ଼ି ମାଲିକାନା ସତ୍ତ୍ୱ ପରିବର୍ତ୍ତନକୁ ନେଇ ଅଭିଯୁକ୍ତମାନେ ତାଙ୍କ ଗଳା କାଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଗାତ ଖୋଳି ପୋତି ଦେଇଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ହୋଟେଲ ମାଲିକ ପ୍ରଫୁଲ୍ଲ ବେହେରା, କପ୍ତିପଦା ଥାନା ଦେବଳା ଅଞ୍ଚଳର ଜୟଚନ୍ଦ୍ର ସିଂ ଓ ରସା ମୋହନ ସିଂଙ୍କୁ ପୋଲିସ କୋର୍ଟଚାଲାଣ କରିଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।
ସୂଚନା ଅନୁଯାୟୀ, ବ୍ୟବସାୟୀ ଚିତ୍ତରଞ୍ଜନ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ଜାନୁଗଞ୍ଜ ଗୋଲେଇ ନିକଟରେ ରହୁଥିଲେ। ସେ ପୁରୁଣା ଯାନବାହନ କ୍ରୟବିକ୍ରୟ, ବାଲି, ଇଟା ଆଦି ବ୍ୟବସାୟ କରୁଥିବା ବେଳେ ତାଙ୍କ ସାଙ୍ଗ ତଥା ହୋଟେଲ ମାଲିକ ପ୍ରଫୁଲ୍ଲଙ୍କ ନିକଟରୁ ଏକ ୭୦୯ ଗାଡ଼ି କିଣିଥିଲେ। ଏହି ଗାଡ଼ିର ଟଙ୍କା ଚିତ୍ତରଞ୍ଜନ ସମ୍ପୂର୍ଣ୍ଣ ଦେଇ ନ ଥିବା ବେଳେ କିସ୍ତିରେ ଟଙ୍କା ଦେବେ ବୋଲି କଥା ହୋଇଥିଲା। ତେବେ ଗାଡ଼ିର ମାଲିକାନା ସତ୍ତ୍ୱ ପରିବର୍ତ୍ତନକୁ ନେଇ ପ୍ରଫୁଲ୍ଲ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ରବିବାର ସନ୍ଧ୍ୟାରେ ହୋଟେଲ ମାଲିକ ପ୍ରଫୁଲ୍ଲ ଭୋଜି କରିବା କହି ଚିତ୍ତରଞ୍ଜନଙ୍କୁ ଗାଡ଼ିରେ ବସାଇ କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ଅଞ୍ଚଳକୁ ଆଣିଥିଲେ। ସେଠାରେ ତାଙ୍କର ଅନ୍ୟ ୩ ସାଙ୍ଗ ଅପେକ୍ଷା କରିଥିଲେ। ୫ ଜଣ ମିଶି ସମୀବୃକ୍ଷ ନିକଟରେ ରୁଟି ଏବଂ ମାଂସ ତରକାରୀ କରି ଖାଇଥିଲେ। ପରେ ପୂର୍ବ ଯୋଜନା ମୁତାବକ ସମସ୍ତେ ମିଶି ଚିତ୍ତ ରଞ୍ଜନଙ୍କ ଗଳାକୁ ଏକ କାଟୁରିରେ କାଟି ହତ୍ୟା କରିଥିଲେ। ୪ ଫୁଟର ଗାତ ଖୋଳି ନିକଟସ୍ଥ ଦେବଳା ବଜାରରୁ ୬ କେଜି ଲୁଣ କିଣି ଆଣି ମୃତଦେହରେ ପକାଇ ପୋତି ଦେଇଥିଲୋ। ପରେ ହତ୍ୟାକାରୀମାନେ ବାଲେଶ୍ୱର ଯାଇ ଚିତ୍ତରଞ୍ଜନଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଆଦି ଖୋଲି ଆଣି ଉଦଳା ଭୁରୁଡୁବଣି ନିକଟସ୍ଥ ବନ୍ଧରେ ଫୋପାଡ଼ି ଦେଇଥିଲେ। ଚିତ୍ତରଞ୍ଜନଙ୍କ ମୋବାଇଲ୍‌ ଓ ଏଟିଏମ୍‌ କାର୍ଡକୁ କାଠପାଳ ନିକଟ ସୋନ ନଦୀ ପାଖରେ ଫିଙ୍ଗି ଦେଇଥିଲେ। ହତ୍ୟା ଘଟଣାରେ ବ୍ୟବହୃତ କୋଡି ଓ ଶାବଳ ଜବତ ହୋଇଥିବା ବେଳେ କଟୁରି ଜବତ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri