ଭଞ୍ଜନଗରରୁ କାବୁ ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ୍‌ରେ ରହୁଥିବା ସୁରଜା ବେହେରା(୬୦)ଙ୍କୁ ବୁଧବାର ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ପୋଲିସ ଭଞ୍ଜନଗରରୁ ଶୁକ୍ରବାର ବିଳମ୍ବିତ ରାତିରେ କାବୁ କରିଛି। ସେ ଏକ ଆଲମିରା ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣାପଡିଛି। ଉକ୍ତ ଘରେ ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କ ଘରୁ ଲୁଟ ପାଇଁ ଆସିଥିବା ଅଭିଯୁକ୍ତ ଘର ଭିତରୁ ଟଙ୍କା ଓ ସୁନାଗହଣା ଲୁଟି ନ ପାରି ସୁରଜାଙ୍କୁ କେବଳ ହତ୍ୟା କରିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି। ଘର ଭିତରେ ଅପରାଧୀ ଓ ଏକାକୀ ଥିବା ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଶେଷରେ ଅଭିଯୁକ୍ତ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଭୁସି ହତ୍ୟା କରି ଚମ୍ପଟ ମାରିଥିଲେ ବୋଲି ସନ୍ଦେହ କରୁଛି। ଘଟଣାରେ ବ୍ୟବହୃତ ରକ୍ତଭିଜା ମାରଣାସ୍ତ୍ରକୁ ପୋଲିସ ଜବତ କରି ପାରିନଥିବା ଜଣାପଡିଛି। ତଦନ୍ତରେ ବାଧା ଦୃଷ୍ଟିରୁ ଅପରାଧୀଙ୍କ ପରିଚୟ କହିବାକୁ ପୋଲିସ ମନା କରିଛି। ମହିଳାଙ୍କୁ ହତ୍ୟା ପରେ ଅଭିଯୁକ୍ତ ଲୁଟି ନେଇଥିବା ମୋବାଇଲ ପୋଲିସ ଲୋଚାପଡା ନିକଟସ୍ଥ ଏକ ନାଳକଡ଼ରୁ ଜବତ କରିଛି। ଶୀଘ୍ର ହତ୍ୟାକାଣ୍ଡର ଖୁଲାସା କରିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, କାର୍ଯ୍ୟରୁ ଅବସର ନେବା ପରେ ୨୦୧୦ରେ ବିଜୟ ଅଳକାପୁରୀରେ ଏକ ଘର ନିର୍ମାଣ କରି ସେଠାରେ ସ୍ତ୍ରୀ ସୁରଜାଙ୍କ ସହ ରହୁଥିଲେ। ତାଙ୍କର ଏକମାତ୍ର ପୁଅ ରଶ୍ମିରଞ୍ଜନଙ୍କର ଗତ ଏକ ମାସ ତଳେ ବାହାଘର ହୋଇଥିଲା। ସେ ଓ ତାଙ୍କ ସ୍ତ୍ରୀ ଭୁବନେଶ୍ୱରରେ ରହୁଥିଲେ। ଗତ ୨୪ ତାରିଖରେ ବିଜୟ ପ୍ରତିଦିନ ଭଳି ଘରେ ତାଲାଦେଇ ସାନ୍ଧ୍ୟ ଭ୍ରମଣରେ ଯାଇଥିଲେ। କିଛି ସମୟ ପରେ ସେ ସୁରଜାଙ୍କୁ ଫୋନ କରିଥିଲେ। ମୋବାଇଲ ସୁଇଚ୍‌ ଅଫ ଥିବାରୁ ବିଜୟ ତାଙ୍କ ପୁଅକୁ ଏନେଇ ଫୋନ କରି ଜଣାଇଥିଲେ। ପରେ ସେ ଘରକୁ ଫେରି ଘର ବାହାର ପଟେ ପଡିଥିବା ତାଲା ଭାଙ୍ଗି ଘର ଭିତରକୁ ଯାଇଥିଲେ। ସେଠାରେ ସୁରଜା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଖଟରେ ପଡିଥିବା ଦେଖି ପୋଲିସକୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। CEC ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଭିତରେ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri