କେନ୍ଦ୍ରାପଡାରୁ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର,୨୪।୬(ସୂର୍ଯ୍ୟକାନ୍ତ ବେହେରା): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ବୈଜୟନ୍ତୀ ସାହୁଙ୍କୁ ଅଫିସ ଭିତରେ ଛୁରି ଭୁସି ହତ୍ୟା ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ପୋଲିସ କେନ୍ଦ୍ରାପଡାରୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ରମେଶ ବାରିକ। ସେ ପୂର୍ବରୁ ଉକ୍ତ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଥିଲେ। ତେବେ ସେ ଯୁବତୀଙ୍କୁ କାହିଁକି ହତ୍ୟା କଲେ ତାହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଟଙ୍କା କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ ସଂସ୍ଥାର ଅନ୍ୟଜଣେ ଯୁବତୀ ରମେଶଙ୍କଠାରୁ ୧୫ହଜାର ଟଙ୍କା ଧାର ନେଇ ଫେରାଉ ନ ଥିଲେ। ଉକ୍ତ ଟଙ୍କା ପାଇଁ ରମେଶ ସେଠାକୁ ବାରମ୍ବାର ଯାଇ ବିଫଳ ହେବା ପରେ ରାଗରେ ରିସେପ୍ସନିଷ୍ଟ ଥିବା ବୈଜୟନ୍ତୀଙ୍କୁ ଛୁରି ଭୁସି ଦେଇଥିବା ଅଭିଯୁକ୍ତ ପୋଲିସ୍‌କୁ କହିଛନ୍ତି। କିନ୍ତୁ ଏହାର ସତ୍ୟତା କେତେ ତାହା ଜାଣିବାକୁ ପୋଲିସ ଅନ୍ୟ କେତେକ ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ପ୍ରେମ ଓ ମାଲିକଙ୍କ ସହ ଶତ୍ରୁତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିବାରୁ ପୋଲିସ ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରି ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ ଜାରି ରଖିଥିବା ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାନୁସାରେ, ଜଗତ୍‌ସିଂପୁର ଜିଲା ନାଉଗାଁ ଅଞ୍ଚଳର ବୈଜୟନ୍ତୀ ଜିଜିପି କଲୋନୀରେ ଥିବା ଫାୟାର୍‌ ଆଣ୍ଡ୍‌ ସେଫ୍ଟି ଏଜେନ୍ସିରେ ରିସେପ୍ସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେଠାରେ ସିକ୍ୟୁରିଟି ଗାର୍ଡ ଥିବା ରମେଶ ଗତ ୨୦ ତାରିଖ ରଥଯାତ୍ରା ଦିନ ପୂର୍ବାହ୍ନରେ ଅଫିସକୁ ଯାଇଥିଲେ। ସେଠାରେ ବୈଜୟନ୍ତୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ରମେଶ ହଠାତ୍‌ ଅଣ୍ଟାରୁ ଏକ ଛୁରି ବାହାର କରି ତାଙ୍କ ପେଟକୁ ଭୁସି ଦେଇଥିଲେ। ଜୀବନ ବିକଳରେ ସେ ଅଫିସ ଭିତରକୁ ଦୌଡିବା ବେଳେ ତଳେ ପଡିବାରୁ ଅଭିଯୁକ୍ତ ତାଙ୍କ ପେଟ ଓ ଶରୀରକୁ ବାରମ୍ବାର ଛୁରାମାଡ଼ କରିଥିଲେ। ରକ୍ତମୁଖା ରମେଶକୁ ଦେଖି ଭୟରେ କର୍ମଚାରୀମାନେ ଆଗକୁ ଆସି ନ ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଜଣକ ଚଟାଣରେ ଚେତାଶୂନ୍ୟ ହୋଇପଡିଯିବା ପରେ ଅଭିଯୁକ୍ତ ରମେଶ ସେଠାରୁ ଫେରାର୍‌ ହୋଇଯାଇଥିଲା। ଏହାପରେ କର୍ମଚାରୀମାନେ ବୈଜୟନ୍ତୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେଠାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ରାତିରେ ପରିବାର ଲୋକେ ମୃତଦେହକୁ ଆମ୍ବୁଲାନ୍ସରେ ଆଣି ମଞ୍ଚେଶ୍ୱର ଥାନା ସମ୍ମୁଖରେ ରଖି ଧାରଣା ଦେଇଥିଲେ। ପୋଲିସ ବୁଝାଶୁଝା କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri