ପୁରାଣ କଥା କହେ ବିରାଟ ଗାଦି

କଟକ ଅଫିସ,୯।୨: ପ୍ରାଚୀନ ଇତିହାସ ସହ ଜଡିତ ହୋଇ ରହିଛି କଟକ ଜିଲାରେ ଅନେକ ସ୍ଥାନ। ସେଥିମଧ୍ୟରେ କଟକ ଜିଲା ଚୌଦ୍ୱାର ଅଞ୍ଚଳର ବିରାଟ ଗାଦି(ବଧି ପାର୍କ) ଅନ୍ୟତମ। ଏଠାରେ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମର ଅନେକ କୀର୍ତ୍ତିରାଜି ରହିଛି। କିମ୍ବଦନ୍ତୀ ଅନୁଯାୟୀ, ବିରାଟ ରାଜାଙ୍କ ରାଜଧାନୀ ଥିଲା ବିରାଟ-କଟକ (ଏବେକାର ଚୌଦ୍ୱାର)। ସେଠାରେ ଏକ ବିରାଟ ଗାଦି ରହିଥିଲା। ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ଏହିଠାରେ ଅବସ୍ଥାନ କରିଥିଲେ।
୨୦୦୩ ମସିହାରେ ଚୌଦ୍ୱାର ଅଞ୍ଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ନିମନ୍ତେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଖନନ ବେଳେ ବୌଦ୍ଧ ସ୍ତୂପ ଦେଖିବାକୁ ମିଳିଥିଲା। ଚୌଦ୍ୱାର ସର୍କଲ ଜେଲ ନିକଟ ଅଞ୍ଚଳକୁ ଏଏସ୍‌ଆଇ ପକ୍ଷରୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୫୪ ଏକର ଜମିରେ ବିସ୍ତୃତ ବିରାଟ ଗାଦିକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ସେଥିମଧ୍ୟରୁ ପ୍ରାୟ ୧୦ ଏକର ଜମିରେ ତାରବାଡ଼ ଘେରାଯାଇଛି। ୨୦୦୭ରେ ଏହାର ଖନନବେଳେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଦେଉଳର ଅବଶେଷ ଦେଖିବାକୁ ମିଳିଥିଲା। ଏହାର ଆକୃତି ଦେଉଳର ଜଗମୋହନ (ନାଟ୍ୟ ମନ୍ଦିର) ଭଳି ପ୍ରତୀୟମାନ ହେଉଥିଲା ା ତେବେ ଏହି ସ୍ଥାନ ଖନନ ସମୟରେ ଅନେକ ବୌଦ୍ଧ ପ୍ରତିମୂର୍ତ୍ତି ମିଳିଥିବାରୁ ଏହାକୁ ବଧି ପାର୍କ ମଧ୍ୟ କୁହାଯାଏ ା ବିରାଟ ଗାଦି ସମ୍ମୁଖ ଭାଗ ଦେଢ କି.ମି. ମଧ୍ୟରେ ୩ଟି ଗୁମ୍ଫା ରହିଛି, ଯାହା ଜୈନ ଧର୍ମାବଲମ୍ବୀମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଗୁମ୍ଫାରେ ବୌଦ୍ଧ ଧର୍ମାବଲମ୍ବୀମାନେ ରହୁଥିଲେ ବୋଲୁ କୁହାଯାଏ।

 

ଦ୍ୱାପରଯୁଗରୁ ଏହି ସ୍ଥାନ ରହିଥିବା ପୌରାଣିକ କିମ୍ବଦନ୍ତୀ ରହିଛି ା ଏହି ଅଞ୍ଚଳ ମତ୍ସ୍ୟଦେଶ ରାଜା ବିରାଟଙ୍କ ଗଡ଼ ଥିଲା। ଅପରପକ୍ଷେ ଏଏସ୍‌ଆଇ ରେକର୍ଡରେ ଏହାକୁ ବୌଦ୍ଧ ପୀଠ ବୋଲି ଦର୍ଶାଯାଇଛି। ତେବେ ଏହା ପଛରେ ପ୍ରକୃତ ସତ୍ୟାତା କ’ଣ ରହିଛି ସେ ବିଷୟରେ ଠିକ ଭାବରେ କାହାକୁ ଜଣାନାହିଁ।
ରତ୍ନାକର ବାରିକ, ଦାୟିତ୍ୱରେ ଥିବା କର୍ମଚାରୀ
ମହାଭାରତ ସହିତ ଏହି ସ୍ଥାନର ସମ୍ପୃକ୍ତି ରହିଛି ା ଏହାର ଆଖପାଖରେ ଅନେକ ଐତିହାସିକ ସ୍ଥାନ ରହିଛି। ଏହି ବିରାଟ ଗାଦି ସହ ଜଡିତ ରହିଛି ଏକ ଶିବ ମନ୍ଦିର। ଉକ୍ତ ମନ୍ଦିର ଦ୍ୱାପରଯୁଗର ବୋଲି ବିଶ୍ୱାସ ରହିଛି।
ବିଜୟ କୁମାର ସାହୁ, ସ୍ଥାନୀୟ ବାସିନ୍ଦା
ବହୁ ଓଡ଼ିଆ ଐତିହାସିକ ଚୌଦ୍ୱାର ଅଞ୍ଚଳର ବୌଦ୍ଧ କୀର୍ତ୍ତିରାଜି ବିଷୟରେ ଲେଖିଛନ୍ତି। ବିରାଟଗାଦି ସ୍ଥାନ ହେଉଛି ଏକ ପ୍ରାଚୀନ ବୌଦ୍ଧପୀଠ। ଏହା ନିକଟରେ ପ୍ରାଚୀନ ମଠର ଅଂଶବିଶେଷ ରହିଛି। ଅନେକ ବୌଦ୍ଧ ମୂର୍ତ୍ତି ଆଖପାଖରେ ଗ୍ରାମରେ ସ୍ଥାପନ କରି ପୂଜା କରାଯାଉଛି ା

 

କଟକରୁ ବିରାଟ ଗାଦିର ଦୂରତା ୧୬ କି.ମି.। ସେଠାକୁ ଯିବାକୁ ହେଲେ କଟକରୁ ଚାରବାଟିଆ ବସ୍‌ ବ୍ୟବସ୍ଥା ରହିଛି। ଚାରବାଟିଆ ପୂର୍ବରୁ ଓଟିଏମ୍‌ ଛକ କିମ୍ବା ଚୌଦ୍ୱାର ମଣ୍ଡଳ କାରାଗାର ନିକଟରୁ ଅଟୋ ଅଥବା ଚାଲି ଚାଲି ଉକ୍ତ ସ୍ଥାନକୁ ଯାଇପାରିବେ।
ଅନିଲ ଧୀର, ଗବେଷକ

ବିରାଟ ଗାଦି ନିକଟରେ ଅନେକ ସ୍ଥାନ ରହିଛି। ଏଠାରୁ ୨ କି.ମି. ଦୂରରେ ବୈଦେଶ୍ୱର ମନ୍ଦିର, ୨.୪ କି.ମି. ଦୂରରେ ବୁଢାଲିଙ୍ଗ ମନ୍ଦିର, ୧ ୪ କିମି ଦୂରରେ ଡମଡମଣିପୀଠ ଓ ୨ କି.ମି. ଦୂରରେ ପଞ୍ଚୁପାଣ୍ଡବ ମନ୍ଦିର ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri