ଏମ୍‌ଆର୍‌ ଯାଞ୍ଚ ପାଇଁ ଆକାଉଣ୍ଟସ କମିଟି ଗଠିତ

କୋଣାର୍କ,୨୬।୫(ଡି.ଏନ୍‌.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ କିରାଣି ନକଲି ରସିଦ କାଟି ଛାତ୍ରୀଛାତ୍ରଙ୍କର ପ୍ରାୟ ୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା କଥା ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ନାନା ଚର୍ଚ୍ଚା ଧରିଛି। ଗତ ଡିସେମ୍ବରରୁ ପ୍ରମୋଶନ ପାଇ ଉକ୍ତ କିରାଣି କାକଟପୁର ମଙ୍ଗଳା ମହାବିଦ୍ୟାଳୟକୁ ବଦଳି ହୋଇଯାଇଥିବା ବେଳେ ତାଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏ ଘଟଣା ବିଷୟରେ କୋଣାର୍କ କଲେଜ ଅଧ୍ୟକ୍ଷ ଅବତାର ମିଶ୍ରଙ୍କ ନଜରକୁ ଆସିବା ପରେ ସେ ୨୦୧୭ରୁ ୨୦୨୨ମସିହା ଡିସେମ୍ବର ପର୍ଯ୍ୟନ୍ତ ମନି ରିସିପ୍ଟ(ଏମ୍‌ଆର୍‌) ଯାଞ୍ଚ କରିବା ପାଇଁ ଏକ ଆକାଉଣ୍ଟସ କମିଟି ଗଠନ କରିଛନ୍ତି। ଅପରପକ୍ଷେ ଟଙ୍କା ହଡ଼ପ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ ପୂର୍ବତନ କିରାଣି କଲେଜ ଆକାଉଣ୍ଟରେ ୧ଲକ୍ଷ ୫୨ହଜାର ୯୬୦ଟଙ୍କା ଡିପୋଜିଟ କରିବା ସହିତ ନିଜର ଦୋଷ ସ୍ବୀକାର କରିଥିବା ନେଇ କଲେଜ ଅଧ୍ୟକ୍ଷ ମିଶ୍ର ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼ିଛି ଯେ, ଟଙ୍କା ହଡ଼ପ କରିଥିବା ପୂର୍ବତନ କିରାଣି ଜଣକ ଅଧ୍ୟାପକ ଥିବା ତାଙ୍କ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ୨୦୧୪ରେ ରିହାବିଲିଟେଶନ ସ୍କିମ(ଅନୁକମ୍ପାମୂଳକ ନିଯୁକ୍ତି)ରେ କନିଷ୍ଠ କିରାଣି ଚାକିରି ମିଳିଥିଲା। ନିଯୁକ୍ତିର କିଛି ବର୍ଷ ପରେ ପ୍ରାୟ ୨୦୧୭ଠାରୁ ବିଭିନ୍ନ ଶିକ୍ଷାବର୍ଷରେ ନକଲି ରସିଦ ବ୍ୟବହାର କରି ଛାତ୍ରୀଛାତ୍ରଙ୍କଠାରୁ ନାମଲେଖା, ପୁନଃ ନାମଲେଖା, ପରୀକ୍ଷା ଫର୍ମପୂରଣ ନିମନ୍ତେ ଏଭଳି ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରି ହଡ଼ପ କରିଥିବା ଜଣାପଡିଛି। ଏହି ଠକାମିର ଟିକିନିଖି ଆକାଉଣ୍ଟ ଯାଞ୍ଚ କରୁଥିବା କମିଟିରେ କଲେଜର ଇଂଲିଶ୍‌ ଅଧ୍ୟାପକ ନୟନ କୁମାର ଦତ୍ତ, ଗଣିତ ଅଧ୍ୟାପକ ଅଶୋକ ପଲେଇ, ଓଡ଼ିଆ ଅଧ୍ୟାପକ ଦୁର୍ଗାଚରଣ ମୁରୁଡି ଓ କମର୍ସ ଅଧ୍ୟାପକ ସରୋଜ କୁମାର ଶତପଥୀ ପ୍ରମୁଖ ରହିଛନ୍ତି। ପ୍ରତିବର୍ଷ ରସିଦରେ ଜାଲିଆତି କରାଯାଇ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ କରାଯାଇଥିବା ନେଇ ଆକାଉଣ୍ଟସ ଯାଞ୍ଚ କମିଟି ଅଧ୍ୟକ୍ଷ ନୟନ ଦତ୍ତ ଓ କଲେଜ ଅଧ୍ୟକ୍ଷ ଅବତାର ମିଶ୍ରଙ୍କଠାରୁ ସୂଚନା ମିଳିଛି। ବିଗତ ୫ର୍ଷର ଅର୍ଥ ହେରଫେର ସମ୍ପର୍କରେ ଯାଞ୍ଚ ଚାଲିଛି ଏବଂ ହଡ଼ପ ଅର୍ଥର ଠିକ୍‌ ହିସାବ ମିଳିବା ପରେ ଅସାଧୁ ପୂର୍ବତନ କିରାଣିଙ୍କ ବିରୋଧରେ କୋଣାର୍କ ଥାନାରେ ଆପରାଧିକ ମାମଲା ଦାୟର କରାଯିବ ବୋଲି ଅଧ୍ୟକ୍ଷ ମିଶ୍ର କହିଛନ୍ତି।
ଅପରପକ୍ଷେ ୨୦୧୭ରେ କଲେଜର ତତ୍କାଳୀନ ଅଧ୍ୟକ୍ଷା ବନ୍ଦନା ରାୟ ଥିବାବେଳେ ଉକ୍ତ କିରାଣିଙ୍କ ଏକ ଠକେଇ ମାମଲାକୁ ଧରିଥିଲେ। ସେକେଣ୍ଡ ସିଲେକ୍ସନରେ ଟିସି ନେଇ ଅନ୍ୟ କଲେଜକୁ ନାମଲେଖା ନିମନ୍ତେ ଯାଉଥିବା ଜଣେ ଛାତ୍ରଙ୍କର ଅର୍ଥକୁ କଲେଜ ଆକାଉଣ୍ଟ ଚେକରେ ନିଜ ନାମ ଲେଖି କିରାଣି ଜଣକ ହରିଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ତତ୍କାଳୀନ ଅଧ୍ୟକ୍ଷା ରାୟଙ୍କ ହାତରେ ଧରାପଡ଼ିଥିଲେ। ସେତେବେଳେ ନିଜର ଭୁଲ ସ୍ବୀକାର କରି ଅଧ୍ୟକ୍ଷାଙ୍କଠାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଥିଲେ। ତେବେ ଏହି ମହାଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଅର୍ଥ ହଡ଼ପକାରୀ ପୂର୍ବତନ କିରାଣିଙ୍କ ବିରୋଧରେ କଲେଜ ଅଧ୍ୟକ୍ଷ ତୁରନ୍ତ ଆପରାଧିକ ମାମଲା ଦାୟର କରିବାକୁ ପୁରାତନ ଛାତ୍ର ସଂଘ ଦାବି କରିଛି। କଲେଜର ପୁରାତନ ଛାତ୍ର ଭାଗୀରଥି ସ୍ବାଇଁ, ମନୋରଞ୍ଜନ ପଣ୍ଡା, ଏନ.ଏ.ଶାହା ଅନ୍‌ସାରୀ, ସ୍ବାଧୀନ କୁମାର ନାୟକଙ୍କ ସମେତ ଶତାଧିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ନିର୍ଦ୍ଦେଶକ ଓ ପୁରୀ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପଠାଇ ୭ଦିନ ମଧ୍ୟରେ ପୂର୍ବତନ କିରାଣିଙ୍କୁ ନିଲମ୍ବିତ ସହ ଗିରଫଦାରୀ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri