ଆବାସ କାର୍ଯ୍ୟାଦେଶ ମିଳିଛି, ପ୍ରଥମ କିସ୍ତି ଆସୁନି

ଆନନ୍ଦପୁର,୭।୭(ସନ୍ତୋଷ ରାଉତ): ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ମିଳିବାର ବ୍ୟବସ୍ଥା ରହିଛି। ଗୃହି ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଦାଖଲ ହେବା କଥା। ମାତ୍ର ଆନନ୍ଦପୁର ବ୍ଲକ୍‌ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ୧୫ ଦିନ ହେବ କାର୍ଯ୍ୟାଦେଶ ମିଳିଥିଲେ ବି ପ୍ରଥମ କିସ୍ତି ଟଙ୍କା ଏପର୍ଯ୍ୟନ୍ତ ଆସିନାହିଁ। ଫଳରେ ଦିବ୍ୟାଙ୍ଗ ହିତାଧିକାରୀ ଘର କାର୍ଯ୍ୟ ଆରମ୍ଭ କରିପାରୁନାହାନ୍ତି।
ଆନନ୍ଦପୁର ବ୍ଲକ୍‌ ମୋଚିନ୍ଦା ପଞ୍ଚାୟତ ମୋଚିନ୍ଦା ଗ୍ରାମର ଆନନ୍ଦ ସାହୁଙ୍କ ପୁଅ ଦିବ୍ୟାଙ୍ଗ ପ୍ରଭାତ କୁମାର ସାହୁଙ୍କ ନାମରେ କାର୍ଯ୍ୟାଦେଶ ସଂଖ୍ୟା ଓଡି/୦୩/୦୦୮/୫୦୩୪/୨୨-୨୩ ଅନୁଯାୟୀ ୧୯ ଜୁନ ୨୦୨୩ରେ ଆବାସ କାର୍ଯ୍ୟାଦେଶ ଆସିଛି। ମାତ୍ର ଅଦ୍ୟାବଧି ତାଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରଥମ କିସ୍ତିର ଅର୍ଥ ଆସିନାହିଁ। ଫଳରେ ହିତାଧିକାରୀଙ୍କ ପକ୍ଷରୁ ଆବାସ କାର୍ଯ୍ୟ ଆରମ୍ଭ କରିବାରେ ସମସ୍ୟା ସୃଷ୍ଟି ହେଉଛି। କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ କାର୍ଯ୍ୟ ଶେଷ କଲେ ରାଜ୍ୟ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା, ୬ ମାସ ମଧ୍ୟରେ ଶେଷ ହେଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ମିଳିବାର ବ୍ୟବସ୍ଥା ରହିଛି। ଏଭଳି କ୍ଷେତ୍ରରେ ହିତାଧିକାରୀ ପ୍ରୋତ୍ସାହନ ରାଶିରୁ ବଞ୍ଚତ୍ତ ହେବାର ସମ୍ଭାବନା ରହିଛି। ଏନେଇ ପ୍ରଭାତଙ୍କ ବାପା ଆନନ୍ଦ ସାହୁ ଭିଏଲଡବ୍ଲ୍ୟୁଙ୍କୁ ସାକ୍ଷାତ କରି କାରଣ ପଚାରିବାରୁ ଦୁର୍ବ୍ୟବହାରର ଶିକାର ହୋଇଥିବା କହିଛନ୍ତି। ଏ ନେଇ ସେ ଆନନ୍ଦପୁର ଉପଜିଲାପାଳଙ୍କୁ ବୁଧବାର ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗର କପି ଜିଲାପାଳ, ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି। ଅଭିଯୋଗକୁ ଆଧାର କରି ଘଟଣା ଦିଗରେ ତଦନ୍ତ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ଅନିଲ କୁମାର ସେଠୀ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଭାତ ଜଣେ ମେଧାବୀ ଛାତ୍ର। ପରିବାରର ସମସ୍ୟାକୁ ନେଇ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପୂର୍ବରୁ ୫-ଟି ସଚିବଙ୍କ ନିକଟରେ ନିବେଦନ କରିଥିଲେ। ପରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିବେଦନ କରିଥିଲେ। ବ୍ଲକ୍‌ କର୍ତ୍ତୃପକ୍ଷ ଆବଶ୍ୟକ ତଦନ୍ତ ପରେ ଆବାସ କାର୍ଯ୍ୟାଦେଶ ମଞ୍ଜୁର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri