ଅନୁଗୋଳ ଅଫିସ, ୩।୮: ଅନୁଗୋଳ ଜିଲାରେ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଏପରି ଅଭିଯୋଗ ନେଇ ଏକାଧିକ ଲୋକ ଥାନାକୁ ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସୋମବାର ଆଉ ୨ଟି ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଶସ୍ତାରେ ଗାଡ଼ି ଓ ଅନ୍ୟ ଜଣଙ୍କୁ ପୁରସ୍କାର ଦେବାର ଲୋଭ ଦେଖାଇ ସାଇବର ଠକ ସେମାନଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ସାଇବର ଥାନା ଓ କୋଲିୟାରୀ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗରୁ ପ୍ରକାଶ, ପୁରୁଣାକୋଟ ଥାନା ବାଲିଝରଣ ଗ୍ରାମର ସିଦ୍ଧାର୍ଥ କୁମାର ଦାଶ ଫେସ୍ବୁକ୍ ଖେଳାଇବା ସମୟରେ ଲକ୍ଷେ ଟଙ୍କାରେ ବୋଲେରୋ ଗାଡ଼ି ମିଳୁଥିବାର ବିଜ୍ଞାପନ ଦେଖିଥିଲେ। ଏହାପରେ ସେଥିରେ ଥିବା ଫୋନ ନମ୍ବରରେ ସେ ଯୋଗାଯୋଗ କରିଥିଲେ। ଆରପଟରୁ ଠକ ଜଣଙ୍କ ବିଜ୍ଞାପନ ଅନୁଯାୟୀ ଲକ୍ଷେ ଟଙ୍କାରେ ଗାଡ଼ି ମିଳୁଥିବା କହିଥିଲେ। ଲୋଭରେ ପଡ଼ି ସିଦ୍ଧାର୍ଥ ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୨୦ ହଜାର ଟଙ୍କା ଠକଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏପରି କି ଗାଡ଼ିର ଅବସ୍ଥା ଦେଖିବାକୁ ସେ ଠକଙ୍କ କଥାରେ ବିଶାଖାପାଟଣା ଯାଇଥିଲେ। ହେଲେ ସେଠାରେ ଠକଙ୍କ ଫୋନ ନ ଲାଗିବାରୁ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସୋମବାର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମାନସ ମହାକୁଲ ସୂଚନା ଦେଇଛନ୍ତି। ସେହିଭଳି କୋଲିୟାରୀ ଥାନା ସାଉଥବଲଣ୍ଡା ଅଞ୍ଚଳର ଯୁବକ ପ୍ରଦୀପ କୁମାର ସାହୁ ମଧ୍ୟ ସାଇବର ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ନଂ. ୩୭୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ପ୍ରଦୀପଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ତାଙ୍କ ଫୋନ୍ ପେ’ରେ ରିୱାର୍ଡ ରହିଛି ବୋଲି ଠକ ଜଣଙ୍କ କହିଥିଲେ। ତେବେ ଠକଙ୍କ କଥାରେ ପଡ଼ି ପ୍ରଦୀପ ତାଙ୍କୁ ଫୋନ୍ ପେ’ର ପାସ୍ୱାର୍ଡ ଦେଇଥିଲେ। ଏହାପରେ ୪ଟି ପର୍ଯ୍ୟାୟରେ ତାଙ୍କ ଅକାଉଣ୍ଟରୁ ୨୬ ହଜାର ୪୯୦ ଟଙ୍କା କଟି ଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍କୁ ଧକ୍କା ଦେଲା କାର୍,ପରେ…
ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...
ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଯୁବକ, ଆଉ ତା’ପରେ…
ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ଫେରାର୍ ହୋଇଯାଇଛନ୍ତି।...
ହୋଟେଲ ଭମର୍ସ ସିଲ୍ କଲା ପୌର ପ୍ରଶାସନ
ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...
ଆଉ ୨ ଦିନ ପରେ କ୍ରିସ୍ମାସ
ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...
ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି
ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...
ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍
ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...
ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ
ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...
ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…
ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...
Archives


