ସମ୍ବଲପୁର,୧୭।୧୧: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୭ଟି ଅଫୁଟା ଗୁଳି, ଗୋଟିଏ କାର୍ ଏବଂ ମୋବାଇଲ ଫୋନ ଜବତ କରିଛି।
ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।


