ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୋଲିସ ଗିରଫ କରିଥିଲା। ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡିଯିବା ଭୟରେ ଗଣମାଧ୍ୟମକୁ ଏ ସମ୍ପର୍କରେ ନଜଣାଇବା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି।
ଆର୍‌.ଉଦୟଗିରି ପୋଲିସ କାନକଟା ଚେକ୍‌ଗେଟରେ ଗୁରୁବାର ଗାଡ଼ି ଯାଞ୍ଚ ବେଳେ ଏକ ପିକଅପ୍‌ ଭ୍ୟାନରୁ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଅଡ଼ବା ଥାନା ଗୁଙ୍ଗିମେରା ଗ୍ରାମର କରୁଣା ଗମାଙ୍ଗ, ପୁରୀ ଜିଲା ବ୍ରହ୍ମଗିରି ଥାନା ବେଣ୍ଟପଡ଼ାର ଶରତ ଦେ ଏବଂ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ନଂ.୫୬/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଥାନା ହାଜତରେ ରଖାଯାଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୨ଟାରେ ପ୍ରମୋଦ ଶୌଚାଳୟ ଯାଇଥିଲେ। ଶୌଚାଳୟ ଭେଣ୍ଟିଲେସନ ଝରକା କାଚ ଭାଙ୍ଗି ପାଚେରି ଡେଇଁ ପ୍ରମୋଦ ଚମ୍ପଟ ମାରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ନ ଆସିବାରୁ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଶୌଚାଳୟ କବାଟ ଭାଙ୍ଗିବା ପରେ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ଏନେଇ ଆର.ଉଦୟଗିରି ପୋଲିସ ନଂ.୨୪୭/୨୦ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଖୋଜୁଛି। ରାମଗିରି, ମୋହନା ଓ ଆର.ଉଦୟଗିରି ଥାନା ଅଧିକାରୀ ନେତୃତ୍ୱରେ ୩ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ଏସ୍‌ଡିପିଓ ଅନିଲ କୁମାର ପ୍ରଧାନ କହିଛନ୍ତି।
ଶୌଚାଳୟର ଭେଣ୍ଟିଲେଶନ ଝରକା ଦେଇ କିପରି ଅଭିଯୁକ୍ତ ଖସି ପଳାଇଲେ ତାହା ସନ୍ଦେହ ସୃଷ୍ଟି କରିଥିବାବେଳେ ଏନେଇ ପୋଲିସ ଅଧିକ କିଛି କହିବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ୪ଟି ଆସନରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର…

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଏମପି କେ. କବିତା ନିର୍ଦ୍ଦୋଷରେ ଖଲାସ, କୋର୍ଟ ରାୟ ଉପରେ କହିଲେ…

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ଏକ କୋର୍ଟ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଦୋଷମୁକ୍ତ କରିଛନ୍ତି।…

ଏଥର ଚତୁର୍ଥ ଆସନ ଲଢ଼ିବ ବିଜେଡି, ସାରଦା ଜେନା କହିଲେ ବର୍ତ୍ତମାନ ଦଳର ସବୁ ବିଧାୟକ…

ଭୁବନେଶ୍ୱର,୨୭ା୨: ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଚତୁର୍ଥ ଆସନ ଲଢ଼ିବ।…

ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀକୁ ନେଇ ଭକ୍ତଙ୍କ ବଡ଼ ଘୋଷଣା, ଲିଷ୍ଟରେ ରଖିଲେ ଏହି ୫ ଜଣଙ୍କ ନାଁ, ଜାଣନ୍ତୁ କିଏ…

ଭୁବନେଶ୍ୱର,୨୭।୨: ରାଜ୍ୟ ସଭା ନିର୍ବାଚନକୁ ନେଇ କସରତ ଚାଲିଛି। ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ…

ବଦ୍‌ଲା ନେଲେ ତାଲିବାନ ସରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡ୍ରୋନ ଆକ୍ରମଣ!

ଇସଲାମାବାଦ୍‌,୨୭।୨: ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛନ୍ତି। ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଉପ ମୁଖପାତ୍ର ହମଦୁଲ୍ଲା ଫିତରତ ଦାବି କରିଛନ୍ତି, ଫୈଜାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଦିନ ଦ୍ୱିପ୍ରହରେ ହେଲମେଟ୍‌ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ ଭିଡିଓ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି…

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri