ଆବାସ କାର୍ଯ୍ୟାଦେଶ ମିଳିଛି, ପ୍ରଥମ କିସ୍ତି ଆସୁନି

ଆନନ୍ଦପୁର,୭।୭(ସନ୍ତୋଷ ରାଉତ): ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ମିଳିବାର ବ୍ୟବସ୍ଥା ରହିଛି। ଗୃହି ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଦାଖଲ ହେବା କଥା। ମାତ୍ର ଆନନ୍ଦପୁର ବ୍ଲକ୍‌ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ୧୫ ଦିନ ହେବ କାର୍ଯ୍ୟାଦେଶ ମିଳିଥିଲେ ବି ପ୍ରଥମ କିସ୍ତି ଟଙ୍କା ଏପର୍ଯ୍ୟନ୍ତ ଆସିନାହିଁ। ଫଳରେ ଦିବ୍ୟାଙ୍ଗ ହିତାଧିକାରୀ ଘର କାର୍ଯ୍ୟ ଆରମ୍ଭ କରିପାରୁନାହାନ୍ତି।
ଆନନ୍ଦପୁର ବ୍ଲକ୍‌ ମୋଚିନ୍ଦା ପଞ୍ଚାୟତ ମୋଚିନ୍ଦା ଗ୍ରାମର ଆନନ୍ଦ ସାହୁଙ୍କ ପୁଅ ଦିବ୍ୟାଙ୍ଗ ପ୍ରଭାତ କୁମାର ସାହୁଙ୍କ ନାମରେ କାର୍ଯ୍ୟାଦେଶ ସଂଖ୍ୟା ଓଡି/୦୩/୦୦୮/୫୦୩୪/୨୨-୨୩ ଅନୁଯାୟୀ ୧୯ ଜୁନ ୨୦୨୩ରେ ଆବାସ କାର୍ଯ୍ୟାଦେଶ ଆସିଛି। ମାତ୍ର ଅଦ୍ୟାବଧି ତାଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରଥମ କିସ୍ତିର ଅର୍ଥ ଆସିନାହିଁ। ଫଳରେ ହିତାଧିକାରୀଙ୍କ ପକ୍ଷରୁ ଆବାସ କାର୍ଯ୍ୟ ଆରମ୍ଭ କରିବାରେ ସମସ୍ୟା ସୃଷ୍ଟି ହେଉଛି। କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ କାର୍ଯ୍ୟ ଶେଷ କଲେ ରାଜ୍ୟ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା, ୬ ମାସ ମଧ୍ୟରେ ଶେଷ ହେଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ମିଳିବାର ବ୍ୟବସ୍ଥା ରହିଛି। ଏଭଳି କ୍ଷେତ୍ରରେ ହିତାଧିକାରୀ ପ୍ରୋତ୍ସାହନ ରାଶିରୁ ବଞ୍ଚତ୍ତ ହେବାର ସମ୍ଭାବନା ରହିଛି। ଏନେଇ ପ୍ରଭାତଙ୍କ ବାପା ଆନନ୍ଦ ସାହୁ ଭିଏଲଡବ୍ଲ୍ୟୁଙ୍କୁ ସାକ୍ଷାତ କରି କାରଣ ପଚାରିବାରୁ ଦୁର୍ବ୍ୟବହାରର ଶିକାର ହୋଇଥିବା କହିଛନ୍ତି। ଏ ନେଇ ସେ ଆନନ୍ଦପୁର ଉପଜିଲାପାଳଙ୍କୁ ବୁଧବାର ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗର କପି ଜିଲାପାଳ, ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି। ଅଭିଯୋଗକୁ ଆଧାର କରି ଘଟଣା ଦିଗରେ ତଦନ୍ତ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ଅନିଲ କୁମାର ସେଠୀ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଭାତ ଜଣେ ମେଧାବୀ ଛାତ୍ର। ପରିବାରର ସମସ୍ୟାକୁ ନେଇ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପୂର୍ବରୁ ୫-ଟି ସଚିବଙ୍କ ନିକଟରେ ନିବେଦନ କରିଥିଲେ। ପରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିବେଦନ କରିଥିଲେ। ବ୍ଲକ୍‌ କର୍ତ୍ତୃପକ୍ଷ ଆବଶ୍ୟକ ତଦନ୍ତ ପରେ ଆବାସ କାର୍ଯ୍ୟାଦେଶ ମଞ୍ଜୁର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri